Advertisment

ICC: ଆଇସିସି ଚେତାବନୀକୁ ବେଖାତିର: ଭାରତରେ ମ୍ୟାଚ ନ ଖେଳିବା ଜିଦରେ ବାଂଲାଦେଶ ଅଟଳ

ବାଂଲାଦେଶ ଟି-୨୦ ବିଶ୍ୱକପରେ ତା’ର ୪ଟି ଯାକ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ ଭାରତରେ ଖେଳିବାକୁ ଧାର୍ଯ୍ୟ ହୋଇଛି। ୩ଟି କୋଲକାତାରେ ଓ ଗୋଟିଏ ମ୍ୟାଚ ମୁମ୍ବାଇରେ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି।

author-image
Hemant Lenka
Bangladesh

ବାଂଲାଦେଶ କ୍ରିକେଟ ଟିମ

ଭାରତରେ ଟି-୨୦ ବିଶ୍ୱକପ ମ୍ୟାଚ ନ ଖେଳିବା ଜିଦରେ ଅଟଳ ବାଂଲାଦେଶ କ୍ରିକେଟ ବୋର୍ଡ। ଭାରତ-ବାଂଲାଦେଶ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ବିଶ୍ୱକପ ମ୍ୟାଚର ସ୍ଥାନ ବଦଳାଇବାକୁ କହିଥିଲା ବିସିବି। ଆଇସିସି(ICC) ଏହାକୁ ଅଗ୍ରାହ୍ୟ କରିଥିଲେ ହେଁ ବାଂଲାଦେଶ(Bangaldesh) କ୍ରିକେଟ ବୋର୍ଡ ଭାରତରେ ମ୍ୟାଚ ଖେଳିବା ସମ୍ପର୍କରେ ନାହିଁ।

Advertisment

ଏହି ପ୍ରସଙ୍ଗରେ ଆଜି ବିସିବିର ବରିଷ୍ଠ ଅଧିକାରୀମାନେ ବୈଠକ କରିଥିଲେ। ବୈଠକରେ ବିସିବି ସଭାପତି ଅମିନୁଲ ଇସଲାମ ବୁଲବୁଲ ଓ ବାଂଲାଦେଶ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ପରାମର୍ଶଦାତା ଆସିଫ ନଜରୁଲ ସାମିଲ ହୋଇଥିଲେ। ବୈଠକରେ ନିଷ୍ପତ୍ତି ହୋଇଛି ଯେ ବାଂଲାଦେଶର ବିଶ୍ୱକପ ମ୍ୟାଚ୍‌ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବାକୁ ବିସିବି ଫୁଲ ଦମରେ ଆଇସିସିକୁ ବୁଝାଇବାକୁ ଚେଷ୍ଟା କରିବ।

ବାଂଲାଦେଶ ଟି-୨୦ ବିଶ୍ୱକପରେ ତା’ର ୪ଟି ଯାକ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ ଭାରତରେ ଖେଳିବାକୁ ଧାର୍ଯ୍ୟ ହୋଇଛି। ୩ଟି କୋଲକାତାରେ ଓ ଗୋଟିଏ ମ୍ୟାଚ ମୁମ୍ବାଇରେ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। 

Advertisment

ତେବେ ଆଇପିଏଲ ୨୦୨୬ରୁ ବାଂଲାଦେଶ ପେସର ମୁସ୍ତାଫିଜୁର ରହମନଙ୍କୁ ଅକ୍ସନ ପରେ ରିଲିଜ କରି ଦିଆଯାଇଥିରୁ ବିସିସିଆଇ ଓ ବିସିବି ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ବିବାଦକୁ ଦୃଷ୍ଟିରେ ରଖି ବିଶ୍ୱକପ ପାଇଁ ଭାରତକୁ ଟିମ ପଠାଇବ ନାହିଁ ବୋଲି କହିଛି ବିସିବି। 

ବିଶ୍ୱକପ ମ୍ୟାଚର ସ୍ଥାନ ବଦଳାଇବାକୁ ବିସିବି ପକ୍ଷରୁ ଆଇସିସିକୁ କୁହାଯାଇଥିଲା। ମଙ୍ଗଳବାର ଆଇସିସି ଗୋଟିଏ ଚିଠି କରି ବିସିବିର ଆବେଦନକୁ ଅଗ୍ରାହ୍ୟ କରିଥିଲା। ଏଥିସହ ବାଂଲାଦେଶକୁ ପଏଣ୍ଟ ହ୍ରାସର ଚେତାବନୀ ଦେଇ ଧାର୍ଯ୍ୟ ସୂଚୀ ଅନୁସାରେ ମ୍ୟାଚ ହେବ ବୋଲି କହିଥିଲା। ତଥାପି ବାଂଲାଦେଶ କ୍ରିକେଟ ବୋର୍ଡ ଭାରତରେ ମ୍ୟାଚ୍ ନ ଖେଳିବା ଜିଦରେ ଅଟଳ ରହିଛି। 

ବୁଧବାର ବୈଠକରେ ନଜରୁଲ କହିଛନ୍ତି ଯେ “ଆମ ଦେଶ ସମ୍ମାନ କିମ୍ବା ଖେଳାଳି ଓ ସାମ୍ବାଦିକମାନଙ୍କ ସୁରକ୍ଷା ବଦଳରେ ଆମେ ଟି-୨୦ ବିଶ୍ୱକପ ଖେଳିବାକୁ ଚାହୁଁନାହୁଁ। ଆଇସିସି ପକ୍ଷରୁ ମିଳିଥିବା ଚିଠିକୁ ପଢ଼ିବା ପରେ ଆମେ ହୃଦୟଙ୍ଗମ କରୁଛି ଯେ ଭାରତରେ ବାଂଲାଦେଶର କ୍ରିକେଟରଙ୍କୁ ନେଇ ବଡ଼ଧରଣର ସୁରକ୍ଷା ଚିନ୍ତା ରହିଛି।

ବିସିସିଆଇ ନିଜେ କୋଲକାତା ନାଇଟ ରାଇଡର୍ସ ଟିମକୁ କହିଛି ଯେ ସେମାନେ ଏହି ଖେଳାଳି(ମୁସ୍ତାଫିଜୁର ରହମନ)ଙ୍କୁ ସୁରକ୍ଷା ଦେଇ ପାରିବେ ନାହିଁ। ତେଣୁ ତାଙ୍କୁ ଦଳରୁ ବାହାର କର। ଏଥିରୁ ବାଂଲାଦେଶ ଖେଳାଳିଙ୍କ ସୁରକ୍ଷା ଚିନ୍ତା ଭାରତରେ ରହିଥିବା ସ୍ପଷ୍ଟ ହେଉଛି।

ଆମେ ବିଶ୍ୱକପ ଖେଳିବାକୁ ଚାହୁଁଛୁ। କିନ୍ତୁ ଶ୍ରୀଲଙ୍କାରେ ଖେଳିବୁ। ଆମେ ଏହି ନିଷ୍ପତ୍ତିରେ ଦୃଢ଼ ରହିଛୁ। ମୋର ଆଇସିସି ଆମ ଚିନ୍ତାକୁ ବୁଝିପାରିବ। ଆଇସିସି ଆମ ଚିନ୍ତାକୁ ଭଲ ଭାବେ ବୁଝି ପଦକ୍ଷେପ ନେବ।” 

ଭାରତରେ ଯଦି ମ୍ୟାଚ୍‌ ହେବ, ତା’ହେଲେ କ’ଣ ବାଂଲାଦେଶ ପ୍ରତିପକ୍ଷ ଟିମକୁ ୱାକଓଭର ଦେବ ପ୍ରଶ୍ନରେ ନଜରୁଲ ଭିନ୍ନ ଉତ୍ତର ଦେଇଛନ୍ତି। ସେ କହିଛନ୍ତି, “ଭାରତରେ ଆମେ ଖେଳିବାକୁ ପ୍ରସ୍ତୁତ ନାହୁଁ ବୋଲି ଆଇସିସିକୁ ବୁଝାଇବା ହିଁ ଆମର କାମ। ଆମେ ଆଇସିସିକୁ ଖୁବଶୀଘ୍ର ଜବାବ ଦେବୁ।” 

ICC Bangaldesh