Advertisment

୧୦ ଓଭର୍‌ରେ ୧୧୫ ରନ ଦେଇ ସବୁ ରେକର୍ଡ ଭାଙ୍ଗିଲେ ଏହି ଡଚ୍‌ ବୋଲର୍‌

ଲିଡେ ଆଜି ୧୧୫ ରନ ଦେଇଥିଲେ ହେଁ ଅଷ୍ଟ୍ରେଲିଆର ଦୁଇ ଜଣ ବ୍ୟାଟରଙ୍କୁ ଆଉଟ କରିଛନ୍ତି।

author-image
Hemant Lenka
Bas de leede

Bas de leede

ଦିନିକିଆ କ୍ରିକେଟରେ ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛନ୍ତି ନେଦରଲ୍ୟାଣ୍ଡ୍ସର ଅଲରାଉଣ୍ଡର ବାସ ଡେ ଲିଡେ। ସେ ଦିନିକିଆ କ୍ରିକେଟର ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଛନ୍ତି। ଭାରତରେ ଖେଳାଯାଉଥିବା ବିଶ୍ୱକପରେ ଲିଡେ ଅଷ୍ଟ୍ରେଲିଆ ବିପକ୍ଷରେ ୧୦ ଓଭର ବୋଲିଂ କରି ୧୧୫ ରନ ଦେଇଛନ୍ତି। ତାଙ୍କୁ ଗ୍ଲେନ ମ୍ୟାକ୍ସୱେଲ କଡ଼ା ପ୍ରହାର କରି ଏପରି ରନ ଆଦାୟ କରିଛନ୍ତି।

Advertisment

ପୂର୍ବରୁ ଏହି ଲଜ୍ଜାଜନକ ରେକର୍ଡ ଅଷ୍ଟ୍ରେଲିଆର ମିକ ଲ୍ୟୁସଙ୍କ ନାଁରେ ଥିଲା। ସେ ଜୋହାନ୍ସବର୍ଗରେ ଖେଳା ଯାଇଥିବା ସବୁଠାରୁ ଚର୍ଚ୍ଚିତ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମ୍ୟାଚ୍‌ରେ ୧୦ ଓଭର୍‌ରେ ୧୧୩ ରନ ଦେଇଥିଲେ।

ଉକ୍ତ ମ୍ୟାଚ୍‌ରେ ଉଭୟ ଟିମ ୪୦୦ରୁ ଅଧିକ ରନ କରିଥିଲେ। ହେଲେ ଆଜି ୧୧୩ ରନର ରେକର୍ଡକୁ ଲିଡେ ଭାଙ୍ଗି ଦେଇଛନ୍ତି। ସେହିପରି ଆଡାମ ଜାମ୍ପା ଲଜ୍ଜାଜନକ ରେକର୍ଡର ଅଧିକାରୀ ହେବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ୧୧୩ ରନ ଖର୍ଚ୍ଚ କରିଥିଲେ।

Advertisment

ଲିଡେ ଆଜି ତାଙ୍କ ସ୍ପେଲର ଶେଷ ଓଭର୍‌ରେ ୨୮ ରନ ଦେଇଛନ୍ତି। ଗ୍ଲେନ ମ୍ୟାକ୍ସୱେଲ ତାଙ୍କୁ ୨ଟି ଚୌକା ଓ ଲଗାତର ୩ଟି ଛକା ମାରି ବିଶ୍ୱକପରେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ ମଧ୍ୟ କରିଛନ୍ତି। ମ୍ୟାକ୍ସୱେଲ ୪୦ ବଲରେ ଶତକ ମାରିଛନ୍ତି। ପୂର୍ବରୁ ଏଡେନ ମାର୍କରମ ୪୯ ବଲରେ ଶତକ ହାସଲ କରିଥିଲେ।

ଲିଡେ ଆଜି ୧୧୫ ରନ ଦେଇଥିଲେ ହେଁ ଅଷ୍ଟ୍ରେଲିଆର ଦୁଇ ଜଣ ବ୍ୟାଟରଙ୍କୁ ଆଉଟ କରିଛନ୍ତି। ପ୍ରଥମେ ସେ ୬୨ ରନ କରିଥିବା ମାର୍ନସ ଲାବୁଶାନେ ଓ ପରେ ୧୪ ରନରେ ଜୋଶ ଇଙ୍ଗଲିସଙ୍କ ୱିକେଟ ନେଇଥିଲା।

ICC ICC Men’s Cricket World Cup 2023 ICC World Cup 2023 ICC World Cup ICCC World Cup