Advertisment

୪୯ ରନରେ ଆଉଟ୍ ହେଲେ, ରାଗିକି ବ୍ୟାଟ୍‌ରେ ଫିଲ୍ଡରଙ୍କୁ ପିଟିଲେ

ଗ୍ୱାଲିୟର୍: କ୍ରିକେଟ୍ ମଇଦାନରେ ଝଗଡ଼ା ହେବା ସାଧାରଣ କଥା। ଗ୍ରାଉଣ୍ଡରେ ଖେଳାଳିଙ୍କ ମଧ୍ୟରେ ସ୍ଲେଜିଂଠାରୁ ଆରମ୍ଭ କରି ଯୁକ୍ତିତର୍କ ଦେଖିବାକୁ ମିଳେ। ଶତକ କିମ୍ବା ଅର୍ଦ୍ଧଶତକରୁ ବଞ୍ଚିତ ହେଲେ, ବ୍ୟାଟ୍ସମ୍ୟାନ୍ ବହୁତ ରାଗି ଯାଆନ୍ତି। ଏଭଳି ସ୍ଥିତିରେ ବ୍ୟାଟ୍ସମ୍ୟାନ୍ ନିଜ ବ୍ୟାଟକୁ ଫୋପାଡ଼ନ୍ତି କିମ୍ବା ଆଉ କିଛି କରି ପକାନ୍ତ। କିନ୍ତୁ ମଧ୍ୟ ପ୍ରଦେଶରେ ଜଣେ ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକରୁ ବଞ୍ଚିତ ହେବା ପରେ ପ୍ରତିପକ୍ଷ ଖେଳାଳିଙ୍କୁ ଜୀବନରୁ ମାରିଦେବାକୁ ପ୍ରୟାସ କରିଛନ୍ତି।  ୧ ରନ୍ ପାଇଁ ଅର୍ଦ୍ଧଶତକରୁ […]

author-image
Ranjit Kumar Jena
କରୋନାରେ ଚାଲିଗଲା ପୂର୍ବତନ ଅଲରାଉଣ୍ଡର ଜାଡେଜାଙ୍କ ଜୀବନ

bat-and-ball

ଗ୍ୱାଲିୟର୍: କ୍ରିକେଟ୍ ମଇଦାନରେ ଝଗଡ଼ା ହେବା ସାଧାରଣ କଥା। ଗ୍ରାଉଣ୍ଡରେ ଖେଳାଳିଙ୍କ ମଧ୍ୟରେ ସ୍ଲେଜିଂଠାରୁ ଆରମ୍ଭ କରି ଯୁକ୍ତିତର୍କ ଦେଖିବାକୁ ମିଳେ। ଶତକ କିମ୍ବା ଅର୍ଦ୍ଧଶତକରୁ ବଞ୍ଚିତ ହେଲେ, ବ୍ୟାଟ୍ସମ୍ୟାନ୍ ବହୁତ ରାଗି ଯାଆନ୍ତି। ଏଭଳି ସ୍ଥିତିରେ ବ୍ୟାଟ୍ସମ୍ୟାନ୍ ନିଜ ବ୍ୟାଟକୁ ଫୋପାଡ଼ନ୍ତି କିମ୍ବା ଆଉ କିଛି କରି ପକାନ୍ତ। କିନ୍ତୁ ମଧ୍ୟ ପ୍ରଦେଶରେ ଜଣେ ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକରୁ ବଞ୍ଚିତ ହେବା ପରେ ପ୍ରତିପକ୍ଷ ଖେଳାଳିଙ୍କୁ ଜୀବନରୁ ମାରିଦେବାକୁ ପ୍ରୟାସ କରିଛନ୍ତି।  ୧ ରନ୍ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହେବା ପରେ ବ୍ୟାଟ୍ସମ୍ୟାନ୍ ଜଣକ ଫିଲ୍ଡରଙ୍କୁ ଏତେ ମାରିଲେ, ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଛି।

Advertisment

ମଧ୍ୟ ପ୍ରଦେଶର ଗ୍ୱାଲିୟରରେ ଏକ କ୍ରିକେଟ୍ ମ୍ୟାଚରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମ୍ୟାଚରେ ଅର୍ଦ୍ଧଶତକ ନିକଟତର ହୋଇଥିବା ସଞ୍ଜୟ ପାଲିଆ ନାମକ ଜଣେ ଯୁବକ ୪୯ ରନ୍‌ରେ କ୍ୟାଚ୍ ଆଉଟ୍ ହୋଇଯାଇଥିଲେ। ସେ ୪୯ ରନ୍‌ରେ ବ୍ୟାଟିଂ କରୁଥିବା ବେଳେ ତାଙ୍କ କ୍ୟାଚକୁ ଫିଲ୍ଡିଂ କରୁଥିବା ସଚିନ୍ ପରାସର ଧରି ପକାଇ ଥିଲେ। ଆଉଟ୍ ହେବା ପରେ ସଞ୍ଜୟ ଏତେ ରାଗି ଗଲେ ଯେ ନିଜ ବ୍ୟାଟରେ ସେ ପରାସରଙ୍କୁ ମାରି ଗୁରୁତର ଆହତ କରିଦେଇଥିଲେ।

ସ୍ଥାନୀୟ ପୁଲିସ୍ ଅଧୀକ୍ଷକ ରାମନରେଶ ପଚୌରୀ କହିଛନ୍ତି, ଏହି ଘଟଣା ଶନିବାର ଗୋଲା ମନ୍ଦିର ନିକଟକ ଥାନା ଅଞ୍ଚଳରେ ଥିବା ମେଳା ଗ୍ରାଉଣ୍ଡରେ ଏକ କ୍ରିକେଟ୍ ମ୍ୟାଚରେ ଘଟିଛି। ସଚିନ ପରାସର ନାମକ ଫିଲ୍ଡରଙ୍କୁ ଗୁରୁତର ଅବସ୍ଥାରେ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ସଞ୍ଜୟ ପାଲିଆଙ୍କ ନାଁରେ ଏଫଆଇଆର୍ ଦାଖଲ କରାଯାଇଛି। ଏବେ ସଞ୍ଜୟ ଫେରାର ଅଛି। ତାକୁ ଧରିବାକୁ ପୁଲିସ୍ ପ୍ରୟାସ ଚଳାଇଛି।

Advertisment