ଆୟର୍ଲ୍ୟାଣ୍ତ ଓ ଜିମ୍ବାୱେ ମଧ୍ୟରେ ଅନୁଷ୍ଠିତ ଏକମାତ୍ର ଟେଷ୍ଟରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଘଟିଛି। ଏହି ମ୍ୟାଚ୍ରେ ଜଣେ ବ୍ୟାଟର ଗୋଟିଏ ବଲରେ ୫ ରନ ହାସଲ କରିଛନ୍ତି।
ବିନା ଓଭର ଥ୍ରୋ କିମ୍ବା କୌଣସି ପେନାଲ୍ଟି ରୂପରେ ନୁହେଁ, ବରଂ ସାଥୀ ବ୍ୟାଟରଙ୍କୁ ସାଥୀ କରି ଷ୍ଟ୍ରାଇକର ଜଣଙ୍କ ଦୌଡ଼ି ଦୌଡ଼ି ଏପରି ରନ ହାସଲ କରିଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ପୂରା ଘଟଣା ଟେଷ୍ଟ ମ୍ୟାଚ୍ର ୪ର୍ଥ ଦିନରେ ଘଟିଥିଲା। ଆୟର୍ଲ୍ୟାଣ୍ଡ ୧୮୫ ରନର ପିଛା କରୁଥିବା ବେଳେ ୫ ୱିକେଟ ହରାଇ ୭୪ ରନ କରିଥିଲା। ଇନିଂସ ୧୮ତମ ଓଭର ବୋଲିଂ କରିବାକୁ ଆସିଥିଲେ ଜିମ୍ବାୱେର ରିଚାର୍ଡ ନାଗରାଭା। ତାଙ୍କାର ଦ୍ୱିତୀୟ ବଲକୁ ଆୟର୍ଲ୍ୟାଣ୍ଡର ଆଣ୍ଡୀ ମ୍ୟାକବ୍ରିନେ ଅଫ ସାଇଡ୍ରେ ନେଟ୍ ଡ୍ରାଇଭ କରିଥିଲେ। ବଲଟି ସିଧା ବାଉଣ୍ଡରୀ ଆଡ଼କୁ ଯାଇଥିଲା।
ବଲକୁ ଅଟକାବା ପାଇଁ ଜିମ୍ବାୱେର ତେଣ୍ଡାଇ ଚତାରା ପିଛା କରିଥିଲେ। ବଲଟି ବାଉଣ୍ଡରୀ ଲାଇନରେ ବାଜିବା ପୂର୍ବରୁ ସେ ଏହାକୁ ଅଟକାଇ ଦେଇଥିଲେ। ହେଲେ ସେ ନିଜେ ବାଉଣ୍ଡରୀ ଡେଇଁ ଆଗକୁ ଚାଲି ଯାଇଥିଲେ। ତେଣୁ ସେ ତୁରନ୍ତ ବଲଟିକୁ ସଂଗ୍ରହ କରି ବୋଲର କିମ୍ବା କିପରଙ୍କୁ ଦେଇପାରି ନଥିଲେ।
McBrine hits Ngarava for 5⃣!
— Cricket Ireland (@cricketireland) July 28, 2024
Yep, you read that right...
▪️ Ireland 86-5 (19 overs)
▪️ Zimbabwe 197 (71 overs)
▪️ Ireland 250 (58.3 overs)
▪️ Zimbabwe 210 (71.3 overs)
WATCH (Ireland/UK): https://t.co/DeHsISzoPw
WATCH (Rest of world): https://t.co/HZ1cGTFoHv
SCORE:… pic.twitter.com/0Rr6GRZoa7
ସେ ପୁଣି ଫିଲ୍ଡକୁ ଆସି ବଲକୁ କଲେକ୍ଟ କରି ଥ୍ରୋ ମାରିବା ପୂର୍ବରୁ ଆଣ୍ଡୀ ଓ ଲୋରକାନ ଟକର ଦୌଡ଼ି ଦୌଡ଼ି ୫ ରନ ନେଇ ସାରିଥିଲେ। ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।