Advertisment

ବିନା ଓଭର ଥ୍ରୋରେ ବି ୫ ରନ ଦୌଡ଼ିଲେ ଦୁଇ ବ୍ୟାଟର, ଦେଖନ୍ତୁ ଭିଡିଓ

ବିନା ଓଭର ଥ୍ରୋ କିମ୍ବା କୌଣସି ପେନାଲ୍ଟି ରୂପରେ ନୁହେଁ, ବରଂ ସାଥୀ ବ୍ୟାଟରଙ୍କୁ ସାଥୀ କରି ଷ୍ଟ୍ରାଇକର ଜଣଙ୍କ ଦୌଡ଼ି ଦୌଡ଼ି ଏପରି ରନ ହାସଲ କରିଛନ୍ତି।

Test

Test

Advertisment

ଆୟର୍ଲ୍ୟାଣ୍ତ ଓ ଜିମ୍ବାୱେ ମଧ୍ୟରେ ଅନୁଷ୍ଠିତ ଏକମାତ୍ର ଟେଷ୍ଟରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଘଟିଛି। ଏହି ମ୍ୟାଚ୍‌ରେ ଜଣେ ବ୍ୟାଟର ଗୋଟିଏ ବଲରେ ୫ ରନ ହାସଲ କରିଛନ୍ତି।

Advertisment

ବିନା ଓଭର ଥ୍ରୋ କିମ୍ବା କୌଣସି ପେନାଲ୍ଟି ରୂପରେ ନୁହେଁ, ବରଂ ସାଥୀ ବ୍ୟାଟରଙ୍କୁ ସାଥୀ କରି ଷ୍ଟ୍ରାଇକର ଜଣଙ୍କ ଦୌଡ଼ି ଦୌଡ଼ି ଏପରି ରନ ହାସଲ କରିଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ପୂରା ଘଟଣା ଟେଷ୍ଟ ମ୍ୟାଚ୍‌ର ୪ର୍ଥ ଦିନରେ ଘଟିଥିଲା। ଆୟର୍ଲ୍ୟାଣ୍ଡ ୧୮୫ ରନର ପିଛା କରୁଥିବା ବେଳେ ୫ ୱିକେଟ ହରାଇ ୭୪ ରନ କରିଥିଲା। ଇନିଂସ ୧୮ତମ ଓଭର ବୋଲିଂ କରିବାକୁ ଆସିଥିଲେ ଜିମ୍ବାୱେର ରିଚାର୍ଡ ନାଗରାଭା। ତାଙ୍କାର ଦ୍ୱିତୀୟ ବଲକୁ ଆୟର୍ଲ୍ୟାଣ୍ଡର ଆଣ୍ଡୀ ମ୍ୟାକବ୍ରିନେ ଅଫ ସାଇଡ୍‌ରେ ନେଟ୍‌ ଡ୍ରାଇଭ କରିଥିଲେ। ବଲଟି ସିଧା ବାଉଣ୍ଡରୀ ଆଡ଼କୁ ଯାଇଥିଲା।

Advertisment

ବଲକୁ ଅଟକାବା ପାଇଁ ଜିମ୍ବାୱେର ତେଣ୍ଡାଇ ଚତାରା ପିଛା କରିଥିଲେ। ବଲଟି ବାଉଣ୍ଡରୀ ଲାଇନରେ ବାଜିବା ପୂର୍ବରୁ ସେ ଏହାକୁ ଅଟକାଇ ଦେଇଥିଲେ। ହେଲେ ସେ ନିଜେ ବାଉଣ୍ଡରୀ ଡେଇଁ ଆଗକୁ ଚାଲି ଯାଇଥିଲେ। ତେଣୁ ସେ ତୁରନ୍ତ ବଲଟିକୁ ସଂଗ୍ରହ କରି ବୋଲର କିମ୍ବା କିପରଙ୍କୁ ଦେଇପାରି ନଥିଲେ।

ସେ ପୁଣି ଫିଲ୍ଡକୁ ଆସି ବଲକୁ କଲେକ୍ଟ କରି ଥ୍ରୋ ମାରିବା ପୂର୍ବରୁ ଆଣ୍ଡୀ ଓ ଲୋରକାନ ଟକର ଦୌଡ଼ି ଦୌଡ଼ି ୫ ରନ ନେଇ ସାରିଥିଲେ। ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।

Zimbabwe Test Cricket Test Match Ireland
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe