ଅଲ୍ ଓଡ଼ିଶା ଅଣ୍ଡର୍-୧୪ କ୍ରିକେଟ୍: ସେମିଫାଇନାଲ୍ ଲାଇନଅପ୍ ଚୂଡ଼ାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଲଏଲସିସି ଆନୁକୂଲ୍ୟରେ ଚାଲିଥିବା ପ୍ରଥମ ଅଲ୍ ଓଡ଼ିଶା ଅଣ୍ଡର୍-୧୪ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ୍ ଲାଇନଅପ୍ ଚୂଡ଼ାନ୍ତ ହୋଇଛି। ଆଜି ଖେଳାଯାଇଥିବା ଚତୁର୍ଥ ତଥା ଶେଷ କ୍ୱାର୍ଟର୍ ଫାଇନାଲ୍ ମ୍ୟାଚରେ ବିବିସିଏ ୧୫୧ ରନରେ ଏଲଏଲସିସିକୁ ହରାଇ ସେମିଫାଇନାଲରେ ପହଞ୍ଚିଛି। ଏହା ପୂର୍ବରୁ ପ୍ରଗତି ସ୍ପୋର୍ଟିଂ, ପାରାମାଉଣ୍ଟ ଓ ସହୀଦ ସ୍ପୋର୍ଟିଂ ଅନ୍ତିମ-୪ରେ ସ୍ଥାନ ହାସଲ କରିଛନ୍ତି। ଗୁରୁବାର ଅନୁଷ୍ଠିତ ମ୍ୟାଚରେ ବିବିସିଏ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୩୫ ଓଭରରେ ୫ ୱିକେଟ୍ […]

LLCC

LLCC

Ranjit Kumar Jena
  • Published: Thursday, 04 March 2021
  • Updated: 04 March 2021, 06:07 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଲଏଲସିସି ଆନୁକୂଲ୍ୟରେ ଚାଲିଥିବା ପ୍ରଥମ ଅଲ୍ ଓଡ଼ିଶା ଅଣ୍ଡର୍-୧୪ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ୍ ଲାଇନଅପ୍ ଚୂଡ଼ାନ୍ତ ହୋଇଛି। ଆଜି ଖେଳାଯାଇଥିବା ଚତୁର୍ଥ ତଥା ଶେଷ କ୍ୱାର୍ଟର୍ ଫାଇନାଲ୍ ମ୍ୟାଚରେ ବିବିସିଏ ୧୫୧ ରନରେ ଏଲଏଲସିସିକୁ ହରାଇ ସେମିଫାଇନାଲରେ ପହଞ୍ଚିଛି। ଏହା ପୂର୍ବରୁ ପ୍ରଗତି ସ୍ପୋର୍ଟିଂ, ପାରାମାଉଣ୍ଟ ଓ ସହୀଦ ସ୍ପୋର୍ଟିଂ ଅନ୍ତିମ-୪ରେ ସ୍ଥାନ ହାସଲ କରିଛନ୍ତି।

ଗୁରୁବାର ଅନୁଷ୍ଠିତ ମ୍ୟାଚରେ ବିବିସିଏ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୩୫ ଓଭରରେ ୫ ୱିକେଟ୍ ହରାଇ ୩୧୨ ରନର ବିଶାଳ ସ୍କୋର କରିଥିଲା। ଦଳ ପକ୍ଷରୁ ଛଗନ ପଟ୍ଟନାୟକ ସର୍ବାଧିକ ୯୨, ବିଶ୍ୱଜିତ୍ ପ୍ରଧାନ ୪୦ ଓ ସ୍ୱରାଜ ରାଉତ ୪୦ ରନ୍ କରିଥିଲେ। ଏଲଏଲସିସିର ଆଦିତ୍ୟ ବେହେରା ଓ ସାହିଲ୍ ସତ୍ୟବ୍ରତ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

ଜବାବରେ ଏଲଏଲସିସି ୨୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୫୧ ରନ୍ କରି ପରାସ୍ତ ହୋଇଥିଲା। ଦଳ ପକ୍ଷରୁ ବୈଜୟନ୍ତ ଜେନା ୨୪, ମିଧାଂଶୁ ଦାସ ୨୦ ଓ ଶ୍ରେୟସ ସୋହମ୍ ୧୬ ରନ୍ କରିଥିଲେ। ବିବିସିଏ ପକ୍ଷରୁ ଛଗନ ପଟ୍ଟନାୟକ ୧୬ ରନ୍ ନେଇ ୩ଟି, ସୌମ୍ୟ ମୁର୍ମୁ ଓ ବିଜୟ ଲକ୍ଷ୍ମୀ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

ବିଜୟୀ ଦଳର ଛଗନଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ ବିକ୍ରମ ପଟ୍ଟନାକୟ। ଖେଳକୁ ଅଜୟ ନାୟକ ଓ କୁଲୁ ନାୟକ ପରିଚାଳନା କରିଥିଲେ। ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ୍ ବିବିସିଏ ଓ ପ୍ରଗତି ସ୍ପୋର୍ଟିଂ ଓ ଦ୍ୱିତୀୟ ସେମିଫାଇନାଲ୍ ପାରାମାଉଣ୍ଟ ଓ ସହୀଦ ସ୍ପୋର୍ଟିଂ ମଧ୍ୟରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos