Advertisment

ନିରପେକ୍ଷ ଭେନ୍ୟୁରେ ଏସିଆ କପ ଆୟୋଜନ କରିବ ବିସିସିଆଇ, ସମାନ ଗ୍ରୁପରେ ଭାରତ-ପାକିସ୍ତାନ!

ବିସିସିଆଇ ଉପ ସଭାପତି ରାଜୀବ ଶୁକ୍ଳା ଓ ଏସିସି ତଥା ପିସିବି ସଭାପତି ମୋହଶିନ ନକଭୀ ଆଗାମୀ ଦିନରେ ବୈଠକ କରିବେ। ଏହି ସମୟରେ ଏସିଆ କପର ଭେନ୍ୟୁ ଓ ମ୍ୟାଚସୂଚୀ ପ୍ରସ୍ତୁତ ହେବ।

Asia Cup

Asia Cup

Advertisment

ଏସିଆ କପ ୨୦୨୫କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଏସିଆ କପର ସମାନ ଗ୍ରୁପରେ ରହିବେ ଦୁଇ ଚୀରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଅର୍ଥାତ ଏସିଆ କପରେ ଭାରତ ଓ ପାକିସ୍ତାନ ଲଢ଼େଇ ଦେଖିବାକୁ ମିଳିବ। ବିସିସିଆଇ ମଧ୍ୟ ନିରପେକ୍ଷ ଭେନ୍ୟୁରେ ଏସିଆ କପର ଆୟୋଜନ କରିବାକୁ ରାଜି ହୋଇଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। 

Advertisment

ପାକିସ୍ତାନ ପ୍ରାୟୋଜିତ ‌ଆତଙ୍କବାଦୀଙ୍କ ପହଲଗାମ ନରସଂହାର ପରେ ଏସିଆ କପର ଭବିଷ୍ୟତ ଉପରେ କଳାବାଦଲ ଘୋଟାଇ ଯାଇଥିଲା। ହେଲେ ଏହାର ଆୟୋଜନକୁ ନେଇ ରହିଥିବା ସବୁ ବାଧାରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି। ଗୁରୁବାର ଏସିଆନ କ୍ରିକେଟ କାଉନସିଲ ବା ଏସିସିର ବାର୍ଷିକ ବୈଠକ ଢାକାରେ ଅନୁଷ୍ଠିତ ହୋଇଥିଲା। ବିସିସିଆଇର ଅଧିକାରୀମାନେ ଭିଡିଓ କନଫରେନ୍ସିଂରେ ଏଥିରେ ଯୋଗ ଦେଇଥିଲେ।

ବୈଠକ ସମୟରେ ବିସିସିଆଇ ନିରପେକ୍ଷ ଭେନ୍ୟୁରେ ଏସିଆ କପ ଆୟୋଜନ କରିବାକୁ ଇଚ୍ଛା ପ୍ରକାଶ କରିଛି। ଦୁବାଇ ଓ ଅବୁ ଧାବିରେ ଏସିଆ କପ ବିସିସିଆଇ ଆୟୋଜନ କରିବ। ଯଦିଓ ଏମିରେଟ୍ସ କ୍ରିକେଟ ବୋର୍ଡ ବା ଇସିବି ସହ ୩ଟି ସ୍ଥାନର ବ୍ୟବହାର ପାଇଁ ଚୁକ୍ତି ହୋଇଛି, କିନ୍ତୁ ଏସିଆ କପରେ ୨ଟି ଭେନ୍ୟୁର ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି।

Advertisment

ବିସିସିଆଇ ପାଖରେ ୮ମ ଟିମ ବିଶିଷ୍ଟ ଏସିଆ କପ ଆୟୋଜନ କରିବାର ଅଧିକାର ରହିଛି। କିନ୍ତୁ ଏପ୍ରିଲ ୨୨ ପହଲଗାମ ନରସଂହାର ପରେ ଭାରତ ଏସିଆ କପ ଆୟୋଜନରୁ ଓହରି ଯିବ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ଏବେ ବିସିସିଆଇ ଏସିଆ କପ ଆୟୋଜନ ପାଇଁ ରାଜି ହୋଇଛି।

ବିସିସିଆଇ ଉପ ସଭାପତି ରାଜୀବ ଶୁକ୍ଳା ଓ ଏସିସି ତଥା ପିସିବି ସଭାପତି ମୋହଶିନ ନକଭୀ ଆଗାମୀ ଦିନରେ ବୈଠକ କରିବେ। ଏହି ସମୟରେ ଏସିଆ କପର ଭେନ୍ୟୁ ଓ ମ୍ୟାଚସୂଚୀ ପ୍ରସ୍ତୁତ ହେବ। ଟୁର୍ଣ୍ଣାମେଣ୍ଟ ପାଇଁ ସେପ୍ଟେମ୍ବର ୭ରୁ ମାସ ଶେଷ ଯାଏ ସମୟ ପ୍ରସ୍ତାବ ଦିଆଯାଇଛି। ଆସନ୍ତାବର୍ଷ ଫେବୃଆରୀରେ ଟି-୨୦ ବିଶ୍ୱକପ ଥିବା ବେଳେ ଏସିଆ କପ ଏଥିପାଇଁ ପ୍ରସ୍ତୁତି କରିବାରେ ସହାୟକ ହେବ।

Asia Cup Cricket Asia Cup India Vs Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe