Advertisment

ଟି-୨୦ ବିଶ୍ୱକପ୍ ଫାଇନାଲରେ କମ୍ପିବ ଷ୍ଟାଡିୟମ!

ଦୁବାଇ: ଆସନ୍ତା ମାସରେ ଓମାନ ଓ ୟୁଏଇରେ ଆରମ୍ଭ ହେବ ଆଇସିସି ଟି-୨୦ ବିଶ୍ୱକପ୍। ଆଇପିଏଲ୍ ଫାଇନାଲର କିଛି ଦିନ ପରେ ଅର୍ଥାତ୍ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ତାରିଖ ଯାଏ ହେବାକୁଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଟିମ୍ ଭାଗ ନେବେ। ବିସିସିଆଇ ଟୁର୍ଣ୍ଣାମେଣ୍ଟର ଅଫିସିଆଲ୍ ପ୍ରାୟୋଜକ। ଆଇପିଏଲ ମ୍ୟାଚରେ ଫ୍ୟାନ୍ ଷ୍ଟାଡିୟମକୁ ଆସିବା ଆରମ୍ଭ କରିଦେଇଛନ୍ତି। ଏବେ ଭାରତୀୟ କ୍ରିକେଟ୍‌ ବୋର୍ଡ ଓ ଏମିରେଟ୍ସ କ୍ରିକେଟ୍‌ ବୋର୍ଡ ବିଶ୍ୱକପ୍ ଫାଇନାଲରେ ୨୫ହଜାର ଫ୍ୟାନଙ୍କୁ ଆଣିବା ପ୍ରସ୍ତୁତିରେ […]

ଟି-୨୦ ବିଶ୍ୱକପ୍ ଫାଇନାଲରେ କମ୍ପିବ ଷ୍ଟାଡିୟମ!

crowd

Advertisment

ଦୁବାଇ: ଆସନ୍ତା ମାସରେ ଓମାନ ଓ ୟୁଏଇରେ ଆରମ୍ଭ ହେବ ଆଇସିସି ଟି-୨୦ ବିଶ୍ୱକପ୍। ଆଇପିଏଲ୍ ଫାଇନାଲର କିଛି ଦିନ ପରେ ଅର୍ଥାତ୍ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ତାରିଖ ଯାଏ ହେବାକୁଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଟିମ୍ ଭାଗ ନେବେ। ବିସିସିଆଇ ଟୁର୍ଣ୍ଣାମେଣ୍ଟର ଅଫିସିଆଲ୍ ପ୍ରାୟୋଜକ। ଆଇପିଏଲ ମ୍ୟାଚରେ ଫ୍ୟାନ୍ ଷ୍ଟାଡିୟମକୁ ଆସିବା ଆରମ୍ଭ କରିଦେଇଛନ୍ତି। ଏବେ ଭାରତୀୟ କ୍ରିକେଟ୍‌ ବୋର୍ଡ ଓ ଏମିରେଟ୍ସ କ୍ରିକେଟ୍‌ ବୋର୍ଡ ବିଶ୍ୱକପ୍ ଫାଇନାଲରେ ୨୫ହଜାର ଫ୍ୟାନଙ୍କୁ ଆଣିବା ପ୍ରସ୍ତୁତିରେ ଲାଗିଛନ୍ତ। ହେଲେ ଏଥିପାଇଁ ୟୁଏଇର ଅଫିସିଆଲ୍ସଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ। ବିଶ୍ୱକପର ଆୟୋଜନ ପ୍ରଥମେ ଭାରତରେ ହେବାର ଥିଲା, କିନ୍ତୁ କରୋନା କାରଣରୁ ଏହାକୁ ୟୁଏଇ ସ୍ଥାନାନ୍ତର କରାଯାଇଛି।

Advertisment

ଟି-୨୦ ବିଶ୍ୱକପ୍ ଫାଇନାଲ୍ ନଭେମ୍ବର ୧୪ ତାରିଖରେ ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯିବ। ବର୍ତ୍ତମାନ ୟୁଏଇରେ ମାତ୍ର ୧୦ ପ୍ରତିଶତ ଫ୍ୟାନଙ୍କୁ ଷ୍ଟାଡିୟମ ଭିତରକୁ ଯିବା ପାଇଁ ଅନୁମତି ଦିଆଯାଇଛି। ମିଡିଆ ରିପୋର୍ଟ ମୁତାବକ, ବିସିସିଆଇ ଓ ଏମିରେଟ୍ସ ବୋର୍ଡ ଫାଇନାଲରେ ବଡ଼ ସଂଖ୍ୟାରେ ଦର୍ଶକଙ୍କୁ ଡକାଇବାକୁ ଚାହାନ୍ତି। ଯଦି ସମସ୍ତ ପ୍ରୋଟୋକଲକୁ ନଜରରେ ରଖି ଅନୁମତି ଦିଆଯାଏ, ତାହେଲେ ଏହା ମ୍ୟାଚର ରୋମାଞ୍ଚକୁ ବଢ଼ାଇବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡ ଓମାନରେ ହେବ।

ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଆଇପିଏଲ ମ୍ୟାଚ୍ ଦେଖିବା ପାଇଁ ଫ୍ୟାନଙ୍କୁ ପିସିଆର୍ ଟେଷ୍ଟ କରାଇବା ଜରୁରୀ ନୁହେଁ। ହେଲେ କୋଭିଡ୍‌-୧୯ ଟିକାକରଣର ଉଭୟ ଡୋଜର ପ୍ରମାଣପତ୍ର ଦେବା ବାଧ୍ୟତାମୂଳକ। ସେହିପରି ଶାରଜାର ନିୟମ ଅଲଗା। ଏଠାରେ ୧୬ ବର୍ଷରୁ ଅଧିକ ବୟସ ଦର୍ଶକଙ୍କୁ ହିଁ ଏଣ୍ଟ୍ରୀ ମିଳିବ। ଏହାବ୍ୟତୀତ ଟିକାକରଣ ପ୍ରମାଣପତ୍ର ଓ ପିସିଆର୍ ଟେଷ୍ଟ ରିପୋର୍ଟ ମଧ୍ୟ ନିହାତି ଆବଶ୍ୟକ। ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମରେ ୧୬ ବର୍ଷରୁ ଅଧିକ ବୟସର ଫ୍ୟାନଙ୍କୁ ଟିକାକରଣ ପ୍ରମାଣପତ୍ର ଦେବାକୁ ପଡ଼ିବ। ଏହାସହ ସାଥିରେ ପିସିଆର୍ ଟେଷ୍ଟ ରଖିବାକୁ ମଧ୍ୟ ପଡ଼ିବ। ଯଦି କେହି ଷ୍ଟାଡିୟମ ବାହାରକୁ ଚାଲିଯାଏ, ତାହେଲେ ତାଙ୍କୁ ଆଉ ଫେରିବାକୁ ଦିଆଯିବ ନାହିଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe