ଟି-୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ଭାରତୀୟ ସ୍କ୍ୱାଡ, ଧୋନି ହେବେ ମେଣ୍ଟର

ନୂଆଦିଲ୍ଲୀ: ଅକ୍ଟୋବର ମାସରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଶେଷରେ ଭାରତୀୟ ଟିମ ଘୋଷଣା କରାଯାଇଛି। ଚେତନ ଶର୍ମାଙ୍କ ଅଧ୍ୟକ୍ଷତା ବିସିସିଆଇର ଚୟନ କମିଟି ଏକାଧିକ ବୈଠକ କରିବା ପରେ ଆଜି ୧୫ ଜଣିଆ ସ୍କ୍ୱାଡ ଘୋଷଣା କରିଛି। ଉଭୟ ଅଭିଜ୍ଞ ଓ ଯୁବ ପ୍ରତିଭା ଭାରତୀୟ ସ୍କ୍ୱାଡରେ ସୁଯୋଗ ପାଇଛନ୍ତି। ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟି-୨୦ ବିଶ୍ୱକପରେ ଦଳର ମେଣ୍ଟର ଭୂମିକାରେ ରହିବେ। ଅର୍ଥାତ ତାଙ୍କ ନିର୍ଦ୍ଦେଶରେ ଦଳ […]

Team-india

Team-india

Hemant Lenka
  • Published: Wednesday, 08 September 2021
  • Updated: 08 September 2021, 09:28 PM IST

Sports

Latest News

ନୂଆଦିଲ୍ଲୀ: ଅକ୍ଟୋବର ମାସରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଶେଷରେ ଭାରତୀୟ ଟିମ ଘୋଷଣା କରାଯାଇଛି। ଚେତନ ଶର୍ମାଙ୍କ ଅଧ୍ୟକ୍ଷତା ବିସିସିଆଇର ଚୟନ କମିଟି ଏକାଧିକ ବୈଠକ କରିବା ପରେ ଆଜି ୧୫ ଜଣିଆ ସ୍କ୍ୱାଡ ଘୋଷଣା କରିଛି। ଉଭୟ ଅଭିଜ୍ଞ ଓ ଯୁବ ପ୍ରତିଭା ଭାରତୀୟ ସ୍କ୍ୱାଡରେ ସୁଯୋଗ ପାଇଛନ୍ତି। ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟି-୨୦ ବିଶ୍ୱକପରେ ଦଳର ମେଣ୍ଟର ଭୂମିକାରେ ରହିବେ। ଅର୍ଥାତ ତାଙ୍କ ନିର୍ଦ୍ଦେଶରେ ଦଳ ବିଶ୍ୱକପ ଖେଳିବ।

ଅକ୍ଟୋବର ୧୭ ତାରିଖରୁ ଓମାନ ଓ ୟୁଏଇରେ ଟି-୨୦ ବିଶ୍ୱକପ୍ ଆରମ୍ଭ ହେବ। ଏଥିପାଇଁ ସେପ୍ଟେମ୍ବର ୮ ଅର୍ଥାତ ଆଜି ଭାରତୀୟ ଦଳର ଚୟନ କରାଯାଇଛି।

ଘୋଷଣା ମୁତାବକ, ଟି-୨୦ ବିଶ୍ୱକପ୍ ପାଇଁ ମୁଖ୍ୟ ସ୍କ୍ୱାଡରେ ୧୫ ଜଣ ଖେଳାଳି ରହିଛନ୍ତି। କରୋନା ପିରିୟଡ ଚାଲୁଥିବାରୁ ଆଇସିସିର ନିମୟ ମୁତାବକ ଆଉ ୩ ଜଣଙ୍କୁ ରିଜର୍ଭ ଖେଳାଳି ଭାବେ ବିଶ୍ୱକପ ଦଳ ସହ ୟୁଏଇ ପଠାଯିବ। ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ, ଈଶାନ୍ କିଶନ ଓ ସୂର୍ଯ୍ୟ କୁମାର ଯାଦବ ବ୍ୟାଟସମ୍ୟାନ ଭାବେ ନିଜର ସ୍ଥାନ ପକ୍କା କରିଛନ୍ତି। ଅଲରାଉଣ୍ଡର ଭୂମିକାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ରବୀନ୍ଦ୍ର ଜାଡେଜା ରହିଛନ୍ତି।

ୱିକେଟ କପିର ଭାବେ ଋଷଭ ପନ୍ତଙ୍କୁ ସୁଯୋଗ ମିଳିଛି। କିନ୍ତୁ କେଏଲ ରାହୁଲ ମଧ୍ୟ ଟି-୨୦ ବିଶ୍ୱକପରେ ୱିକେଟ କିପିଂ ଦାୟିତ୍ୱ ସମ୍ପାଦନ କରିପାରନ୍ତି। ସ୍ପିନର ଭାବେ ରବି ଅଶ୍ୱିନ, ରାହୁଲ ଚହର, ଅକ୍ସର ପଟେଲ ଓ ବରୁଣ ଚକ୍ରବର୍ତ୍ତୀ ରହିଛନ୍ତି। ଦ୍ରୁତ ବୋଲିଂ ବାହିନୀରେ ଯଶପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର ଓ ମହମ୍ମଦ ଶାମି ରହିଛନ୍ତି।

ଆହତ ସମସ୍ୟା ଦେଇ ଗତି କରୁଥିବା ଶ୍ରେୟସ ଆୟରଙ୍କୁ ଷ୍ଟାଣ୍ଡବାଏରେ ରଖାଯାଇଛି। ତାଙ୍କ ସହ ଶାର୍ଦ୍ଦୁଲ ଠାକୁର ଓ ଦୀପକ ଚହର ରହିଛନ୍ତି।

ତେବେ ସ୍କ୍ୱାଡରୁ ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ଶିଖର ଧୱନଙ୍କୁ ବାଦ୍ ଦିଆଯାଇଛି। ମଙ୍ଗଳବାର ଶିଖରଙ୍କ ବିବାହ ବିଚ୍ଛେଦ ଘଟିଥିବା ବେଳେ ଏବେ ସେ ଟି-୨୦ ବିଶ୍ୱକପ ସ୍କ୍ୱାଡରୁ ବାଦ ପଡ଼ିଛନ୍ତି। ୟୁଜବେନ୍ଦର ଚହଲ କିମ୍ବା କୁଲଦୀପ ଯାଦବଙ୍କୁ ଟି-୨୦ ବିଶ୍ୱକପ ସ୍କ୍ୱାଡରେ ସୁଯୋଗ ମିଳିନି। ପୃଥ୍ୱୀ ଶ’ଙ୍କୁ ମଧ୍ୟ ଚୟନ କରାଯାଇ ନାହିଁ। ବିରାଟ କୋହଲି ଅଧିନାୟକ ଓ ରୋହିତ ଶର୍ମା ଉପଅଧିନାୟକ ଭାବେ ବିଶ୍ୱକପରେ ଦଳର କମାଣ ସମ୍ଭାଳିବେ।

ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ତା’ର ଅଭିଯାନ ପାକିସ୍ତାନ ବିପକ୍ଷ ମ୍ୟାଚରୁ ଆରମ୍ଭ କରିବ। ଏହି ହାଇଭୋଲଟେଜ୍ ମୁକାବିଲା ଅକ୍ଟୋବର ୨୪ ତାରିଖରେ ଦୁବାଇରେ ଖେଳାଯିବ। ଏଥିପାଇଁ ପାକିସ୍ତାନ ୬ ତାରିଖରେ ନିଜର ଟିମ ଘୋଷଣା କରି ସାରିଛି। ଉଭୟ ଭାରତ ଓ ପାକିସ୍ତାନ ଗ୍ରୁପ୍-୨ରେ ସ୍ଥାନ ପାଇଛନ୍ତି। ଅକ୍ଟୋବର ୩୧ ତାରିଖରେ ଭାରତ ତା’ର ପରବର୍ତ୍ତୀ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ଦୁବାଇରେ ଭେଟିବ।

ଏହା ପରେ ନଭେମ୍ବର ୩ ତାରିଖରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବ। ସେହିପରି ଭାରତ ତା’ର ଚତୁର୍ଥ ମ୍ୟାଚ୍ ନଭେମ୍ବର ୫ ତାରିଖରେ ଗ୍ରୁପ୍-ବି’ର ଶୀର୍ଷ ଟିମ୍ ଏବଂ ନଭେମ୍ବର ୮ ତାରିଖରେ ଗ୍ରୁପ୍-ଏ’ର ରନର୍ସଅପ୍ ଟିମ୍ ବିପକ୍ଷରେ ଖେଳିବ। ଭାରତ ଦୁବାଇରେ ୪ଟି ଓ ଆବୁଧାବିରେ ଗୋଟିଏ ମ୍ୟାଚ୍ ଖେଳିବ।

ଅନ୍ୟପକ୍ଷରେ ଅକ୍ଟୋବର ୧୭ ତାରିଖରୁ ଓମାନରେ ପ୍ରଥମ ରାଉଣ୍ଡ ସହ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ପ୍ରଥମ ଦିବସରେ ଆୟୋଜକ ଓମାନ୍ ଓ ପାପୁଆ ନ୍ୟୁ ଗିନି ଏବଂ ବାଂଲାଦେଶ ଓ ସ୍କଟଲ୍ୟାଣ୍ଡ ମଧ୍ୟ ମ୍ୟାଚ୍ ଖେଳାଯିବ। ପ୍ରଥମ ରାଉଣ୍ଡ ଗ୍ରୁପ୍-ଏ’ରେ ଶ୍ରୀଲଙ୍କା, ଆୟର୍ଲ୍ୟାଣ୍ଡ, ନେଦରଲ୍ୟାଣ୍ଡ ଓ ନାମ୍ବିଆ ଟିମ୍ ରହିଥିବା ବେଳେ ଗ୍ରୁପ୍-ବି’ରେ ବାଂଲାଦେଶ, ସ୍କଟଲ୍ୟାଣ୍ଡ, ପାପୁଆ ନ୍ୟୁ ଗିନି ଓ ଓମାନ୍ ଟିମ୍ ସ୍ଥାନ ପାଇଛନ୍ତି। ଉଭୟ ଗ୍ରୁପର ଦୁଇ ଶୀର୍ଷ ଟିମ୍ ସୁପର୍-୧୨ ଷ୍ଟେଜକୁ କ୍ୱାଲିଫାଏ କରିବେ। ସୁପର୍-୧୨ ଅକ୍ଟୋବର ୨୩ ତାରିଖରୁ ଆରମ୍ଭ ହେବ।

ସ୍କ୍ୱାଡ୍: ରୋହିତ୍ ଶର୍ମା, ଲୋକେଶ ରାହୁଲ, ବିରାଟ୍ କୋହଲି (କ୍ୟାପଟେନ୍), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ଭୁବନେଶ୍ୱର କୁମାର, ଈଶାନ କିଷନ, ରାହୁଲ ଚହର, ଅକ୍ସର ପଟେଲ ରବି ଅଶ୍ୱିନ ଓ ବରୁନ୍ ଚକ୍ରବର୍ତ୍ତୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story