ଟି-୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ଭାରତୀୟ ଟିମ, ବାଦ ପଡ଼ିଲେ କେଏଲ ରାହୁଲ

ବିସିସିଆଇର ମୁଖ୍ୟ ଚୟକର୍ତ୍ତା ଅଜିତ ଅଗକର ୧୫ ଜଣିଆ ଟିମରେ ଥିବା ଖେଳାଳିଙ୍କ ନାଁ ସାର୍ବଜନୀନ କରିଛନ୍ତି।

Team India

ଭାରତୀୟ ଟିମ

Hemant Lenka
  • Published: Tuesday, 30 April 2024
  • Updated: 30 April 2024, 04:06 PM IST

Sports

Latest News

ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ମାସରୁ ଆରମ୍ଭ ହେବାକୁ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ସ୍କ୍ୱାଡ ଘୋଷଣା କରାଯାଇଛି। ବିସିସିଆଇର ମୁଖ୍ୟ ଚୟକର୍ତ୍ତା ଅଜିତ ଅଗକର ୧୫ ଜଣିଆ ଟିମରେ ଥିବା ଖେଳାଳିଙ୍କ ନାଁ ସାର୍ବଜନୀନ କରିଛନ୍ତି। ପୂର୍ବ ସୂଚନା ମୁତାବକ ରୋହିତ ଶର୍ମାଙ୍କ ନେତୃତ୍ୱରେ ହିଁ ଟିମ ଇଣ୍ଡିଆ ଟ୍ରଫି ପାଇଁ ଟକ୍କର କରିବ। ଦଳର ବିରାଟ କୋହଲି ଓ ସୂର୍ଯ୍ୟ କୁମାର ଯାଦବ ମଧ୍ୟ ରହିଛନ୍ତି। 

୧୫ ଜଣିଆ ସ୍କ୍ୱାଡରେ ଯୁବ ତାରକା ଶୁବମନ ଗିଲ୍‌ ସ୍ଥାନ ପାଇ ନାହାନ୍ତି। ତାଙ୍କ ବଦଳରେ ଯଶସ୍ୱୀ ଜୈସୱାଲଙ୍କ ଉପରେ ବିସିସିଆଇ ଅଧିକ ଭରସା ଦେଖାଇଛି। ଖରାପ ଫର୍ମ ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ସ୍କ୍ୱାଡରେ ରଖାଯାଇଛି। ସେ ଉପ ଅଧିନାୟକ ପଦ ପୂର୍ବ ଭଳି ବଜାୟୀ ରଖିଛନ୍ତି। 

ପାଣ୍ଡ୍ୟାଙ୍କ ବ୍ୟତୀତ ସ୍କ୍ୱାଡରେ ଅଲରାଣ୍ଡର ଭାବେ ଶିବମ ଦୁବେଙ୍କୁ ମଧ୍ୟ ସ୍ଥାନ ମିଳିଛି। ସେ ଆଇପିଏଲରେ ଚେନ୍ନାଇ ଜବରଦସ୍ତ ପ୍ରଦର୍ଶନ କରି ଚାଲିଛନ୍ତି। 

Also Read

ସେହିପରି କାର ଦୁର୍ଘଟଣାରେ ଆହତ ହୋଇ ୧୮ ମାସ ପରେ ଆଇପିଏଲ ଖେଳିବାକୁ ଫିଟ ହୋଇଥିବା ଋଷଭ ପନ୍ତଙ୍କୁ ଭାରତୀୟ ଟିମରେ ସୁଯୋଗ ମିଳିଛି। ଆଇପିଏଲରେ ସେ ଦମଦାର ଫର୍ମରେ ଥିବାରୁ ତାଙ୍କ ଉପରେ ବିସିସିଆଇ ଭରସା ଦେଖାଇଛି। ଦ୍ୱିତୀୟ ୱିକେଟ କପିର ଭାବେ ସଞ୍ଜୁ ସାମସନଙ୍କୁ ଦଳରେ ରଖାଯାଇଛି। ଭଲ ପ୍ରଦର୍ଶନ ସତ୍ତ୍ୱେ କେଏଲ ରାହୁଲଙ୍କୁ ସ୍କ୍ୱାଡରେ ରଖାଯାଇ ନାହିଁ। ସେ ରିଜର୍ଭ ଖେଳାଳି ତାଲିକାରେ ମଧ୍ୟ ନାହାନ୍ତି। 

ରିଙ୍କୁ ସିଂହ ଓ ଶୁବମନ ଗିଲ୍‌ ମୁଖ୍ୟ ସ୍କ୍ୱାଡରେ ନଥିଲେ ମଧ୍ୟ ଦଳ ସହ ୱେଷ୍ଟଇଣ୍ଡିଜ ଗସ୍ତ କରିବେ। ଏମାନଙ୍କୁ ରିଜର୍ଭ ଖେଳାଳି ଭାବେ ରଖାଯାଇଛି। ଖଲୀଳ ଅହମଦ ଓ ଆବେଶ ଖାନ ମଧ୍ୟ ରିଜର୍ଭ ଖେଳାଳି ତାଲିକାରେ ଅଛନ୍ତି। 

ସ୍ପିନ ବୋଲିଂ ଆଟାକରେ ଭାରତର ମଙ୍ଗ ରବୀନ୍ଦ୍ର ଜାଡେଜା, ୟୁଜଭେନ୍ଦର ଚହଲ, ଅକ୍ଷର ପଟେଲ ଓ କୁଲଦୀପଙ୍କ ଉପରେ ରହିବ। ରବି ବିଷ୍ଣୋଇଙ୍କୁ ବିସିସିଆଇ ୧୫ ଜଣିଆ ସ୍କ୍ୱାଡରେ ସ୍ଥାନ ଦେଇ ନାହିଁ।

ଦ୍ରୁତ ବୋଲିଂର କମାଣ ଯଶପ୍ରୀତ ବୁମ୍ରା ସମ୍ଭାଳିବେ। ତାଙ୍କୁ ଅର୍ଶଦୀପ ସିଂହ ଓ ମହମ୍ମଦ ସିରାଜ ସାଥ ଦେବେ।  

ଭାରତୀୟ ସ୍କ୍ୱାଡ: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଯଶସ୍ୱୀ ଜୈସୱାଲ, ସୂର୍ଯ୍ୟ କୁମାର ଯାଦବ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ ଅଧିନାୟକ), ଋଷଭ ପନ୍ତ, ସଞ୍ଜୁ ସାମସନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜି ଚହଲ, ଯଶପ୍ରୀତ ବୁମ୍ରା, ଅର୍ଶଦୀପ ସିଂହ ଓ ମହମ୍ମଦ ସିରାଜ।

ରିଜର୍ଭ ଖେଳାଳି: ଶୁବମନ ଗିଲ, ରିଙ୍କୁ ସିଂହ, ଖଲୀଲ ଅହମଦ ଓ ଆବେଶ ଖାନ।  

୨୦ଟି ଟିମକୁ ନେଇ ଖେଳା ଯାଉଥିବା ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚ ଜୁନ ୧ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଆୟୋଜକ ଆମେରିକା ଓ କାନାଡା। ୧୮୪୪ରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଏହି ଦୁଇ ଦଳ ସାମ୍ନାସାମ୍ନି ହୋଇଥିଲେ। ଏବେ ପୁଣି ଥରେ ଆମେରିକା ଓ କାନାଡା ଲଢ଼େଇ କରିବେ।

ବିଶ୍ୱକପର ସବୁଠାରୁ ବଡ଼ ମ୍ୟାଚ୍‌ ଜୁନ ୯ରେ ଖେଳାଯିବ। ନ୍ୟୁୟର୍କରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ଟି-୨୦ ବିଶ୍ୱକପର ଗ୍ରୁପ ଏ’ରେ ଭାରତ ରହିଛି। ଭାରତ ସହ ଆମେରିକା, ପାକିସ୍ତାନ, କାନାଡା ଓ ଆୟର୍ଲ୍ୟାଣ୍ଡ ଏହି ଗ୍ରୁପରେ ରହିଛନ୍ତି।

ଭାରତ ତା’ର ବିଶ୍ୱକପ ଅଭିଯାନ ଜୁନ ୫ରେ ଆୟର୍ଲ୍ୟାଣ୍ଡ ବିପକ୍ଷରୁ ଆରମ୍ଭ କରିବ। ଜୁନ ୯ରେ ପାକିସ୍ତାନ, ଜୁନ ୧୨ରେ ଆମେରିକା ଓ ଜୁନ ୧୫ରେ ଦଳ ଶେଷ ଲିଗ ମ୍ୟାଚ୍‌ କାନାଡା ବିପକ୍ଷରେ ଖେଳିବ।

ଟି-୨୦ ବିଶ୍ୱକପର ଦୁଇ ସେମି ଫାଇନାଲ ଜୁନ ୨୬ ଓ ୨୭ରେ ଖେଳାଯିବ। ଜୁନ ୨୯ରେ କ୍ରିକେଟ ମହାକୁମ୍ଭର ଫାଇନାଲ ବାରବାଡୋସରେ ଅନୁଷ୍ଠିତ ହେବ।

ପ୍ରଥମଥର ପାଇଁ ଟି-୨୦ ବିଶ୍ୱକପରେ ୨୦ଟି ଦଳ ଭାଗ ନେଉଛନ୍ତି। ଏମାନଙ୍କୁ ୪ଟି ଗ୍ରୁପରେ ଭାଗ କରାଯାଇଛି। ପ୍ରତି ଗ୍ରୁପରେ ୫ଟି ଲେଖାଏ ଦଳ ରହିଛନ୍ତି। ଲିଗ ମ୍ୟାଚ୍‌ ପରେ ପ୍ରତି ଗ୍ରୁପରୁ ୨ଟି ଲେଖାଏ ଦଳ ଗ୍ରୁପ ୮ ପର୍ଯ୍ୟାୟକୁ ଯିବେ।

ଯୋଗ୍ୟତା ଅର୍ଜନ କରିଥିବା ୮ ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯିବ। ପ୍ରତି ଗ୍ରୁପର ଟପ୍‌ ୨ଟି ଲେଖାଏ ଦଳ ସେମି ଫାଇନାଲ ପର୍ଯ୍ୟାୟକୁ ଯିବେ। ଏହାପରେ ୨୯ ତାରିଖରେ ଦୁଇ ଶ୍ରେଷ୍ଠ ଟିମ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ।

ପ୍ରଥମ ସେମି ଫାଇନାଲ ଜୁନ ୨୬ରେ ଗୁଏନା ଓ ଦ୍ୱିତୀୟ ସେମି ଫାଇନାଲ ୨୭ ତାରିଖରେ ତ୍ରିନିଦାଦରେ ଅନୁଷ୍ଠିତ ହେବ। ୱେଷ୍ଟଇଣ୍ଡିଜର ୬ଟି ଭେନ୍ୟୁରେ ୪୧ଟି ମ୍ୟାଚ ଓ ଆମେରିକାର ୩ଟି ଭେନ୍ୟୁରେ ୧୬ଟି ମ୍ୟାଚ୍‌ ଖେଳାଯିବ। ୨୯ ଦିନ ଧରି ଟି-୨୦ ବିଶ୍ୱକପର ୯ମ ସଂସ୍କରଣ ଅନୁଷ୍ଠିତ ହେବ ବୋଲି ଆଇସିସି କହିଛି।

ଗ୍ରୁପ ଏ- ଭାରତ, ପାକିସ୍ତାନ, ଆମେରିକା, କାନାଡା ଓ ଆୟର୍ଲ୍ୟାଣ୍ଡ

ଗ୍ରୁପ ବି- ଇଂଲଣ୍ତ, ଅଷ୍ଟ୍ରେଲିଆ, ନାମ୍ବିଆ, ସ୍କଟଲ୍ୟାଣ୍ଡ ଓ ଓମାନ

ଗ୍ରୁପ ସି- ୱେଷ୍ଟଇଣ୍ଡିଜ, ନ୍ୟୁଜିଲ୍ୟାଣ୍ଡ, ଆଫଗାନିସ୍ତାନ, ଉଗାଣ୍ଡା ଓ ପାପୁଆ ନ୍ୟୁ ଗିନି

ଗ୍ରୁପ ଡି- ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଶ୍ରୀଲଙ୍କା, ନେଦରଲ୍ୟାଣ୍ଡ୍ସ ଓ ନେପାଳ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story