Advertisment

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ଟିମ୍ ଘୋଷଣା, ଫେରିଲେ ଋଷଭ ପନ୍ତ

ଆଗାମୀ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ୧୬ ଜଣିଆ ଦଳରେ ସାମିଲ ହୋଇଥିବା ଋଷଭ ପନ୍ତ ଶେଷଥର ପାଇଁ  ବାଂଲାଦେଶ ବିରୋଧରେ ହିଁ ଟେଷ୍ଟ ମ୍ୟାଚ୍ ଖେଳିଥିଲେ।

ଅଦ୍ୟତନ ହୋଇଛି
Pant

Pant

Advertisment

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ପାଇଁ ଆଜି ଦଳ ଘୋଷଣା କରିଛି ବିସିସିଆଇ। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଘୋଷଣା କରାଯାଇଥିବା ୧୬ ଜଣିଆ ଦଳରେ ସ୍ଥାନ ପାଇଛନ୍ତି ୱିକେଟ୍ କିପର ଋଷଭ ପନ୍ଥ। ଏହା ସହିତ ପ୍ରାୟ ୨ ବର୍ଷ ପରେ ଟେଷ୍ଟକୁ ଫେରିଛନ୍ତି ଋଷଭ। ଶେଷଥର ପାଇଁ ୨୦୨୨ ଡିସେମ୍ବରରେ ସେ ଟେଷ୍ଟ ମ୍ୟାଚ୍ ଖେଳିଥିଲେ।

Advertisment

ସେହିପରି କେଏଲ ରାହୁଲ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ କେବଳ ଜଣେ ବ୍ୟାଟର ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି। କିନ୍ତୁ ମହମ୍ମଦ ସାମି ଫେରିପାରି ନାହାନ୍ତି। ଦଳରେ ସ୍ଥାନ ପାଇଛନ୍ତି ସର୍ଫରାଜ ଖାନ। ଇଂଲଣ୍ଡ ବିପକ୍ଷ ଡେବ୍ୟୁ ସିରିଜ୍‌ରେ ଭଲ ପ୍ରଦର୍ଶନ କରିଥିବା ସର୍ଫରାଜ ତାଙ୍କ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛନ୍ତି। ଧ୍ରୁବ ଜୁରେଲ ଓ ଆକାଶ ଦୀପ ମଧ୍ୟ ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ଦଳରେ ସାମିଲ ହୋଇଛନ୍ତି ୟଶ ଦୟାଲ। 

ବାଂଲାଦେଶ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବା ପାଇଁ ବିସିସିଆଇ ଘୋଷଣା କରିଥିବା ୧୬ ଜଣିଆ ଦଳରେ ଅଛନ୍ତି- ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୈସୱାଲ, ଶୁଭମନ ଗିଲ, ବିରାଟ କୋହଲି, କେ.ଏଲ୍ ରହୁଲ, ସର୍ଫରାଜ ଖାନ, ଋଷଭ ପନ୍ତ (ୱିକେଟ କିପର), ଧ୍ରୁବ ଜୁରେଲ (ୱିକେଟ କିପର), ରବିଚନ୍ଦ୍ର ଅଶ୍ୱିନ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଆକାଶ ଦୀପ, ଯଶପ୍ରୀତ ବୁମ୍ରା ଓ ୟଶ ଦୟାଲ।

Advertisment

ଆଗାମୀ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ୧୬ ଜଣିଆ ଦଳରେ ସାମିଲ ହୋଇଥିବା ଋଷଭ ପନ୍ତ ଶେଷଥର ପାଇଁ  ବାଂଲାଦେଶ ବିରୋଧରେ ହିଁ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ମୀରପୁର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିଲା। ଏହା ପରେ ୨୦୨୨ ଡିସେମ୍ବର ୩୦ ତାରିଖରେ ଏକ ବଡ଼ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ଋଷଭ ପନ୍ଥ।

ଭାରତ-ବାଂଲାଦେଶ ମଧ୍ୟସ୍ଥ ପ୍ରଥମ ଟେଷ୍ଟ ସେପ୍ଟେମ୍ବର ୧୯ ତାରିଖରୁ ଚେନ୍ନାଇରେ ଖେଳାଯିବ। ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ସେପ୍ଟେମ୍ବର ୨୭ରୁ କାନପୁରରେ ଖେଳାଯିବ। ଭାରତ ଓ ବାଂଲାଦେଶ ମଧ୍ୟରେ ୧୩ଟି ଟେଷ୍ଟ ମ୍ୟାଚ୍ ଖେଳା ଯାଇଥିବା ବେଳେ ଭାରତ ୧୧ଟିରେ ଜିତିଛି। ବାକି ଦୁଇଟି ଡ୍ର’ ରହିଛି। 

Rishabh Pant
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe