BCCI
ବିସିସିଆଇ ପକ୍ଷରୁ ଆଜି ୨୦୨୩-୨୪ ଘରୋଇ ସିଜନ ପାଇଁ ମ୍ୟାଚ୍ ସୂଚୀ ଜାରି କରାଯାଇଛି। ଭାରତ ସହ ଦ୍ୱିପାକ୍ଷିକ ସିରିଜ ଖେଳିବା ପାଇଁ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଓ ଇଂଲଣ୍ଡ ଆସିବେ। ଭାରତ ଘରୋଇ ପରିବେଶରେ ଇଂଲଣ୍ଡ ସହ ୫ଟିକିଆ ଟେଷ୍ଟ ସିରିଜ୍ ମଧ୍ୟ ଖେଳିବ।
ତେବେ ଘରୋଇ ସିଜିନର ଗୋଟିଏ ହେଲେ ଅନ୍ତର୍ଜାତୀୟ ମ୍ୟାଚ୍ କଟକର ବାରବାଟୀକୁ ମିଳିନାହିଁ। ଭାରତରେ ଚଳିତ ବର୍ଷ ଦିନିକିଆ ବିଶ୍ୱକପ ଖେଳା ଯାଉଥିବା ବେଳେ ବାରବାଟୀ ମ୍ୟାଚ୍ ଆୟୋଜନରୁ ବଞ୍ଚିତ ହୋଇଥିଲା। କୁହାଯାଉଥିଲା ଯେ ଭାରତ ଆଗାମୀ ଦିନରେ ଖେଳିବାକୁ ଥିବା ଦ୍ୱିପାକ୍ଷିକ ସିରିଜର କିଛି ମ୍ୟାଚ୍ ବାରବାଟୀ ଆୟୋଜନ କରିବାକୁ ସୁଯୋଗ ପାଇବ। କିନ୍ତୁ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ କିମ୍ବା ଇଂଲଣ୍ଡର ଲମ୍ବା ଭାରତୀୟ ଟୁରରେ ମଧ୍ୟ କଟକକୁ ନିରାଶ ହେବାକୁ ପଡ଼ିଛି।
ବିସିସିଆଇ ଆଜି ୨୦୨୩-୨୪ ଘରୋଇ ସିଜିନର ମ୍ୟାଚ୍ ତାରିଖ ଓ ଭେନ୍ୟୁ ଗୁଡ଼ିକର ନାଁ ଘୋଷଣା କରିଛି। ଏହି ଘରୋଇ ସିଜିନ ବିଶ୍ୱକପ ପୂର୍ବରୁ ଆରମ୍ଭ ହେବ। ବିଶ୍ୱକପ ଅକ୍ଟୋବର ୫ରେ ଆରମ୍ଭ ହେଉଥିବା ବେଳେ ଅଷ୍ଟ୍ରେଲିଆ ଏହା ପୂର୍ବରୁ ଭାରତ ସହ ୩ଟିକିଆ ଦିନିକିଆ ସିରିଜ ଖେଳିବ।
ସେପ୍ଟେମ୍ବର ୨୨ରେ ପ୍ରଥମ ଦିନିକିଆ(ମୋହାଲି), ସେପ୍ଟେମ୍ବର ୨୪ରେ ଦ୍ୱିତୀୟ ଦିନିକିଆ(ଇନ୍ଦୋର) ଓ ଶେଷ ଦିନିକିଆଟି ସେପ୍ଟେମ୍ବର ୨୭(ରାଜକୋଟ)ରେ ଖେଳାଯିବ। ଏହାପରେ ବିଶ୍ୱକପ ଅକ୍ଟୋବର ୫ରୁ ଆରମ୍ଭ ହୋଇ ୧୯ ନଭେମ୍ବର ଯାଏ ଚାଲିବ।
ବିଶ୍ୱକପ ସରିବା କ୍ଷଣି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ଟିକିଆ ଟି-୨୦ ସିରିଜ ଖେଳାଯିବ। ନେଭମ୍ବର ୨୩(ବିଶାଖାପଟନମ), ନଭେମ୍ବର ୨୬(ତ୍ରିବେନ୍ଦ୍ରମ), ନଭେମ୍ବର ୨୮(ଗୁହାଟୀ), ଡିସେମ୍ବର ୧(ନାଗପୁର) ଓ ଡିସେମ୍ବର ୩(ହାଇଦ୍ରାବାଦ)ରେ ଟି-୨୦ ମ୍ୟାଚ୍ଗୁଡ଼ିକ ଖେଳାଯିବ।
ଆସନ୍ତା ବର୍ଷ ଜାନୁଆରୀରେ ଆଫଗାନିସ୍ତାନ ୩ଟିକିଆ ଟି-୨୦ ସିରିଜ ଖେଳିବାକୁ ଭାରତ ଆସିବ। ଜାନୁଆରୀ ୧୧ରେ ପ୍ରଥମ ଟି-୨୦(ମୋହାଲି), ଜାନୁଆରୀ ୧୪ରେ ଦ୍ୱିତୀୟ ଟି-୨୦(ଇନ୍ଦୋର) ଓ ଶେଷ ଟି-୨୦ଟି ଜାନୁଆର ୧୭ ତାରିଖ(ବେଙ୍ଗାଲୁରୁ)ରେ ଖେଳାଯିବ।
ଆଫଗାନ୍ ସିରିଜ୍ ପରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ୨୦୨୩-୨୫ ସାଇକେଲ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜର ସାମ୍ନା କରିବ। କାରଣ ବାଜବଲ୍ କ୍ରିକେଟରେ ବିଶ୍ୱାସ କରୁଥିବା ଇଂଲଣ୍ଡ ଏଠାକୁ ୫ ଟିକିଆ ଟେଷ୍ଟ ସିରିଜ ଖେଳିବାକୁ ଆସିବ। ଜାନୁଆରୀ ୨୫ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ଟେଷ୍ଟ ସିରିଜ୍।
ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ହାଇଦ୍ରାବାଦରେ ଜାନୁଆରୀ ୨୫ରୁ ୨୯ ତାରିଖ ଯାଏ ଚାଲିବ। ଦ୍ୱିତୀୟ ଟେଷ୍ଟ ଫେବୃଆରୀ ୨ରୁ ବିଶାଖାପଟନମରେ ଆରମ୍ଭ ହେବ। ଫେବୃଆରୀ ୧୫ରୁ ତୃତୀୟ ଟେଷ୍ଟ ରାଜକୋଟରେ ଖେଳାଯିବାକୁ ଥିବା ଫେବୃଆରୀ ୨୩ରୁ ରାଞ୍ଚିରେ ୪ର୍ଥ ଟେଷ୍ଟ ଅନୁଷ୍ଠିତ ହେବ। ସିରିଜର ଶେଷ ମ୍ୟାଚ୍ ଧର୍ମଶାଲାରେ ମାର୍ଚ୍ଚ ୭ରୁ ୧୧ ତାରିଖ ଯାଏ ଚାଲିବ।
ଗତଥର ଇଂଲଣ୍ଡ ଏଠାରେ ୪ଟିକିଆ ଟେଷ୍ଟ ସିରଜି ଖେଳିଥିଲା। ଭାରତ ଏହି ସିରିଜ୍କୁ ୩-୧ରେ ଜିତି ନେଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/BCCI_1690298161.jpg)