Advertisment

U 19 World Cup: ଅଣ୍ଡର ୧୯ ବିଶ୍ୱ ବିଜେତା ଦଳକୁ କେତେ ଟଙ୍କା ଦେବ ବିସିସିଆଇ?

ଇଂଲଣ୍ଡ ବିପକ୍ଷ ଫାଇନାଲରେ ୧୪ ବର୍ଷୀୟ ସୂର୍ଯ୍ୟବଂଶୀଙ୍କ ୮୦ ବଲରେ ୧୭୫ ରନ ବଳରେ ଭାରତ ୪୧୧ ରନର କରିଥିଲା। ଏହି ରେକର୍ଡ ରନର ପିଛା କରୁଥିବା ଇଂଲଣ୍ଡ ୪୦.୨ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୩୧୧ ରନ କରିପାରିଥିଲା।

U-19

ଭାରତୀୟ ଅଣ୍ଡର ୧୯ ଟିମ

Advertisment

ରେକର୍ଡ ୬ଷ୍ଠ ଥର ପାଇଁ ଅଣ୍ଡର ୧୯ ବିଶ୍ୱକପ ଜିତିଛି ଭାରତ। ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ୧୭୫ ରନ ବଳରେ ଭାରତ ୧୦୦ ରନରେ ଇଂଲଣ୍ଡକୁ ହରାଇ ଶୁକ୍ରବାର ବନିଥିଲା ଚାମ୍ପିୟନ। ବିଶ୍ୱ ଦଖଲ କରିଥିବା ଆୟୁଷ ମହାତ୍ରେଙ୍କ ଭାରତୀୟ ଟିମ(Team India) ପାଇଁ ଏବେ ଆର୍ଥିକ ପୁରସ୍କାର ଘୋଷଣା କରିଛି ବିସିସିଆଇ।

Advertisment

ଜିମ୍ବାୱେର ହରାରରେ ଟ୍ରଫି ଜିତିଥିବା ଭାରତୀୟ ଅଣ୍ଡର ୧୯ ଟିମକୁ ବିସିସିଆଇ ଦେବ ୭.୫ କୋଟି ଟଙ୍କା। ଏ ସମ୍ପର୍କରେ ନିଜେ ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ ଘୋଷଣା କରିଛନ୍ତି। 

ସେ କହିଛନ୍ତି, “ଅଣ୍ଡର ୧୯ ବିଶ୍ୱକପ ୨୦୨୬ ଜିତିଥିବା ଭାରତୀୟ ଟିମ ପାଇଁ ପୂରା ଦେଶ ଓ ବିସିସିଆଇ ଆଜି ଗର୍ବିତ। ଫାଇନାଲରେ ଆମ ଟିମ ଯେଉଁ ଭଳି ଇଂଲଣ୍ଡକୁ ହରାଇଲା ଓ ପୂରା ଟୁର୍ଣ୍ଣାମେଣ୍ଟରେ ଦଳ ଅପରାଜିତ ରହିଲା, ତା’ହା ମଧ୍ୟ ଗର୍ବର ବିଷୟ। ବିସିସିଆଇ ଏବେ ଦଳକୁ ୭.୫ କୋଟି ଟଙ୍କାର ଅର୍ଥ ପୁରସ୍କାରରେ ସମ୍ମାନିତ କରିବ।” 

Advertisment

ଇଂଲଣ୍ଡ ବିପକ୍ଷ ଫାଇନାଲରେ ୧୪ ବର୍ଷୀୟ ସୂର୍ଯ୍ୟବଂଶୀଙ୍କ ୮୦ ବଲରେ ୧୭୫ ରନ ବଳରେ ଭାରତ ୪୧୧ ରନର କରିଥିଲା। ଏହି ରେକର୍ଡ ରନର ପିଛା କରୁଥିବା ଇଂଲଣ୍ଡ ୪୦.୨ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୩୧୧ ରନ କରିପାରିଥିଲା। 

ଅଣ୍ଡର ୧୯ ଭାରତୀୟ ଟିମର ପ୍ରଦର୍ଶନକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ବିସିସିଆଇ ସଭାପତି ମିଥୁନ ମନହାସ ମଧ୍ୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ କହିବା କଥା ଯେ ୬ଷ୍ଠ ଥର ପାଇଁ ଅଣ୍ଡର ୧୯ ବିଶ୍ୱକପ ଜିତିବା ଗୋଟିଏ ଅବିସ୍ମରୀୟ ସଫଳତା।

ଏଥିରୁ ବୟସ ଯୁକ୍ତ କ୍ରିକେଟରେ ଭାରତର ଦବଦବା ସ୍ପଷ୍ଟ ହୋଇଛି। ପୂରା ଟୁର୍ଣ୍ଣାମେଣ୍ଟରେ ଦଳ ପୂରା ଆତ୍ମବିଶ୍ୱାସର ସହ ଖେଳିଛି। ଉଭୟ ପୁରୁଷ ଓ ମହିଳା ଅଣ୍ଡର ୧୯ ବିଶ୍ୱକପ ଜିତିବା ଗୋଟିଏ ଗୌରବର ବିଷୟ ବୋଲି ସେ କହିଛନ୍ତି। 

୧୯ ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲରେ ସର୍ବାଧିକ ବ୍ୟକ୍ତିଗତ ସ୍କୋରର ରେକର୍ଡ ବି ସୂର୍ଯ୍ୟବଂଶୀଙ୍କ ନାଁରେ ଲିପିବଦ୍ଧ ହୋଇଛି। ସେ ୮୦ ବଲ୍‌ରୁ ୧୭୫ ରନ୍ କରିଥିବା ବେଳେ ୨୦୧୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଉନ୍ମୁକ୍ତ ଚାନ୍ଦ ୧୩୦ଟି ବଲ୍‌ରୁ ୧୧୧ ରନ୍ କରିଥିଲେ। ୧୯୯୮ରେ ପାକିସ୍ତାନ ବିପକ୍ଷରେ ବ୍ରେଟ୍ ୱିଲିମ୍ସ ୧୩୪ ବଲ୍‌ରୁ ୧୦୮ ରନ୍ କରିଥିଲେ। 

Team India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe