Advertisment

ଜାରି ହେଲା ଆଇପିଏଲ୍ ସିଡ୍ୟୁଲ୍, ଚେନ୍ନାଇ-କୋଲକାତା ଉଦଘାଟନୀ ମ୍ୟାଚ୍

ନୂଆଦିଲ୍ଲୀ: ଜାରି ହେଲା ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ୧୫ଶ ସଂସ୍କରଣର ସିଡ୍ୟୁଲ ଜାରି କରିଛି ବିସିସିଆଇ। ଆଇପିଏଲର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ସିଡ୍ୟୁଲ୍ ଜାରି ହୋଇଛି। ଆଇପିଏଲର ୧୫ଶ ସଂସ୍କରଣର ଉଦଘାଟନୀ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିୟନ୍ ଚେନ୍ନାଇ ସୁପର୍ କିଙ୍ଗସ୍ ଓ ରନର୍ସଅପ୍ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଅନୁଷ୍ଠିତ ହେବ। ମାର୍ଚ୍ଚ ୨୬ ତାରିଖରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳାଯିବ। ଆଇପିଏଲ୍-୨୦୨୨ରେ ମୋଟ ୭୦ଟି ମ୍ୟାଚ୍ ଖେଳାଯିବ। ସବୁ ମ୍ୟାଚ୍ […]

author-image
Ranjit Kumar Jena
ଜାରି ହେଲା ଆଇପିଏଲ୍ ସିଡ୍ୟୁଲ୍, ଚେନ୍ନାଇ-କୋଲକାତା ଉଦଘାଟନୀ ମ୍ୟାଚ୍

ipl-2022

ନୂଆଦିଲ୍ଲୀ: ଜାରି ହେଲା ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ୧୫ଶ ସଂସ୍କରଣର ସିଡ୍ୟୁଲ ଜାରି କରିଛି ବିସିସିଆଇ। ଆଇପିଏଲର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ସିଡ୍ୟୁଲ୍ ଜାରି ହୋଇଛି। ଆଇପିଏଲର ୧୫ଶ ସଂସ୍କରଣର ଉଦଘାଟନୀ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିୟନ୍ ଚେନ୍ନାଇ ସୁପର୍ କିଙ୍ଗସ୍ ଓ ରନର୍ସଅପ୍ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଅନୁଷ୍ଠିତ ହେବ। ମାର୍ଚ୍ଚ ୨୬ ତାରିଖରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳାଯିବ।

Advertisment

ଆଇପିଏଲ୍-୨୦୨୨ରେ ମୋଟ ୭୦ଟି ମ୍ୟାଚ୍ ଖେଳାଯିବ। ସବୁ ମ୍ୟାଚ୍ ଗୁଡ଼ିକ ମୁମ୍ବାଇର ତିନୋଟି ଭେନ୍ୟୁ ଓ ପୁନେର ଗୋଟି ଭେନ୍ୟୁରେ ଅନୁଷ୍ଠିତ ହେବ। ଟୁର୍ଣ୍ଣାମେଣ୍ଟ ୬୫ ଦିନ ଧରି ହେବ ଏବଂ ୪ଟି ପ୍ଲେ-ଅଫ୍ ମ୍ୟାଚ୍ ହେବ। ପ୍ଲେ-ଅଫ୍ ମୁକାବିଲାର ସିଡ୍ୟୁଲ୍ ପରେ ଜାରି କରାଯିବ। ଫାଇନାଲ୍ ମ୍ୟାଚ୍ ମେ’ ୨୯ ତାରିଖରେ ଖେଳାଯିବ।

https://twitter.com/IPL/status/1500433372698460164?s=20&t=CiPcS-o3Hnttqy0wq2C2TA

Advertisment

ଏଥର ୧୦ଟି ଟିମକୁ ୨ଟି ଗ୍ରୁପରେ ଭାଗ କରାଯାଇଛି। ଏଥର ଆଇପିଏଲରେ ୧୨ଟି ଡବଲ୍ ହେଡର୍ (ଗୋଟିଏ ଦିନରେ ଦୁଇଟି ମ୍ୟାଚ୍) ହେବ। ପ୍ରଥମ ଡବଲ୍ ହେଡର୍ ମାର୍ଚ୍ଚ ୨୭ ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହିଦିନ ଦ୍ୱିତୀୟ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ ପଞ୍ଜାବ କିଙ୍ଗସ୍ ମଧ୍ୟରେ ସନ୍ଧ୍ୟାରେ ଖେଳାଯିବ।

ଦୁଇ ନୂଆ ଟିମ୍ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ମାର୍ଚ୍ଚ ୨୮ ତାରିଖରେ ପରସ୍ପରକୁ ଭେଟି ଟୁର୍ଣ୍ଣାମେଣ୍ଟରେ ଅଭିଯାନ ଆରମ୍ଭ କରିବେ। ସେହିପରି ସନରାଇଜର୍ସ ହାଇଦ୍ରାବାସ ତା’ର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ମାର୍ଚ୍ଚ ୨୯ ତାରିଖରେ ଭେଟିବ। ଆଇପିଏଲ୍-୨୦୨୨ର ଶେଷ ଲିଗ୍ ମ୍ୟାଚ୍ ପଞ୍ଜାବ କିଙ୍ଗସ୍ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମେ’ ୨୨ ତାରିଖରେ ହେବ। ଏହି ମ୍ୟାଚ୍ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ।

[caption id="attachment_718509" align="aligncenter" width="735"]publive-image ଆଇପିଏଲ୍-୨୦୨୨ର ସିଡ୍ୟୁଲ୍[/caption]

publive-image

୨୦୧୧ ସଂସ୍କରଣ ଭଳି ଏଥର ୧୦ଟି ଟିମକୁ ୨ଟି ଗ୍ରୁପରେ ଭାଗ କରାଯାଇଛି। ପ୍ରତି ଗ୍ରୁପରେ ୫ଟି ଲେଖାଏ ଟିମ୍ ରହିବେ। ଗ୍ରୁପ୍-ଏ’ରେ ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, କୋଲକାତା ନାଇଟ୍ ରାଇଡର୍ସ, ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର୍ ଜାଏଣ୍ଟସକୁ ରଖାଯାଇଛି। ସେହିପରି ଗ୍ରୁପ୍-ବି’ରେ ଚେନ୍ନାଇ ସୁପର୍ କିଙ୍ଗସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ପଞ୍ଜାବ କିଙ୍ଗସ୍ ଓ ଗୁଜରାଟ ଟାଇଟ୍ସକୁ ସ୍ଥାନ ମିଳିଛି।

ଏଥର ଆଇପିଏଲରେ ମୋଟ ୭୪ଟି ମ୍ୟାଚ୍ ଖେଳାଯିବ। ମୁମ୍ବାଇରେ ମୋଟ ୫୫ଟି ମ୍ୟାଚ୍ ଅନୁଷ୍ଠିତ ହେବ। ସେଥିମଧ୍ୟରୁ ୱାଙ୍ଖଡେ ଷ୍ଟାଡିୟମରେ ୨୦ଟି ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ୧୫ ଏବଂ ଡିୱାଇ ପାଟିଲ୍ ଷ୍ଟାଡିୟମରେ ୨୦ଟି ମ୍ୟାଚ୍ ଖେଳାଯିବ। ସେହିପରି ପୁନେର ଏମସିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ୧୫ଟି ମ୍ୟାଚ୍ ଅନୁଷ୍ଠିତ ହେବ। ପ୍ରତି ଟିମ୍ ୱାଙ୍ଖଡେ ଓ ଡିୱାଇ ପାଟିଲ୍ ଷ୍ଟାଡିୟମରେ ୪ଟି ଲେଖାଏ ମ୍ୟାଚ୍ ଖେଳିବେ। ସେହିପରି ପ୍ରତି ଟିମ୍ ବ୍ରାବୋର୍ଣ୍ଣ ଓ ଏମସିଏରେ ୩ଟି ଲେଖାଏ ମ୍ୟାଚ୍ ଖେଳିବେ।

ସମସ୍ତ ୧୦ଟି ଯାକ ଟିମ୍ ୧୪ଟି ଲେଖାଏ ମ୍ୟାଚ୍ ଖେଳିବ। ସେଥିମଧ୍ୟରୁ ପ୍ରତି ଟିମ୍ ଘରେ ୭ଟି ଓ ବାହାରେ ୭ଟି ମ୍ୟାଚ୍ ଖେଳିବେ। ଏହା ପ୍ରତି ଗ୍ରୁପର ଟିମ୍ ୫ଟି ଟିମ୍ ସହ ଦୁଇଟି ଲେଖାଏ ମ୍ୟାଚ୍ ଖେଳିବେ। ତେବେ ବାକି ୪ଟି ଟିମ୍ ସହ ଥରେ ଲେଖାଏ (୨ଟି ଘରେ ଏବଂ ୨ଟି ବାହାରେ) ଖେଳିବେ।

IPL 2022