Advertisment

ICC ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ୍ ପାଇଁ ସ୍କ୍ୱାଡ ଘୋଷଣା, ହରମନପ୍ରୀତ କୌର ଅଧିନାୟକ

15 ଜଣିଆ ସ୍କ୍ୱାଡ ଘୋଷଣା କରିଛି ବିସିସିଆଇ।

ଅଦ୍ୟତନ ହୋଇଛି
Smriti Mandhana & Harmanpreet Kaur

Smriti Mandhana & Harmanpreet Kaur

Advertisment

ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଆଜି 15 ଜଣିଆ ସ୍କ୍ୱାଡଙ୍କ ନାଁ ଘୋଷଣା କରିଛି ବିସିସିଆଇ। ହରମନପ୍ରୀତ କୌରଙ୍କ ନେତୃତ୍ୱରେ ବିଶ୍ୱକପ୍ ଖେଳିବ ମହିଳା କ୍ରିକେଟ୍ ଟିମ୍। ବିସିସିଆଇ କୌରଙ୍କୁ ଅଧିନାୟକ କରି ଥିବାବେଳେ ସ୍ମୃତି ମନ୍ଧାନାଙ୍କୁ ଉପଅଧିନାୟକ ଦାୟିତ୍ୱ ଦେଇଛି।  

Advertisment

ଅକ୍ଟୋବର 3ରୁ ୟୁଏଇରେ ମହିଳା ଟି-20 ବିଶ୍ୱକପ ଆରମ୍ଭ ହେବ। ଦୁବାଇ ଏବଂ ଶାରଜା ଷ୍ଟାଡିୟମରେ ସମସ୍ତ ମ୍ୟାଚ୍ ଖେଳାଯିବ। 10ଟି ଟିମ୍ ବିଶ୍ୱକପ୍ ଖେଳୁଥିବା ବେଳେ ମୋଟ୍ 23ଟି ମ୍ୟାଚ୍ ଅନୁଷ୍ଠିତ ହେବ। 

ଭାରତ, ଅଷ୍ଟ୍ରେଲିଆ, ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା ଗ୍ରୁପ୍-ଏରେ ରହିଥିବାବେଳେ ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ ଏବଂ ସ୍କଟଲ୍ୟାଣ୍ଡ ଗ୍ରୁପ୍-ବିରେ ଅଛନ୍ତି। 4 ଅକ୍ଟୋବରରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତ ଅଭିଯାନ ଆରମ୍ଭ କରିବ ଭାରତ। ସେହିପରି 6 ଅକ୍ଟୋବରରେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଥିବାବେଳେ ଅକ୍ଟୋବର 9ରେ ଶ୍ରୀଲକ୍ଷା ଏବଂ 13 ଅକ୍ଟୋବରରେ ଅଷ୍ଟ୍ରେଲିଆ ସହ ମୁକାବିଲା କରିବ। 

Advertisment

ବିଶ୍ୱକପ୍ ପାଇଁ ଘୋଷିତ ଭାରତୀୟ ଟିମ୍
ହରମନପ୍ରୀତ କୌର (କ୍ୟାପ୍ଟେନ), ସ୍ମୃତି ମନ୍ଧାନା (ଉପଅଧିନାୟକ), ଶେଫାଳୀ ବର୍ମା, ଦୀପ୍ତି ଶର୍ମା, ଜେମିମା ରୋଡ୍ରିଗୁସ୍, ରିଚା ଘୋଷ (ୱିକେଟ୍ କିପର୍), ୟସ୍ତିକା ଭାଟିଆ (ୱିକେଟ କିପର୍) *, ପୂଜା ଭାସ୍ତ୍ରକର, ଅରୁନ୍ଧତୀ ରେଡ୍ଡୀ , ରେଣୁକା ସିଂହ ଠାକୁର, ଦୟାଲାନ ହେମାଲତା, ଆଶା ସୋଭନା, ରାଧା ଯାଦବ, ଶ୍ରେୟଙ୍କା ପାଟିଲ *, ସାଜନା ସଜୀବନ।

ୟସ୍ତିକା ଭାଟିଆ ଏବଂ ଶ୍ରୟଙ୍କା ପାଟିଲଙ୍କର ଫିଟନେସ୍ ସମସ୍ୟା ରହିଛି। ଯଦି ସେମାନେ ଫିଟ୍ ରୁହନ୍ତି ତେବେ ଚୂଡାନ୍ତ ଏକାଦଶରେ ସାମିଲ ହୋଇପାରନ୍ତି। 

ICC Women's T20 World Cup Bcci
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe