Advertisment

BCCI Meeting: ହଠାତ୍‌ ଗମ୍ଭୀର ଓ ଅଗରକରଙ୍କୁ ଜରୁରୀ ବୈଠକକୁ ଡାକିଲା ବିସିସିଆଇ

ଭାରତୀୟ କ୍ରିକେଟର ଟିମର ଦୁଇ ବରିଷ୍ଠ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଉଭୟ କ୍ରମାଗତ ଦିନିକିଆରେ ଦମଦାର ପ୍ରଦର୍ଶନ କରି ଚାଲିଛନ୍ତି।

GG

ଗମ୍ଭୀର ଓ ଅଗରକର

Advertisment

ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ ଗୌତମ ଗମ୍ଭୀର, ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକର ଓ ଅନ୍ୟ କିଛି ବରିଷ୍ଠ ଅଧିକାରୀଙ୍କୁ ହଠାତ୍‌ ଜରୁରୀ ବୈଠକକୁ ଡାକିଛି ବିସିସିଆଇ। ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଦ୍ୱିତୀୟ ଦିନିକିଆ ଖେଳିବ। ଏହାପୂର୍ବରୁ ହିଁ ଜରୁରୀ ବୈଠକ ଡକାଯାଇଛି। କୌଣସି ଜରୁରୀ ପ୍ରସଙ୍ଗକୁ ତତ୍କାଳ ଆଲୋଚନା ଲକ୍ଷ୍ୟରେ ଏପରି ବୈଠକ ବିସିସିଆଇ ଡାକିଥିବା ଖବର ପ୍ରକାଶ ପାଇଛି। 

Advertisment

ଭାରତୀୟ କ୍ରିକେଟର ଟିମର ଦୁଇ ବରିଷ୍ଠ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଉଭୟ କ୍ରମାଗତ ଦିନିକିଆରେ ଦମଦାର ପ୍ରଦର୍ଶନ କରି ଚାଲିଛନ୍ତି। ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ମାରିଥିବା ବେଳେ ବିରାଟ ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେଞ୍ଚୁରୀ ହାସଲ କରିଥିଲେ। ସମ୍ଭବତଃ ବିରାଟ ଓ ରୋହିତଙ୍କ ପ୍ରସଙ୍ଗରେ କିଛି ନିଷ୍ପତ୍ତି ନେବାକୁ ବିସିସିଆଇ ଚାହୁଁଥିବାରୁ ଗମ୍ଭୀର ଓ ଅଗରକରଙ୍କୁ ନେଇ ବୈଠକ ଡାକିଛି। 

ସ୍ପୋର୍ଟସଷ୍ଟାରରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଜରୁରୀ ବୈଠକରେ ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ, ଯୁଗ୍ମ ସମ୍ପାଦକ ପ୍ରଭତେଜ ସିଂହ ଭାଟିଆ, ମୁଖ୍ୟ କୋଚ ଗୌତମ ଗମ୍ଭୀର(Gautam Gambhir) ଓ ଜାତୀୟ ଚୟନ କମିଟିର ଅଧ୍ୟକ୍ଷ ଅଜିତ ଅଗରକର(Ajit Agarkar) ସାମିଲ ହେବେ। ନୂଆ କରି ବିସିସିଆଇର ସଭାପତି ହୋଇଥିବା ମିଥୁନ ମନହାସ ବୈଠକରେ ଯୋଗଦେବେ କି ନାହିଁ, ସେକଥା ସ୍ପଷ୍ଟ ହୋଇନାହିଁ। ମ୍ୟାଚ ଦିନ ବୈଠକ ଡକାଯାଇଥିବାରୁ ରୋହିତ ଓ ବିରାଟଙ୍କ ଭଳି ବରିଷ୍ଠ ଖେଳାଳିଙ୍କୁ ବୈଠକକୁ ଡକା ଯିବାର ସମ୍ଭାବନା କମ ରହିଛି। 

Advertisment

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ରିପୋର୍ଟରେ ଦାବି କରାଯାଇଛି ଯେ ଦଳରେ ଖେଳାଳିଙ୍କ ଚୟନରେ ସ୍ଥିରତା ରଖିବା ସହ ଭବିଷ୍ୟତ ଓ ପ୍ରଦର୍ଶନକୁ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଏପରି ବୈଠକ ଡକାଯାଇଛି। ସେହିପରି ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ଟିମର ନୈରାଶ୍ୟଜନକ ପ୍ରଦର୍ଶନର ମାନସମନ୍ଥନ ମଧ୍ୟ ବୈଠକରେ ହେବ।

ଉଭୟ ଗମ୍ଭୀର ଓ ଅଗରକର ବୈଠକରେ ଯୋଗ ଦେବାର ଥିବାରୁ ବିସିସିଆଇ ସେମାନଙ୍କ ଉଦ୍ଦେଶ୍ୟ ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ମଧ୍ୟ ଜାଣିବାକୁ ଲକ୍ଷ୍ୟ ରଖିଛି। ୨୦୨୬ରେ ଭାରତରେ ଟି-୨୦ ବିଶ୍ୱକପ ଖେଳାଯିବ। ସେହିପରି ୨୦୨୭ରେ ଦିନିକିଆ ବିଶ୍ୱକପ ରହିଛି। ତେଣୁ ଦଳରେ ଥିବା ସବୁ ପ୍ରକାରର ଦ୍ୱନ୍ଦ୍ୱକୁ ବିସିସିଆଇ(Bcci) ତୁରନ୍ତ ସମାଧାନ କରିବାକୁ ଚାହୁଁଥିବାରୁ ବୈଠକ ଡକାଯାଇଥିବା ଏହି ସୂତ୍ରରେ ଦାବି କରାଯାଇଛି। 

Bcci Gautam Gambhir Ajit Agarkar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe