Advertisment

ଏଣିକି ବଲରେ ମାରି ହେବ ଲାଳ, କାହିଁକି ବ୍ୟାନ ହଟାଇଲା ବିସିସିଆଇ?

ଆଗାମୀ ଆଇପିଏଲ ସମୟରେ ଖେଳାଳିମାନେ କରୋନା ପୂର୍ବରୁ ଯେଉଁଭଳି ବଲକୁ ସାଇନ କରିବା ପାଇଁ ଲାଳର ବ୍ୟବହାର କରୁଥିଲେ ଏବେ ସେମିତି କରିପାରିବେ।

Ball

Ball

Advertisment

ଆଇପିଏଲ ୨୦୨୫ ପୂର୍ବରୁ ପ୍ରଚଳିତ ଗୋଟିଏ ବଡ଼ ନିୟମରେ ପରିବର୍ତ୍ତନ କରିଛି ବିସିସିଆଇ। ମହମ୍ମଦ ଶାମି ପ୍ରଥମେ ବିସିସିଆଇ ଓ ଆଇସିସି ପକ୍ଷରୁ ପ୍ରଚଳିତ ଥିବା ନିୟମ ଉପରେ ପ୍ରଶ୍ନ ଉଠାଇଥିଲେ। ସେ ଆପତ୍ତି ଉଠାଇବା ପରେ ବିସିସିଆଇ ଆଜି ନିୟମକୁ ବଦଳା ଯାଇଥିବା ସମ୍ପର୍କରେ ଘୋଷଣା କରିଛି।

Advertisment

ବିସିସିଆଇ ଗୁରୁବାର ବଲରେ ଲାଳ ମାରିବା ଉପରେ ଲଗାଇଥିବା ବ୍ୟାନକୁ ସଂପୂର୍ଣ୍ଣ ଭାବେ ହଟାଇ ଦେଇଛି। ଏହାର ଅର୍ଥ ଆଗାମୀ ଆଇପିଏଲ ସମୟରେ ଖେଳାଳିମାନେ କରୋନା ପୂର୍ବରୁ ଯେଉଁଭଳି ବଲକୁ ସାଇନ କରିବା ପାଇଁ ଲାଳର ବ୍ୟବହାର କରୁଥିଲେ ଏବେ ସେମିତି କରିପାରିବେ। ବଲରେ ଲାଳ ମାରିବା ସପକ୍ଷରେ ଆଇପିଏଲର ଅଧିକାଂଶ କ୍ୟାପ୍ଟେନ ମତ ରଖିବାରୁ ବିସିସିଆଇ ଏପରି ପଦକ୍ଷେପ ନେଇଛି।

ମହାମାରୀ କୋଭିଡ ପରଠାରୁ ଲାଳ ମାରିବା ଉପରେ ବ୍ୟାନ ଲଗାଯାଇଥିଲା। ଏବେ ପ୍ରଥମଥର ପାଇଁ କ୍ରିକେଟର କୌଣସି ଗୋଟିଏ ବଡ଼ ଟୁର୍ଣ୍ଣାମେଣ୍ଟରେ ପୁଣିଥରେ ବଲରେ ଲାଳ ମାରିବାକୁ ଅନୁମତି ମିଳିଛି। ଶନିବାର ଠାରୁ ଆଇପିଏଲର ୧୮ତମ ସଂସ୍କରଣ ଆରମ୍ଭ ହେବ। ଏହାପୂର୍ବରୁ ମୁମ୍ବାଇରେ କ୍ୟାପ୍ଟେନ୍ସ ମିଟିଂ ବସିଥିଲା। ଏହି ବୈଠକରେ ବଲରେ କୋଭିଡ ପୂର୍ବରୁ ଯେମିତି ଲାଳ ମରା ଯାଉଥିଲା, ସେମିତି କରିବାକୁ ନିଷ୍ପତ୍ତି ହୋଇଛି।

Advertisment

ବିସିସିଆଇ ଜଣେ ଅଧିକାରୀ କହିଛନ୍ତି, “ସାଲାଇବା ବା ଲାଳ ବ୍ୟାନକୁ ହଟାଇ ଦିଆଯାଇଛି। ଅଧିକାଂଶ କ୍ୟାପ୍ଟେନ ଏହି ନିଷ୍ପତ୍ତି ସପକ୍ଷରେ ମତ ରଖିଛନ୍ତି। କିଛି କ୍ୟାପ୍ଟେନ ସାଲାଇବା ବ୍ୟବହାରକୁ ପୁଣି କାର୍ଯ୍ୟକାରୀ କରିବା ଉପରେ କୌଣସି ପ୍ରକାରର ମତ ରଖି ନଥିଲେ। ସେମାନେ ନୀରବ ରହିଥିବା ବେଳେ ଅଧିକାଂଶ କ୍ୟାପ୍ଟେନ ଲାଳ ମାରିବା ପ୍ରସ୍ତାବକୁ ସମର୍ଥନ କରିଥିଲେ। ତେଣୁ ବିସିସିଆଇ କରୋନା ପାଇଁ ଲଗାଇଥିବା ବ୍ୟାନକୁ ହଟାଇ ଦେଇଛି।”

କୋଭିଡ ୧୯ ମହାମାରୀକୁ ଦୃଷ୍ଟିରେ ରଖି ଆଇସିସି ପ୍ରଥମେ ବର୍ଷବର୍ଷ ଧରି ପ୍ରଚଳିତ ହେଉଥିବା ବଲରେ ଲାଳ ମାରି ସାଇନ କରିବା ପରମ୍ପରା ଉପରେ ରୋକ ଲଗାଇ ଦେଇଥିଲା। ଏହି ନିୟମ ସାମୟିକ ଭାବେ ଲାଗୁ ହୋଇଥିବା କୁହାଯାଉଥିଲା। କିନ୍ତୁ ୨୦୨୨ରେ ବଲରେ ଲାଳ ନ ମାରିବା ନିୟମକୁ ସ୍ଥାୟୀ ଭାବେ ଆଇସିସି ଲଗାଇଥିଲା। ଆଇପିଏଲରେ ମଧ୍ୟ ଏହାକୁ କରୋନା ଜନିତ ବିପଦକୁ ଦୃଷ୍ଟିରେ ରଖି ଲାଗୁ କରାଯାଇଥିଲା।

ହେଲେ ଗୁରୁବାର ଠାରୁ ଏହି ବ୍ୟାନ ହଟି ଯାଇଛି। ମହାମାରୀ ପରେ ବିଶ୍ୱର ପ୍ରଥମ କ୍ରିକେଟିଂ ଇଭେଣ୍ଟ ଆଇପିଏଲରେ ପୁଣି ସାଲାଇବା ବ୍ୟବହାର ହେବାକୁ ଯାଉଛି। ଆଇସିସି ଚାମ୍ପିୟନ୍ସ ଟ୍ରଫି ବେଳେ ଭାରତୀୟ ଟିମର ବରିଷ୍ଠ ଦ୍ରୁତ ବୋଲର ମହମ୍ମଦ ଶାମି ବଲରେ ଲାଳର ବ୍ୟବହାର ସପକ୍ଷରେ ମତ ରଖିଥିଲେ। ଭେଟରାନ କ୍ରିକେଟର ଭେରନନ ଫିଲାଣ୍ଡର ଓ ଟିମ ସାଉଦି ମଧ୍ୟ ଶାମିଙ୍କ କଥାରେ ଏକମତ ହୋଇଥିଲେ।

ଶାମି କହିଥିଲେ, “ଆମକୁ ବଲରେ ଲାଳ ମାରିବାକୁ ଅନୁମତି ଦିଆଯିବା ଦରକାର। ଏହାଦ୍ୱାରା ଆମେ କ୍ରିକେଟରୁ ଉଭେଇ ଯାଇଥିବା ରିଭର୍ସ ସୁଇଂକୁ ପୁଣି ଫେରାଇ ଆଣିବାକୁ ସକ୍ଷମ ହେବୁ। ଏହା ମ୍ୟାଚକୁ ବି ରୋମାଞ୍ଚକର କରିବ। ବଲକୁ ସାଇନ କରିବା ପାଇଁ ସାଲାଇବାର ବ୍ୟବହାର ହେଉ ନଥିବାରୁ ରିଭର୍ସ ସୁଇଂ ମିଳୁ ନାହିଁ।” ଏବେ ଲାଳ ମାରିବା କଟକଣା ହଟି ଯାଇଥିବାରୁ ଆଇପିଏଲର ମ୍ୟାଚ୍‌ଗୁଡ଼ିକ ଉପରେ ଏହାର କି ପ୍ରଭାବ ପଡ଼ୁଛି, ତାହା ଦେଖିବାକୁ ବାକି ରହିଲା।

Bcci IPL 2025
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe