Advertisment

କେବେ ଆରମ୍ଭ ହେବ ଆପିଏଲ? ତାରିଖ ଘୋଷଣା କଲା ବିସିସିଆଇ

ମାର୍ଚ୍ଚ ୨୩ରୁ ଆଇପିଏଲ ଆରମ୍ଭ ହେବାକୁ ଥିବା ବେଳେ ଏହାର ବହୁ ପୂର୍ବରୁ ଅର୍ଥାତ ନଭେମ୍ବର ୨୪ ଓ ୨୫ରେ ସମସ୍ତ ୧୦ ପ୍ରାଞ୍ଚାଇଜ ନିଲାମ ପ୍ରକ୍ରିୟା ଜରିଆରେ ଖେଳାଳି କିଣି ସାରିଛନ୍ତି।

ଅଦ୍ୟତନ ହୋଇଛି
IPL

IPL

Advertisment

ଫଟା‍ଫଟ କ୍ରିକେଟ ଆଇପିଏଲର ୧୮ତମ ସଂସ୍କରଣ କେବେ ଆରମ୍ଭ ହେବ, ତା’ର ତାରିଖ ଘୋଷଣା କରିଛି ବିସିସିଆଇ। ଆସନ୍ତା ମାର୍ଚ୍ଚ ୨୩ ତାରିଖରୁ ଆଇପିଏଲ ଆରମ୍ଭ ହେବ ବୋଲି ବିସିସିଆଇର ଉପ ସଭାପତି ରାଜୀବ ଶୁକ୍ଳା ନିଶ୍ଚିତ କରିଛନ୍ତି।

Advertisment

ମାର୍ଚ୍ଚ ୨୩ରୁ ଆଇପିଏଲ ଆରମ୍ଭ ହେବାକୁ ଥିବା ବେଳେ ଏହାର ବହୁ ପୂର୍ବରୁ ଅର୍ଥାତ ନଭେମ୍ବର ୨୪ ଓ ୨୫ରେ ସମସ୍ତ ୧୦ ପ୍ରାଞ୍ଚାଇଜ ନିଲାମ ପ୍ରକ୍ରିୟା ଜରିଆରେ ଖେଳାଳି କିଣି ସାରିଛନ୍ତି।

Advertisment

ଆଜି ରାଜୀବ ଶୁକ୍ଳା କହିଛନ୍ତି, “ଆଇପିଏଲ ମାର୍ଚ୍ଚ ୨୩ରୁ ଆରମ୍ଭ ହେବ। ସେହିପରି ମେ’ ୨୫ରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ।” ୨୦୨୪ରେ ଆଇପିଏଲ ମାର୍ଚ୍ଚ ୨୨ରେ ଆରମ୍ଭ ହୋଇଥିଲା। ଫାଇନାଲ ମେ’ ୨୬ରେ ଖେଳାଯାଇଥିଲା। କିନ୍ତୁ ଏଥର ମାର୍ଚ୍ଚ ୨୩ରୁ ଆଇପିଏଲ ଆରମ୍ଭ ହେବ।

ଅତିରିକ୍ତ ଭାବେ ଆଇପିଏଲ ପକ୍ଷରୁ ଜଣେ ନୂଆ କମିଶନରଙ୍କୁ ବର୍ଷକ ପାଇଁ ନିଯୁକ୍ତ କରାଯିବ। ବିସିସିଆଇର ପରବର୍ତ୍ତୀ ବୈଠକ ଜାନୁଆରୀ ୧୮ରୁ ୧୯ରେ ଆୟୋଜନ ହେବ। ଏହି ସମୟରେ ଚାମ୍ପିୟନ୍ସ ଟ୍ରଫି ପାଇଁ ସ୍କ୍ୱାଡ ଉପରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି।

IPL IPL 2025
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe