Advertisment

ରଣଜୀ ଟ୍ରଫିକୁ ନେଇ ବଡ଼ ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: କରୋନା ଯୋଗୁ ସ୍ଥଗିତ ରହିଥିବା ଘରୋଇ କ୍ରିକେଟର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫିକୁ ନେଇ ବିସିସିଆଇ ବଡ଼ ଘୋଷଣା କରିଛି। ରଣଜୀ ଟ୍ରଫି ଦୁଇଟି ପର୍ଯ୍ୟାୟରେ ଆୟୋଜନ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହ। କରୋନା କାରଣରୁ ଗତବର୍ଷ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇପାରିନଥିଲା। ହେଲେ ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଆଇପିଏଲ୍ ହେବା ନେଇ ବିସିସିଆଇ ଘୋଷଣା କରିଛି। ୩୮ ଟିମକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଫେବୃଆରୀର […]

ଅଦ୍ୟତନ ହୋଇଛି
ଆଇପିଏଲ୍ ପାଇଁ ବଳି ପଡ଼ିଲା ରଣଜୀ ଟ୍ରଫି! ଘୋଷଣା ହେଲା ତାରିଖ

bcci-and-ranji-

Advertisment

ନୂଆଦିଲ୍ଲୀ: କରୋନା ଯୋଗୁ ସ୍ଥଗିତ ରହିଥିବା ଘରୋଇ କ୍ରିକେଟର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫିକୁ ନେଇ ବିସିସିଆଇ ବଡ଼ ଘୋଷଣା କରିଛି। ରଣଜୀ ଟ୍ରଫି ଦୁଇଟି ପର୍ଯ୍ୟାୟରେ ଆୟୋଜନ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହ। କରୋନା କାରଣରୁ ଗତବର୍ଷ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇପାରିନଥିଲା। ହେଲେ ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଆଇପିଏଲ୍ ହେବା ନେଇ ବିସିସିଆଇ ଘୋଷଣା କରିଛି।

Advertisment

୩୮ ଟିମକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଫେବୃଆରୀର ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେବ ଏବଂ ପ୍ରଥମ ପର୍ଯ୍ୟାୟ ପାଖାପାଖି ମାସେ ଧରି ଚାଲିବ। ପୂର୍ବରୁ ରଣଜୀ ଟ୍ରଫି ଜାନୁଆରୀ ୧୩ ତାରିଖରେ ହେବା ପାଇଁ ସ୍ଥିର ହୋଇଥିଲା। ହେଲେ କରୋନାର ତୃତୀୟ ଲହର କାରଣରୁ ଜାନୁଆରୀ ୪ ତାରିଖରେ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିଲା। ଏବେ ପୁଣିଥରେ ଟୁର୍ଣ୍ଣାମେଣ୍ଟର ଆୟୋଜନ ହେବାକୁ ନେଇ ଖେଳାଳିମାନଙ୍କୁ ଏକପ୍ରକାର ଆଶ୍ୱସ୍ତି ମିଳିଛି।

ବିସିସିଆଇ ସମ୍ପାଦକ ଜୟ ଶାହ କହିଛନ୍ତି, ଚଳିତ ସିଜନରେ ରଣଜୀ ଟ୍ରଫି ଦୁଇଟି ଫେଜରେ ହେବ। ପ୍ରଥମ ପର୍ଯ୍ୟାୟରେ ଆମେ ଲିଗ୍ ଷ୍ଟେଜର ସବୁଯାକ ମ୍ୟାଚ୍ ଶେଷ କରିବାକୁ ଯୋଜନା କରିଛୁ। ଏହା ପରେ ଜୁନ୍ ମାସରେ ନକଆଉଟ୍ ମ୍ୟାଚ୍ ଗୁଡ଼ିକ ଆୟୋଜନ କରାଯିବ। ରଣଜୀ ଟ୍ରଫି ଭାରତୀୟ କ୍ରିକେଟର ସବୁଠାରୁ ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ। ଏହି ଟୁର୍ଣ୍ଣାମେଣ୍ଟ ଜରିଆରେ ନୂଆ ପ୍ରତିଭା ସାମ୍ନାକୁ ଆସନ୍ତି। ରଣଜୀ ଟ୍ରଫି କିପରି ସୁରକ୍ଷିତ ବାତାବରଣ ଭିତରେ ଆୟୋଜନ କରାଯିବ, ସେଥିପାଇଁ ବିସିସିଆଇ ସମସ୍ତ ପ୍ରକାର ପଦକ୍ଷେପ ନେବ।

Advertisment

ଏହା ପୂର୍ବରୁ ଚଳିତ ମାସରେ ଜୟ ଶାହ ଆଇପିଏଲ୍-୨୦୨୨ ଭାରତରେ ଆୟୋଜନ ହେବ ବୋଲି କହିଥିଲେ। ଆଇପିଏଲର ୧୫ଶ ସଂସ୍କରଣ ମାର୍ଚ୍ଚ ଶେଷ ସପ୍ତାହରେ ଆରମ୍ଭ ହୋଇ ମେ' ପ୍ରଥମ ସପ୍ତାହରେ ଶେଷ ହେବ ବୋଲି କହିଥିଲେ।

ସୂଚନାଯୋଗ୍ୟ, ରଣଜୀ ଟ୍ରଫି ଶେଷଥର ଲାଗି ୨୦୧୯-୨୦ରେ ଆୟୋଜନ କରାଯାଇଥିଲା। ହେଲେ କରୋନା କାରଣରୁ ୨୦୨୦-୨୧ର ସଂସ୍କରଣ ଆୟୋଜନ ହୋଇପାରିନଥିଲା। ହେଲେ ଗତବର୍ଷ ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟ ସୟଦ ମୁସ୍ତାକ ଅଲୀ ଟ୍ରଫି ଓ ଦିନିକିଆ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫି ଆୟୋଜନ କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe