Advertisment

ଟୋକିଓ ଅଲିମ୍ପିକ୍ ପାଇଁ ବିସିସିଆଇ ଦେବ ୧୦ କୋଟି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ରବିବାର ଟୋକିଓ ଅଲିମ୍ପିକ୍ ପାଇଁ କ୍ୱାଲିଫାଏ କରିଥିବା ଦେଶର ଖେଳାଳିଙ୍କ ପ୍ରସ୍ତୁତି ଏବ ଟ୍ରେନିଂ ପାଇଁ ୧୦ କୋଟି ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛି। ବିସିସିଆଇର ଆପେକ୍ସ କାଉନସିଲ୍ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ବୋର୍ଡ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହ ଭାଗ ନେଇଥିଲେ। ବିସିସିଆଇର ଜଣେ ସିନିୟର ଅଧିକାରୀ କହିଛନ୍ତି, ବିସିସିଆଇ ଅଲିମ୍ପିକ୍ ଟିମର ସହାୟତା କରିବ। […]

ଟୋକିଓ ଅଲିମ୍ପିକ୍ ପାଇଁ ବିସିସିଆଇ ଦେବ ୧୦ କୋଟି

BCCI1

Advertisment

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ରବିବାର ଟୋକିଓ ଅଲିମ୍ପିକ୍ ପାଇଁ କ୍ୱାଲିଫାଏ କରିଥିବା ଦେଶର ଖେଳାଳିଙ୍କ ପ୍ରସ୍ତୁତି ଏବ ଟ୍ରେନିଂ ପାଇଁ ୧୦ କୋଟି ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛି। ବିସିସିଆଇର ଆପେକ୍ସ କାଉନସିଲ୍ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ବୋର୍ଡ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହ ଭାଗ ନେଇଥିଲେ।

Advertisment

ବିସିସିଆଇର ଜଣେ ସିନିୟର ଅଧିକାରୀ କହିଛନ୍ତି, ବିସିସିଆଇ ଅଲିମ୍ପିକ୍ ଟିମର ସହାୟତା କରିବ। ଏଥିପାଇଁ କାଉନସିଲ୍ ୧୦ କୋଟି ଟଙ୍କାର ମଞ୍ଜୁରୀ ଦେଇଛି। ଏହି ପାଣ୍ଠିର ଉପଯୋଗ ଟୋକିଓ ଅଲିମ୍ପିକକୁ କ୍ୱାଲିପାଏ କରିଥିବା ଆମର ଶୀର୍ଷ ଖେଳାଳିଙ୍କ ପ୍ରସ୍ତୁତି ଏବଂ ଅନ୍ୟ ଉଦ୍ଦେଶ୍ୟ ପାଇଁ କରାଯିବ। କ୍ରୀଡ଼ା ମନ୍ତ୍ରାଳୟ ଓ ଭାରତୀୟ ଅଲିମ୍ପିକ୍ ସଂଘ ସହ କଥାବାର୍ତ୍ତା କରିବା ପରେ ଏହି ଦେୟ କରିବା ପ୍ରକ୍ରିୟା ଧାର୍ଯ୍ୟ ହେବ।

ବିସିସିଆଇ ୨.୫ କୋଟି ଟଙ୍କା କ୍ରୀଡ଼ା ମନ୍ତ୍ରାଳୟକୁ ଦେବ ଏବଂ ୭.୫ କୋଟି ଟଙ୍କା ଟୋକିଓ ଅଲିମ୍ପିକର ପ୍ରମୋସନାଲ୍ କ୍ୟାମ୍ପେନ୍ ପାଇଁ ଦେବ। ସୂଚନାଯୋଗ୍ୟ, ଅଲିମ୍ପିକ୍ କ୍ରୀଡ଼ା ଜୁଲାଇ ୨୩ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୮ ତାରିଖରେ ଶେଷ ହେବ। ଅଲିମ୍ପିକରେ ଭାରତର ୧୦୦ରୁ ଅଧିକ ଆଥଲେଟ୍ ଭାଗ ନେବେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe