/odisha-reporter/media/media_files/2025/12/02/virat-2025-12-02-17-38-43.jpg)
ବିରାଟ ଓ ଗମ୍ଭୀର
ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ଆଲୋଚନା, ଚର୍ଚ୍ଚା ଓ ଦ୍ୱନ୍ଦ୍ୱ ଲାଗି ରହିଛି। ଭାରତୀୟ କ୍ରିକେଟକୁ ନେଇ ବେଶ କିଛି ଦିନ ହେବ ଏହି ଖବର ହିଁ ଚାଲିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ଟିକିଆ ଦିନିକିଆ ସିରିଜକୁ ବିରାଟ ଓ ରୋହିତ ଫେରିବା ପରେ ଏହି ଦୁଇ ଷ୍ଟାର ଖେଳାଳି ୨୦୨୭ ଦିନିକିଆ ବିଶ୍ୱକପ ଯାଏ ଦଳରେ ରହିବେ କି ନାହିଁ, ତା’ ଉପରେ ସମସ୍ତେ ଫୋକସ ରହିଛି।
ଫର୍ମ ଓ ଫିଟନେସକୁ ଦେଖିଥିଲେ ଉଭୟ ଏବେ ପୂରା ଶୀର୍ଷରେ ଅଛନ୍ତି। ଅକ୍ଟୋବର ମାସରେ ଖେଳା ଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଥିଲେ ରୋହିତ। ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ବିରାଟଙ୍କ ବ୍ୟାଟରୁ ବାହାରିଛି ଶତକ। ରୋହିତ ମଧ୍ୟ ଏହି ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ।
ଏସବୁ ଭିତରେ ରୋହିତ ଓ ବିରାଟଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା ଲାଗି ରହିଛି। ଗୋଟିଏ ରିପୋର୍ଟରେ ଦାବି କରାଯାଇଛି ଯେ ବିରାଟ କୋହଲି ଓ ମୁଖ୍ୟ କୋଚ ଗୌତମ ଗମ୍ଭୀର(Gautam Gambhir)ଙ୍କ ମଧ୍ୟରେ ସବୁ କିଛି ଠିକଠାକ ଚାଲି ନାହିଁ। ସ୍ଥିତି ଆଦୌ ଭଲ ନାହିଁ।
ଆଉ କିଛି ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ବିସିସିଆଇର ବରିଷ୍ଠ ଅଧିକାରୀ ଓ ଭାରତୀୟ ଟିମ ମ୍ୟାନେଜମେଣ୍ଟ ମଧ୍ୟରେ ଆସନ୍ତାକାଲି ଦ୍ୱିତୀୟ ଦିନିକିଆ ପୂର୍ବରୁ ବୈଠକ ବସିବ। ଏହି ବୈଠକରେ ଡ୍ରେସିଂ ରୁମ ବିବାଦ ସମ୍ପର୍କରେ ଆଲୋଚନା ହେବ। ବିରାଟ ଓ ରୋହିତଙ୍କ ଭବିଷ୍ୟତକୁ ଉପରେ ମଧ୍ୟ ବିସିସିଆଇ କୌଣସି ବଡ଼ ନିଷ୍ପତ୍ତି ନେଇପାରେ।
Newly appointed selector Pragyan Ojha & Virat Kohli having some serious discussion.pic.twitter.com/JL2romRDYz
— Rajiv (@Rajiv1841) December 2, 2025
ବିରାଟ ଓ ଗମ୍ଭୀରଙ୍କ ମଧ୍ୟରେ ଚାଲିଥିବା ବିବାଦର ସମାଧାନ କରିବାକୁ ବିସିସିଆଇ(Bcci) ପ୍ରଥମେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ଦାୟିତ୍ୱ ଦେଇଥିଲା। ଅଗରକର ମଧ୍ୟ ବିରାଟଙ୍କୁ ବୁଧବାର ରାୟପୁର ଦିନିକିଆ ବେଳେ ଭେଟିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ସ୍ଥିତି ଭଲ ନଥିବାରୁ ବିସିସିଆଇ ତା’ର ଯୋଜନା ବଦଳାଇଛି।
ଅଗରକରଙ୍କ ବଦଳରେ ଅନ୍ୟତମ ଚୟନକର୍ତ୍ତା ପ୍ରଜ୍ଞାନ ଓଝାଙ୍କୁ ମଧ୍ୟସ୍ଥି ସଜାଇଛି ବିସିସିଆଇ। ରାୟପୁର ଯିବା ପୂର୍ବରୁ ଏୟାରପୋର୍ଟରେ ଓଝା ଓ ବିରାଟ ବେଶ ଗୁରୁତ୍ୱ ଦେଇ କୌଣସି ପ୍ରସଙ୍ଗରେ ଆଲୋଚନା କରୁଥିବାର ଭିଡିଓ ସାମ୍ନାକୁ ଆସିଛି। ସମ୍ଭବତଃ ଓଝା ପୂରା ବିବାଦ ପ୍ରସଙ୍ଗରେ ବିରାଟଙ୍କ ସହ କଥା ହୋଇଛନ୍ତି।
ଆଉ ଏକ ଭିଡିଓରେ ଓଝା ଅନ୍ୟତମ ଭେଟରାନ ରୋହିତ ଶର୍ମାଙ୍କ ସହ ଗମ୍ଭୀରଙ୍କ ପାଖରେ ବସି କଥା ହେଉଛନ୍ତି। କିନ୍ତୁ ଏହି ଆଲୋଚନାରେ ବିରାଟ ନଥିଲେ। ଏହି ସବୁ ଭିଡିଓ ଭାରତୀୟ ଡ୍ରେସିଂ ରୁମରେ ସବୁ କିଛି ଠିକ ନାହିଁ ଓ ବରିଷ୍ଠ ଖେଳାଳିଙ୍କ ସହ କୋଚଙ୍କର ପଡ଼ୁ ନଥିବା ସ୍ପଷ୍ଟ ହୋଇଛି।
ପ୍ରଥମ ଦିନିକିଆ ବେଳେ ମଧ୍ୟ ରୋହିତ ବେଶ ସିରିୟସ ଢଙ୍ଗରେ ଗମ୍ଭୀରଙ୍କ ସହ କଥା ହେଉଥିବା ଦେଖାଯାଇଥିଲା। ବିରାଟ କିନ୍ତୁ ଗମ୍ଭୀରଙ୍କୁ ଅଣଦେଖା କରୁଥିବାର ଭିଡିଓ ସାମ୍ନାକୁ ଆସିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
