Advertisment

Air Pollution: ସାଂଘାତିକ ପ୍ରଦୂଷଣ: ବାଧ୍ୟ ହୋଇ ଏମିତି ପଦକ୍ଷେପ ନେଲା ବିସିସିଆଇ

ବିସିସିଆଇ ତା’ର ବାର୍ଷିକ ଅଣ୍ଡର ୨୩ ଦିନିକିଆ ଟୁର୍ଣ୍ଣାମେଣ୍ଟର ନକଆଉଟ ପର୍ଯ୍ୟାୟକୁ ଦିଲ୍ଲୀରୁ ବାହାରକୁ ସ୍ଥାନାନ୍ତର କରିଛି। ଏବେ ଅଣ୍ଡର ୨୩ର ନକଆଉଟ ମ୍ୟାଚଗୁଡ଼ିକ ଦିଲ୍ଲୀ ବଦଳରେ ମୁମ୍ବାଇରେ ଖେଳାଯିବ।

author-image
Hemant Lenka
Pollution

ପ୍ରଦୂଷଣ

ଦେଶର ରାଜଧାନୀରେ ଏବେ ପ୍ରଦୂଷଣ ସ୍ଥିତି ଅତ୍ୟନ୍ତ ଭୟଙ୍କର ଅବସ୍ଥାରେ ରହିଛି। ପୂରା ଦିଲ୍ଲୀ ପ୍ରଦୂଷଣ(Pollution)ର ବିଷ ବଳୟରେ ଆଉଟ ପାଉଟ ହେଉଛି। ମାସ୍କ ବି ଦିଲ୍ଲୀରେ ଲୋକଙ୍କୁ ସୁରକ୍ଷା ଦେଇ ପାରୁନି। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ବାଧ୍ୟ ହୋଇ ଗୋଟିଏ ବଡ଼ ପଦକ୍ଷେପ ନେଇଛି। 

Advertisment

ବିସିସିଆଇ ତା’ର ବାର୍ଷିକ ଅଣ୍ଡର ୨୩ ଦିନିକିଆ ଟୁର୍ଣ୍ଣାମେଣ୍ଟର ନକଆଉଟ ପର୍ଯ୍ୟାୟକୁ ଦିଲ୍ଲୀରୁ ବାହାରକୁ ସ୍ଥାନାନ୍ତର କରିଛି। ଏବେ ଅଣ୍ଡର ୨୩ର ନକଆଉଟ ମ୍ୟାଚଗୁଡ଼ିକ ଦିଲ୍ଲୀ ବଦଳରେ ମୁମ୍ବାଇରେ ଖେଳାଯିବ। 

ପ୍ରଦୂଷଣ ବଢ଼ୁଥିବାରୁ ନିକଟରେ ସୁପ୍ରିମକୋର୍ଟ ଦିଲ୍ଲୀ ଓ ଏନସିଆର ରିଜନରେ ହେଉଥିବା ଆଉଟଡୋର କ୍ରୀଡ଼ାକୁ ବନ୍ଦ କରିବାକୁ ପରାମର୍ଶ ଦେଇଥିଲେ। ବାୟୁର ଗୁଣବତ୍ତା ବିପଦଜନକ ସ୍ଥିତିରେ ଥିବାରୁ ସୁପ୍ରିମକୋର୍ଟ ଏପରି ପରାମର୍ଶ ଦେଇଥିଲେ। ଏହାପରେ ବିସିସିଆଇ(Bcci) ଅଣ୍ଡର ୨୩ ପୁରୁଷ ଟୁର୍ଣ୍ଣାମେଣ୍ଟର ନକଆଉଟ ପର୍ଯ୍ୟାୟ ମ୍ୟାଚଗୁଡ଼ିକୁ ମୁମ୍ବାଇକୁ ସ୍ଥାନାନ୍ତର କରିଛି।

Advertisment

ଏବେ ନଭେମ୍ବର ୨୫ରୁ ଡିସେମ୍ବର ୧ ଯାଏ ଦିଲ୍ଲୀ ବଦଳରେ ମୁମ୍ବାଇ କ୍ରିକେଟ ଆସୋସିଏସନ(ଏମସିଏ)ରେ ନକଆଉଟ ମ୍ୟାଚଗୁଡ଼ିକ ଖେଳାଯିବ। ବିସିସିଆଇ ପକ୍ଷରୁ ଏମସିଏକୁ ଅଣ୍ଡର ୨୩ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତ ହେବାକୁ କହିଛି। ଏମସିଏକୁ ବିସିସିଆଇ ପକ୍ଷରୁ ଏନେଇ ଫୋନ ଆସିଥିବା ମଧ୍ୟ ଅଧିକାରୀମାନେ ନିଶ୍ଚିତ କରିଛନ୍ତି।

ଜଣେ ଅଧିକାରୀ କହିଛନ୍ତି, “ଆଜି ବିସିସିଆଇରୁ ଆମ ପାଖକୁ ଫୋନ ଆସିଛି। ରାଜଧାନୀରେ ଅତ୍ୟନ୍ତ ପ୍ରଦୂଷଣ ଯୋଗୁ ଏମସିଏକୁ ଅଣ୍ଡର ୨୩ ଦିନିକିଆ ନକଆଉଟ ମ୍ୟାଚ୍‌ ଆୟୋଜନ କରିବାକୁ ଅନୁମତି ପାଇଥିବା ସେମାନେ କହିଛନ୍ତି। ବର୍ତ୍ତମାନର ପ୍ରଦୂଷଣ ସ୍ଥିତି ଯୋଗୁ ସେଠାରେ(Delhi) କ୍ରିକେଟ ସମ୍ଭବ ନୁହେଁ।” 

ପାଣିବାଗ ବିଜ୍ଞାନୀଙ୍କ କହିବା କଥା ଯେ ଦିଲ୍ଲୀର ବାୟୁ ଗୁଣବତ୍ତା ଆଗକୁ ଆହୁରି ବିଗିଡ଼ିବାର ଆଶଙ୍କା ରହିଛି। ଅତ୍ୟନ୍ତ ଖରାପରୁ ଭୟଙ୍କର ବର୍ଗକୁ ବାୟୁର ଗୁଣବତ୍ତା ଯାଇ ପାରେ। ଆସନ୍ତା ୬ ଦିନ ମଧ୍ୟରେ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ରହିବ। ଏହା ଖେଳାଳି, ଅଧିକାରୀ ଓ ଦର୍ଶକଙ୍କ ପାଇଁ ଘାତକ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ରଖିଥିଲେ। ତେଣୁ ବିସିସିଆଇ ବାଧ୍ୟ ହୋଇ ଟୁର୍ଣ୍ଣାମେଣ୍ଟକୁ ସ୍ଥାନାନ୍ତର କରିଛି। 

Bcci Delhi Pollution