କୋହଲିଙ୍କୁ ଦିଆଯାଇଥିଲା ୪୮ ଘଣ୍ଟା!

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଟିମ୍ ଇଣ୍ଡିଆ ଦିନିକିଆ ଟିମର କ୍ୟାପଟେନ୍ ଭାବେ ରୋହିତ୍ ଶର୍ମାଙ୍କୁ ନିଯୁକ୍ତ କରିଛି। ରୋହିତ୍ ଉଭୟ ଦିନିକିଆ ଓ ଟି-୨୦ ଟିମର କ୍ୟାପଟେନ୍ ହୋଇଛନ୍ତି। ରୋହିତ୍ ଏବେ ବିରାଟ୍ କୋହଲିଙ୍କ ସ୍ଥାନ ନେବେ, ଯିଏ ଦୀର୍ଘ ୫ରୁ ୬ ବର୍ଷ ଧରି ଭାରତୀୟ ଦିନିକିଆ ଓ ଟିମର କ୍ୟାପଟେନ୍ ରହିଆସିଥିଲେ। ଟି-୨୦ କ୍ୟାପଟେନ୍ ପଦ ଛାଡ଼ିବା ପରେ କୋହଲି ଦିନିକିଆ ନେତୃତ୍ୱରୁ ଓହରି ଯିବେ ବୋଲି ଚର୍ଚ୍ଚା ହେଉଥିଲା। […]

kohli

kohli

Ranjit Kumar Jena
  • Published: Thursday, 09 December 2021
  • Updated: 09 December 2021, 04:07 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଟିମ୍ ଇଣ୍ଡିଆ ଦିନିକିଆ ଟିମର କ୍ୟାପଟେନ୍ ଭାବେ ରୋହିତ୍ ଶର୍ମାଙ୍କୁ ନିଯୁକ୍ତ କରିଛି। ରୋହିତ୍ ଉଭୟ ଦିନିକିଆ ଓ ଟି-୨୦ ଟିମର କ୍ୟାପଟେନ୍ ହୋଇଛନ୍ତି। ରୋହିତ୍ ଏବେ ବିରାଟ୍ କୋହଲିଙ୍କ ସ୍ଥାନ ନେବେ, ଯିଏ ଦୀର୍ଘ ୫ରୁ ୬ ବର୍ଷ ଧରି ଭାରତୀୟ ଦିନିକିଆ ଓ ଟିମର କ୍ୟାପଟେନ୍ ରହିଆସିଥିଲେ। ଟି-୨୦ କ୍ୟାପଟେନ୍ ପଦ ଛାଡ଼ିବା ପରେ କୋହଲି ଦିନିକିଆ ନେତୃତ୍ୱରୁ ଓହରି ଯିବେ ବୋଲି ଚର୍ଚ୍ଚା ହେଉଥିଲା। ଆଉ ଶେଷରେ କୋହଲି ଦିନିକିଆ କ୍ୟାପଟେନ୍ ପଦ ଛାଡ଼ିଛନ୍ତି। ହେଲେ ଏକ ରିପୋର୍ଟରେ ଜଣାପଡ଼ିଛି ଯେ କୋହଲିଙ୍କୁ ଦିନିକିଆ କ୍ୟାପଟେନ୍ ପଦ ଛାଡ଼ିବା ପାଇଁ ବିସିସିଆଇ ୪୮ ଘଣ୍ଟା ସମୟ ଦେଇଥିଲା। କାରଣ କୋହଲି କ୍ୟାପଟେନ୍ ପଦ ଛାଡ଼ିବାକୁ ପ୍ରସ୍ତୁତ ନଥିଲେ।

ପିଟିଆଇର ଏକ ରିପୋର୍ଟରେ କୁହାଯାଇଛି, ‘କୋହଲି ପ୍ରଥମେ ଟି-୨୦ କ୍ୟାପଟେନ୍ସି ଛାଡ଼ିଥିଲେ। ଏଭଳି ସ୍ଥିତିରେ ବିସିସିଆଇ ତାଙ୍କୁ ଦିନିକିଆ କ୍ୟାପଟେନ୍ ପଦରୁ ଇସ୍ତଫା ଦେବା ପାଇଁ ୪୮ ଘଣ୍ଟାର ସମୟ ଦେଇଥିଲେ। କିନ୍ତୁ ବିସିସିଆଇର ସିଲେକ୍ସନ୍ କମିଟିକୁ କୋହଲିଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିନଥିଲା। ଜବାବ ନମିଳିବାରୁ ବୋର୍ଡ ୪୯ତମ ଘଣ୍ଟାରେ ବଡ଼ ନିଷ୍ପତ୍ତି ନେଲା ଏବଂ ରୋହିତଙ୍କୁ ଟି-୨୦ ସହ ଦିନିକିଆ ଟିମର କ୍ୟାପଟେନ୍ ଦାୟିତ୍ୱ ହସ୍ତାନ୍ତର କରିଦେଲା।’

୨୦୨୩ରେ ହେବାକୁଥିବା ଦିନିକିଆ ବିଶ୍ୱକପକୁ ଦୃଷ୍ଟିରେ ରଖି ବିସିସିଆଇ ଏହି ନିଷ୍ପତ୍ତି ନେଇଛି। ହେଲେ ଏପର୍ଯ୍ୟନ୍ତ କୋହଲିଙ୍କ ତରଫରୁ କୌଣସି ମନ୍ତବ୍ୟ ଆସିନାହିଁ। ରିପୋର୍ଟ ମୁତାବକ, କୋହଲି ୨୦୨୩ ବିଶ୍ୱକପ୍ ଯାଏ କ୍ୟାପଟେନ୍ ଭାବେ ରହିବାକୁ ଚାହୁଁଥିଲେ। କିନ୍ତୁ ସିଲେକ୍ସନ୍ କମିଟି ତାଙ୍କୁ ଏହି ସୁଯୋଗ ଦେଇନାହିଁ। ଟି-୨୦ ବିଶ୍ୱକପର ଗ୍ରୁପ୍ ଷ୍ଟେଜରୁ ଭାରତର ବିଦାୟ ହେବା ପରେ କମିଟି ରୋହିତଙ୍କୁ ଦିନିକିଆ କ୍ୟାପଟେନ୍ ପଦ ଦେବାକୁ ମନସ୍ଥ କରିସାରିଥିଲା।

କୋହଲି ପାଖାପାଖି ୫ ବର୍ଷ ଧରି ଟିମର ନେତୃତ୍ୱ ନେଇଛନ୍ତି। ଏଭଳି ସ୍ଥିତିରେ ସିଲେକ୍ସନ୍ କମିଟି ତାଙ୍କୁ ସମ୍ମାନଜନକ ବିଦାୟ ଦେବାକୁ ଚାହୁଁଥିଲା। ଏପରିକି ତାଙ୍କୁ ସୁଯୋଗ ମଧ୍ୟ ଦିଆଗଲା। କିନ୍ତୁ ଶେଷରେ କମିଟି ବଡ଼ ନିଷ୍ପତ୍ତି ନେଇ କୋହଲିଙ୍କୁ ବରଖାସ୍ତ କରିଥିବା ସୂଚନା ମିଳିଛି। ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ବିପରୀତ ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ କୋହଲି ବେଶ୍ ପରିଚିତ ଥିଲେ।

ସେହିପରି ବିସିସିଆଇର ଏକ ସୂତ୍ରରୁ ଜଣାପଡ଼ିଛି ଯେ ଖୋଦ୍ କୋହଲି ଦିନିକିଆ କ୍ୟାପଟେନ୍ ପଦରୁ ହଟିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସୂତ୍ରରେ ସୀମିତ ଓଭର କ୍ରିକେଟ୍ ଟିମର କ୍ୟାପଟେନ୍ ପଦ ଛାଡ଼ିବାର ନିଷ୍ପତ୍ତି କୋହଲିଙ୍କର ଥିଲା। ବିସିସିଆଇ କେବଳ ଔପଚାରିକ ଘୋଷଣା କରିଛି।

ସୂତ୍ର କହିଛି, କୋହଲି ଦୀର୍ଘ ଦିନ ଧରି କ୍ୟାପଟେନ୍ସି କରିଆସୁଥିଲେ। ତେଣୁ ସେ ଏଥିରୁ ବ୍ରେକ୍ ଚାହୁଁଥିଲେ। କୋହଲି ବର୍ତ୍ତମାନ ବ୍ୟାଟିଂ ଉପରେ ଫୋକସ୍ କରିବାକୁ ଚାହୁଁଛନ୍ତି, ଯାହା ଟିମ୍ ପାଇଁ ନିହାତି ଦରକାର। ଏହାରି ଭିତରେ ରୋହିତଙ୍କୁ ସୀମିତ ଓଭର କ୍ରିକେଟର କ୍ୟାପଟେନ୍ କରିବା ପାଇଁ ଏହା ଉପଯୁକ୍ତ ସମୟ ବୋଲି ସୂତ୍ର କହିଛି। କ୍ୟାପଟେନ୍ ଭାବେ ରୋହିତଙ୍କ ରେକର୍ଡ ଜବରଦସ୍ତ ରହିଛି। ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୫ଥର ଆଇପିଏଲ୍ ଟ୍ରଫି ଜିତିଛି। ଅନ୍ୟପକ୍ଷରେ ଦିନିକିଆରେ ଭାଇସ୍-କ୍ୟାପଟେନ୍ ଭାବେ ରୋହିତଙ୍କ ରେକର୍ଡ ମଧ୍ୟ ଦମଦାର ରହିଆସିଛି। ତେଣୁ ବୋର୍ଡ ରୋହିତଙ୍କ ଉପରେ ଭରସା ଦେଖାଇ ତାଙ୍କୁ ଦିନିକିଆ ଓ ଟି-୨୦ କ୍ୟାପଟେନ୍ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story