Advertisment

ଟିମ ଇଣ୍ଡିଆକୁ ଫେରିବା ପାଇଁ ଶାମିଙ୍କ ଆଗରେ ବଡ଼ ସର୍ତ୍ତ ରଖିଲା ବିସିସିଆଇ

ବର୍ଷେ ହେଲା ଆହତ ସମସ୍ୟା ଦେଇ ଗତି କରୁଥିବା ଶାମି ନିକଟରେ ପ୍ରତିଯୋଗିତା ମୂଳକ କ୍ରିକେଟକୁ ଫେରିଛନ୍ତି। ସେ ପ୍ରଥମେ ନେଟ୍ସରେ ଲମ୍ବା ଲମ୍ବା ସ୍ପେଲ କରିବା ପରେ ବେଙ୍ଗଲ ପାଇଁ ରଣଜୀ ମ୍ୟାଚ୍‌ ଖେଳିଥିଲେ।

author-image
Hemant Lenka
shami

shami

ବର୍ଡର-ଗାଭାସ୍କର ଟ୍ରଫିରେ ସାମିଲ ହେବା ପାଇଁ ସ୍ପିଡଷ୍ଟାର ମହମ୍ମଦ ଶାମିଙ୍କ ଆଗରେ ବଡ଼ ସର୍ତ୍ତ ଓ ସମୟ ସୀମା ଧାର୍ଯ୍ୟ କରିଛି ବିସିସିଆଇ। ଚୟନକର୍ତ୍ତାକୁ ମନେଇବା ଓ ପ୍ରଭାବିତ କରିବା ପାଇଁ ଶାମିଙ୍କ ପାଖରେ ଗୋଟିଏ ସପ୍ତାହରୁ କମ ସମୟ ରହିଛି।

Advertisment

ବର୍ଷେ ହେଲା ଆହତ ସମସ୍ୟା ଦେଇ ଗତି କରୁଥିବା ଶାମି ନିକଟରେ ପ୍ରତିଯୋଗିତା ମୂଳକ କ୍ରିକେଟକୁ ଫେରିଛନ୍ତି। ସେ ପ୍ରଥମେ ନେଟ୍ସରେ ଲମ୍ବା ଲମ୍ବା ସ୍ପେଲ କରିବା ପରେ ବେଙ୍ଗଲ ପାଇଁ ରଣଜୀ ମ୍ୟାଚ୍‌ ଖେଳିଥିଲେ। ଏହି ସମୟରେ ତାଙ୍କ ଉପରେ ବିସିସିଆଇର ମେଡିକାଲ ଟିମ ନଜର ରଖିଥିଲା।

ରଣଜୀ ଟ୍ରଫିର କମବ୍ୟାକ ମ୍ୟାଚ୍‌ରେ ଶାମି ସମସ୍ତଙ୍କୁ ପ୍ରଭାବିତ କରିଥିବା ବେଳେ ତାଙ୍କୁ ସୟିଦ ମୁସ୍ତାକ ଅଲୀ ଟ୍ରଫିରେ ମଧ୍ୟ ଦେଖିବାକୁ ମିଳିଛି। ସେ ଏଠାରେ ମଧ୍ୟ ଠିକଠାକ ପ୍ରଦର୍ଶନ କରିଛନ୍ତି। ତଥାପି ତାଙ୍କୁ ଆଉ କିଛି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବାକୁ କୁହାଯାଇଛି।

Advertisment

ଭଲ ପ୍ରଦର୍ଶନ କରିବା ପରେ ମଧ୍ୟ ତାଙ୍କୁ ସିଧାସଳଖ ଟିମ ଇଣ୍ଡିଆ ପାଇଁ ଚୟନ କରାଯିବ ନାହିଁ। ଟିମ ଇଣ୍ଡିଆରେ ପ୍ରବେଶ କରିବାକୁ ହେଲେ ଶାମିଙ୍କୁ ତାଙ୍କ ଓଜନ ହ୍ରାସ କରିବାକୁ ପଡ଼ିବ। ଏଥିସହ ପୁଣିଥରେ ଫିଟନେସ ଟେଷ୍ଟ ଦେବାକୁ ପଡ଼ିବ।

ସପ୍ତାହକୁ କମ ସମୟ ମଧ୍ୟରେ ଯଦି ଶାମି ଏହି ସର୍ତ୍ତକୁ ପୂରଣ କରିପାରିବେ, ତା’ହେଲେ ତାଙ୍କୁ ଟିମ ଇଣ୍ଡିଆରେ କମବ୍ୟାକ କରିବାକୁ ସୁଯୋଗ ମିଳିବ ବୋଲି ବିସିସିଆଇ ସର୍ତ୍ତ ରଖିଥିବା ଜଣାପଡ଼ିଛି।

ବିସିସିଆଇର ଗୋଟିଏ ସୂତ୍ରରେ କୁହାଯାଇଛି ଯେ “ସବୁ କିଛି ବିସିସିଆଇର ମେଡିକାଲ ଟିମ ଉପରେ ନିର୍ଭର କରୁଛି। କାରଣ ଶାମିଙ୍କୁ ସେମାନେ ପ୍ରତିଟି ବୋଲିଂ ସ୍ପେଲ ପରେ ଚିକିତ୍ସା କରିଛନ୍ତି। ମେଡିକାଲ ଟିମ ଆଶା ରଖିଛି ଯେ ଶାମି ମ୍ୟାଚ୍‌ ଖେଳିବା ଦ୍ୱାରା ତାଙ୍କ ଓଜନ ହ୍ରାସ ପାଇବ। ଏହା ତାଙ୍କ ଧୈର୍ଯ୍ୟକୁ ମଧ୍ୟ ବୃଦ୍ଧି କରିବ। ଯେହେତୁ ରଣଜୀ ଟ୍ରଫିର ପ୍ରଥମ ପର୍ଯ୍ୟାୟ ଶେଷ ହୋଇସାରିଛି, ତେଣୁ ସବୁ କିଛି ସୟିଦ ମୁସ୍ତାକ ଅଲୀ ଟ୍ରଫିର ପ୍ରଥମ ରାଉଣ୍ଡ ମ୍ୟାଚଗୁଡ଼ିକ ଉପରେ ନିର୍ଭର କରୁଛି।”

ରିପୋର୍ଟ ଅନୁସାରେ, ବିସିସିଆଇର ସ୍ପୋର୍ଟସ ସାଇନ୍ସ ମୁଖ୍ୟ ନୀତୀନ ପଟେଲ ଓ ଏନସିଏର ଟ୍ରେନର ନିଶାନ୍ତ ବୋରଡୋଲୋଇଙ୍କ ଶାମିଙ୍କ ଟ୍ରେନିଂ ଦାୟିତ୍ୱ ଦିଆଯାଇଛି। ସେ ବେଙ୍ଗଲ ଟିମରେ ରହିବା ବେଳେ ମଧ୍ୟ ଏହି ଦୁଇ ଜଣ ତାଙ୍କ ଟ୍ରେନିଂ ଦାୟିତ୍ୱ ନିର୍ବାହ କରିବେ। ତଥାପି ଟେଷ୍ଟ ମ୍ୟାଚ୍‌ରେ ଶାମିଙ୍କ କମବ୍ୟାକ ସେତେଟା ସହଜ ହେବନି।

ଭାରତୀୟ ଟିମ ଏବେ ଅଷ୍ଟ୍ରେଲିଆରେ ରହିଛି। ଆସନ୍ତା ୩୦ରୁ ଦଳ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏକାଦଶ ବିପକ୍ଷରେ ପିଙ୍କ ବଲରେ ଦୁଇ ଦିନିଆ ଅଭ୍ୟାସ ମ୍ୟାଚ୍‌ ଖେଳିବ। ସେହିପରି ୬ ତାରିଖରୁ ଆଡିଲେଡରେ ଦିବାରାତ୍ର ଟେଷ୍ଟ ଆରମ୍ଭ ହେବ। ଏତେ କମ ସମୟରେ ଶାମି ଟେଷ୍ଟ କ୍ରିକେଟ ପାଇଁ ଆବଶ୍ୟକ ଫିଟନେସ ଦେବା ଭଳି ଲାଗୁ ନାହିଁ।

କିନ୍ତୁ ଯଦି ସବୁ କିଛି ଶାମିଙ୍କ ସପକ୍ଷରେ ଯାଏ ଓ ସେ ଫିଟନେସରେ ପ୍ରମାଣ ଦେଇ ପାରିବେ, ତା’ହଲେ ଡିସେମ୍ବର ୧୪ରୁ ଆରମ୍ଭ ହେବାକୁ ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍‌ରେ ତାଙ୍କୁ ଭାରତୀୟ ଟିମରେ ସାମିଲ କରାଯାଇ ପାରେ ବୋଲି ରିପୋର୍ଟରେ କୁହାଯାଇଛି।

Mohammed Shami Test Cricket Test Match