Advertisment

କ୍ରିକେଟରଙ୍କ ଦରମା ବଢ଼ାଇଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପୁଣିଥରେ ଏକ ବଡ଼ ନିଷ୍ପତ୍ତି ନେଇ ଖେଳାଳି ଏବଂ ଫ୍ୟାନଙ୍କର ହୃଦୟ ଜିଣି ନେଇଛି। ବିସିସିଆଇ ସୋମବାର ଭାରତୀୟ ଘରୋଇ କ୍ରିକେଟରଙ୍କ ଦରମା ବୃଦ୍ଧି ଘୋଷଣା କରିଛି। ଆଜି ବିସିସିଆଇ ଆପେକ୍ସ କାଉନସିଲ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବିସିସିଆଇ ଘରୋଇ ସିନିୟର କ୍ରିକେଟରଙ୍କ ମ୍ୟାଚ୍ ପିଛା ଦରମା ୬୦ ହଜାର ଟଙ୍କା କରିଛି। ଯେଉଁ ଖେଳାଳି ୪୦ କିମ୍ବା ଏହାଠାରୁ ଅଧିକ ମ୍ୟାଚ୍ ଖେଳିଥିବେ, ସେମାନଙ୍କୁ ପ୍ରତି […]

ଅଦ୍ୟତନ ହୋଇଛି
ଟୋକିଓ ଅଲିମ୍ପିକ୍ ପାଇଁ ବିସିସିଆଇ ଦେବ ୧୦ କୋଟି

BCCI1

Advertisment

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପୁଣିଥରେ ଏକ ବଡ଼ ନିଷ୍ପତ୍ତି ନେଇ ଖେଳାଳି ଏବଂ ଫ୍ୟାନଙ୍କର ହୃଦୟ ଜିଣି ନେଇଛି। ବିସିସିଆଇ ସୋମବାର ଭାରତୀୟ ଘରୋଇ କ୍ରିକେଟରଙ୍କ ଦରମା ବୃଦ୍ଧି ଘୋଷଣା କରିଛି। ଆଜି ବିସିସିଆଇ ଆପେକ୍ସ କାଉନସିଲ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

Advertisment

ବିସିସିଆଇ ଘରୋଇ ସିନିୟର କ୍ରିକେଟରଙ୍କ ମ୍ୟାଚ୍ ପିଛା ଦରମା ୬୦ ହଜାର ଟଙ୍କା କରିଛି। ଯେଉଁ ଖେଳାଳି ୪୦ କିମ୍ବା ଏହାଠାରୁ ଅଧିକ ମ୍ୟାଚ୍ ଖେଳିଥିବେ, ସେମାନଙ୍କୁ ପ୍ରତି ମ୍ୟାଚରେ ୬୦ ହଜାର ଟଙ୍କା ମିଳିବ। ସେହିପରି ଅଣ୍ଡର-୨୩ ଏବଂ ଅଣ୍ଡର-୧୯ ଖେଳାଳିଙ୍କର ଦରମା ମଧ୍ୟ ବୃଦ୍ଧି କରାଯାଇଛି। ଅଣ୍ଡର୍-୨୩ ଖେଳାଳିଙ୍କୁ ପ୍ରତି ମ୍ୟାଚ୍ ପାଇଁ ୨୫ହଜାର ଟଙ୍କା ଏବଂ ଅଣ୍ଡର-୧୯ କ୍ରିକେଟରଙ୍କୁ ପ୍ରତି ମ୍ୟାଚରେ ୨୦ ହଜାର ଟଙ୍କା ଦିଆଯିବ।

ବିସିସିଆଇ ସମ୍ପାଦକ ଜୟ ଶାହ ଆଜି ଟ୍ୱିଟ୍ କରି ଘରୋଇ କ୍ରିକେଟରଙ୍କୁ ଏହି ଖୁସି ଖବର ଦେଇଛନ୍ତି। କେବଳ ଏତିକି ନୁହେଁ ଯେଉଁ ଖେଳାଳିମାନେ ୨୦୧୯-୨୦ ଘରୋଇ ସିଜନରେ ଭାଗ ନେଇଥିଲେ, ସେମାନଙ୍କୁ ୫୦ ପ୍ରତିଶତ ଅତିରିକ୍ତ ମ୍ୟାଚ୍ ଫି’ ପ୍ରଦାନ କରାଯିବ। ୨୦୨୦-୨୧ ସିଜନ୍ ବାତିଲ ହେବା କାରଣରୁ ବିସିସିଆଇ ଏହି ନିଷ୍ପତ୍ତି ନେଇଛି। କରୋନା କାରଣରୁ ୨୦୨୦-୨୧ରେ ରଣଜୀ ଟ୍ରଫି ସମେତ ପୂରା ଘରୋଇ ସିଜନ୍ ବାତିଲ ହୋଇଥିଲା।

Advertisment

https://twitter.com/JayShah/status/1439887128108752897?s=20

ରଣଜୀ ଟ୍ରଫି କିମ୍ବା ବିଜୟ ହଜାରେ ଟ୍ରଫି ଖେଳୁଥିବା ସିନିୟର କ୍ରିକେଟରଙ୍କୁ ମ୍ୟାଚ୍ ପିଛା ୩୫ ହଜାର ଟଙ୍କା ମିଳିଥାଏ। ଅନ୍ୟପକ୍ଷରେ ସୟଦ ମୁସ୍ତାକ ଅଲୀ ଟ୍ରଫି ପାଇଁ ବିସିସିଆଇ ଖେଳାଳିଙ୍କୁ ୧୭,୫୦୦ ଟଙ୍କା ଦେଇଥାଏ। କିନ୍ତୁ ଏବେ ରଣଜୀ ଓ ବିଜୟ ହଜାରେ ଟ୍ରଫି ପାଇଁ ୪୦ ହଜାର ଏବଂ ଟି-୨୦ ପାଇଁ ୨୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଯେତେବେଳେ ସୌରଭ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ, ସେ ଘରୋଇ କ୍ରିକେଟରେ ଚୁକ୍ତି ପଦ୍ଧତିକୁ ଲାଗୁ କରିବା କଥା କହିଥିଲେ।

ସୂଚନାଯୋଗ୍ୟ, ବିସିସିଆଇର ଘରୋଇ କ୍ରିକେଟ୍ ସିଜନ୍ ସେପ୍ଟେମ୍ବର ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ସିଜନରେ ସିନିୟର ମହିଳା ଦିନିକିଆ ଲିଗ୍ ଓ ମହିଳା ଦିନିକିଆ ଚ୍ୟାଲେଞ୍ଜର ଟ୍ରଫି ଖେଳାଯିବ। ଗତ ବର୍ଷ ବାତିଲ ହୋଇଥିବା ରଣଜୀ ଟ୍ରଫି ନଭେମ୍ବର ୧୬ ତାରିଖରୁ ଆରମ୍ଭ ହେବ ଏବଂ ଫେବୃଆରୀ ୧୯, ୨୦୨୨ରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ବିଜୟ ହଜାରେ ଟ୍ରଫି ଫେବୃଆରୀ ୨୩ ତାରିଖରୁ ମାର୍ଚ୍ଚ ୨୬ ଯାଏ ଚାଲିବ। ବିସିସିଆଇର ଏହି ଘରୋଇ ସିଜନରେ ମୋଟ ୨୧୨୭ ମ୍ୟାଚ୍ ଖେଳାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe