ଚାମ୍ପିୟନ୍ସ ଟ୍ରଫି: ପାକିସ୍ତାନର ସର୍ତ୍ତ ମାନିବାକୁ ବିସିସିଆଇ ଅରାଜି!

ବିବାଦର ସମାଧାନ ପାଇଁ ଆଇସିସି ପକ୍ଷରୁ ପିସିବିକୁ ହାଇବ୍ରିଡ ଫର୍ମୁଲା ଦିଆଯାଇଛି। ଏହି ଫର୍ମୁଲା ଅନୁଯାୟୀ ଚାମ୍ପିୟନ୍ସ ଟ୍ରଫିରେ ଭାରତ ତା’ ମ୍ୟାଚ୍‌ଗୁଡ଼ିକ ପାକିସ୍ତାନ ବଦଳରେ ଦୁବାଇରେ ଖେଳିବ।

PCB

ରୋହିତ ଓ ବାବର (ଫାଇଲ ଫଟୋ)

Hemant Lenka
  • Published: Monday, 02 December 2024
  • Updated: 02 December 2024, 08:36 PM IST

Sports

Latest News

ଚାମ୍ପିୟନ୍ସ ଟ୍ରଫି ୨୦୨୫ ଖେଳିବା ପାଇଁ ଭାରତୀୟ ଟିମ ପାକିସ୍ତାନ ଯିବାକୁ ମନା କରିବା ପରେ ଏହାକୁ ନେଇ ବିଭିନ୍ନ ପ୍ରକାରର ରିପୋର୍ଟ ପ୍ରକାଶ ପାଇବାରେ ଲାଗିଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ବିବାଦକୁ ନେଇ ଆଇସିସି ଚାପରେ ରହିଛି।

ଏକାଧିକ ରିପୋର୍ଟରେ ଦାବି କରାଯାଇଛି ଯେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଏହି ନିଷ୍ପତ୍ତିକୁ ମାନିବାକୁ ପ୍ରସ୍ତୁତ। ହେଲେ ଏହା ପାଇଁ ପାକିସ୍ତାନ କିଛି ସର୍ତ୍ତ ରଖିଛି। ଯଦି ଚାମ୍ପିୟନ୍ସ ଟ୍ରଫିରେ ଭାରତ ଦୁବାଇରେ ମ୍ୟାଚ୍‌ ଖେଳିବ, ତା’ହେଲେ ଭବିଷ୍ୟତରେ ଭାରତ ଆୟୋଜନ କରୁଥିବା ସମସ୍ତ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ମଧ୍ୟ ନିରପେକ୍ଷ ଭେନ୍ୟୁରେ ଖେଳିବ। ସେହିପରି ପିସିବିକୁ ବର୍ଦ୍ଧିତ ବାର୍ଷିକ ରାଜସ୍ୱ ମିଳିବ ବୋଲି ଆଇସିସି ଲିଖିତ ଭାବେ ପ୍ରତିଶ୍ରୁତି ଦେଉ ବୋଲି ପାକିସ୍ତାନ ଚାହୁଁଛୁ।

Also Read

କିନ୍ତୁ ବିବାଦର ସମାଧାନ ପାଇଁ ପାକିସ୍ତାନ ଦେଇଥିବା ପ୍ରସ୍ତାବକୁ ବିସିସିଆଇ ମାନିବାକୁ ନାରାଜ। ଯଦି ଆଇସିସି ପକ୍ଷରୁ ପିସିବିର ସର୍ତ୍ତକୁ ଗ୍ରହଣ କରାଯାଏ, ତା’ହେଲେ ଭବିଷ୍ୟତରେ ଭାରତ ଆୟୋଜନ କରୁଥିବା କୌଣସି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଫାଇନାଲକୁ ଯିବ, ତେବେ ଉକ୍ତ ମ୍ୟାଚ୍‌ ଭାରତ ବାହାରକୁ ଚାଲିଯିବ। ଏହା ହିଁ ବିସିସିଆଇ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି।

ପିସିବିର ଜଣେ ଅଧିକାରୀ କହିଛନ୍ତି, “ଆମେ ଉପଯୁକ୍ତ ପ୍ରସ୍ତାବ ଦେଉଛୁ। ଯଦି ଭାରତ ଆମ କଥା ମାନିବ ନାହିଁ, ତା’ହେଲେ ଆମେ ମଧ୍ୟ ଟିମକୁ ଭବିଷ୍ୟତରେ ସେଠାକୁ ପଠାଇବୁ ବୋଲି ସେମାନେ ଆଶା କରନ୍ତୁ ନାହିଁ। ଯଦି କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟ ଭାରତରେ ହେବ, ତା’ହେଲେ ଫାଇନାଲ କିମ୍ବା ପ୍ରମୁଖ ମ୍ୟାଚ୍‌ଗୁଡ଼ିକ ସେମାନେ ମଧ୍ୟ ଦୁବାଇରେ ଖେଳିବେ। ଏହା ହିଁ ଏକମାତ୍ର ସମାଧାନର ରାସ୍ତା।”

ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫କୁ ନେଇ ବିବାଦ ଲାଗି ରହିଥିବା ବେଳେ ପିସିବି ଅଧ୍ୟକ୍ଷ ମୋହସିନ ନକଭୀଙ୍କ କହିବା କଥା ଯେ ଟୁର୍ଣ୍ଣାମେଣ୍ଟକୁ ହାଇବ୍ରିଡ ମଡେଲରେ ଆୟୋଜନ କରିବା ନିଶ୍ଚିତ ଭାବେ ଉପଯୁକ୍ତ ଫର୍ମୁଲା ନୁହେଁ। କିନ୍ତୁ କୌଣସି ନୂଆ ରାସ୍ତା ବାହାର କରାଯାଏ, ତା’ହେଲେ ଏହା ଦୁଇ ପକ୍ଷଙ୍କ ପାଇଁ ସମାନ ହେବା ଉଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story