Advertisment

ଆକ୍ସନ ମୁଡ୍‌ରେ BCCI, ଦୁଇ ବର୍ଷ ପାଇଁ ବ୍ୟାନ୍‌ ହେଲେ ଏହି କ୍ରିକେଟର୍‌

ଏକାଧିକ ଜନ୍ମପ୍ରମାଣ ପତ୍ର ଦାଖଲ କରିବା ଅଭିଯୋଗରେ ବିସିସିଆଇ ଏହି କାର୍ଯ୍ୟାନୁଷ୍ଠାନ ନେଇଛି।

ଅଦ୍ୟତନ ହୋଇଛି
Bcci

Bcci

Advertisment

ODI ବିଶ୍ୱକପ ୨୦୨୩ରେ ଟିମ୍ ଇଣ୍ଡିଆର ଦମ୍‌ଦାର ପ୍ରଦର୍ଶନ ଜାରି ରହିଛି। ଦଳ ଏଯାଏଁ ଏହି ଟୁର୍ନାମେଣ୍ଟରେ ଗୋଟିଏ ମ୍ୟାଚ୍‌ ହାରି ନାହିଁ। ଏସବୁ ମଧ୍ୟରେ ଭାରତୀୟ କ୍ରିକେଟ୍ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଏକ ବଡ଼ ନିଷ୍ପତ୍ତି ନେଇଛି। ବିସିସିଆଇ ଜଣେ ଜଣାଶୁଣା କ୍ରିକେଟରଙ୍କୁ ୨ ବର୍ଷ ପାଇଁ ବ୍ୟାନ୍‌ କରିଛି।

Advertisment

ଜମ୍ମୁ-କଶ୍ମୀର କ୍ରିକେଟର ବଂଶଜ ଶର୍ମାଙ୍କ ଉପରେ ବ୍ୟାନ୍‌ ଲଗାଇଛି ବିସିସିଆଇ। ଏକାଧିକ ଜନ୍ମପ୍ରମାଣ ପତ୍ର ଦାଖଲ କରିବା ଅଭିଯୋଗରେ ବଂଶଜଙ୍କ ଉପରେ ବିସିସିଆଇ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ଏନେଇ ଜମ୍ମୁ କ୍ରିକେଟ୍‌ ଆସୋସିଏସନ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଶନିବାର ଜେକେସିଏ ଜାରି କରିଥିବା ବୟାନରେ କୁହାଯାଇଛି, ବଂଶଜ ବର୍ମାଙ୍କୁ ଆସନ୍ତା ଦୁଇ ବର୍ଷ ପାଇଁ ବିସିସିଆଇ ସମସ୍ତ ଟୁର୍ଣ୍ଣାମେଣ୍ଟରୁ ବାସନ୍ଦ କରିଛି। ଏକାଧିକ ଜନ୍ମ ପ୍ରମାଣ ପତ୍ର ଦେଇଥିବା ଅଭିଯୋଗରେ ତାଙ୍କୁ ବ୍ୟାନ୍‌ କରାଯାଇଛି। ଅକ୍ଟୋବର ୨୭ରୁ ତାଙ୍କ ଉପରେ ଏହି ବ୍ୟାନ୍‌ ନିର୍ଦ୍ଦେଶ ଲାଗୁ ହୋଇଛି।

Advertisment

ଆହୁରି ମଧ୍ୟ କୁହାଯାଇଛି ଯେ, ବ୍ୟାନ୍‌ ଅବଧି ସରିବା ପରେ ବଂଶଜ କେବଳ ବରିଷ୍ଠ ପୁରୁଷ ବର୍ଗର ବିସିସିଆଇ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇପାରିବେ। ତାଙ୍କୁ ବିସିସିଆଇର କୌଣସି ବି ବୟସ ବର୍ଗର ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଅନୁମତି ଦିଆଯିବ ନାହିଁ।

ବିସିସିଆଇର ନିୟମ ଅନୁସାରେ ଜମ୍ମୁ-କଶ୍ମୀରରୁ ଅଣ୍ଡର-୨୩ ମ୍ୟାଚ୍‌ ଖେଳୁଥିବା ବଂଶଜଙ୍କୁ ତାଙ୍କ ସଠିକ ଠିକଣା, ଶିକ୍ଷା ଓ ରୋଜଗାର ପ୍ରମାଣପତ୍ର ଜମା କରିବାକୁ କୁହାଯାଇଛି। ଏହାପରେ ତାଙ୍କୁ ଏସ୍‌ସିସିଏଏରେ ସ୍ଥାନୀୟ ବୋଲି ବିବେଚନା କରି ପ୍ରତିନିଧିତ୍ୱ କରିବାକୁ ଅନୁମତି ଦିଆଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି। 

Bcci Cricket Vanshaj Sharma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe