Advertisment

BCCI: ବିରାଟ ଓ ରୋହିତଙ୍କ ଦରମା ୨ କୋଟି ଲେଖାଏ ହ୍ରାସ କରିବ ବିସିସିଆଇ!

ଟିମ ଇଣ୍ଡିଆର ଦୁଇ ଷ୍ଟାର ବ୍ୟାଟର ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ବାର୍ଷିକ ଦରମା ହ୍ରାସ ପାଇବ। ବିସିସିଆଇ ପକ୍ଷରୁ ଦୁଇ ଖେଳାଳିଙ୍କୁ ମିଳୁଥିବା ଦରମା ୨ କୋଟି ଲେଖାଏ କମି ଯାଇ ପାରେ।

author-image
Hemant Lenka
Viart

ରୋହିତ ଓ ବିରାଟ

ଟିମ ଇଣ୍ଡିଆର ଦୁଇ ଷ୍ଟାର ବ୍ୟାଟର ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ବାର୍ଷିକ ଦରମା ହ୍ରାସ ପାଇବ। ବିସିସିଆଇ ପକ୍ଷରୁ ଦୁଇ ଖେଳାଳିଙ୍କୁ ମିଳୁଥିବା ଦରମା ୨ କୋଟି ଲେଖାଏ କମି ଯାଇ ପାରେ। ଖୁବଶୀଘ୍ର ଏନେଇ ବିସିସିଆଇ ଘୋଷଣା କରିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Advertisment

ବିସିସିଆଇ ସବୁ ବର୍ଷ ୪ଟି ବର୍ଗରେ ଖେଳାଳିଙ୍କ ସହ ଚୁକ୍ତି କରିଥାଏ। ଏହି ଚୁକ୍ତି ଅନୁସାରେ ଭିନ୍ନଭିନ୍ନ ବର୍ଗରେ ଥିବା ଖେଳାଳିଙ୍କୁ ବାର୍ଷିକ ଦରମା ଦେଇଥାଏ ବିସିସିଆଇ। ଏହି ଦରମା ଜଣେ ଖେଳାଳିଙ୍କ କ୍ରିକେଟର ୩ ଫର୍ମାଟର ଯୋଗଦାନ ଉପରେ ନିର୍ଭର କରିଥାଏ। ବିସିସିଆଇ ଶେଷ ଥର ୨୦୨୫ ଏପ୍ରିଲ ମାସରେ ଏକାଧିକ କ୍ରିକେଟରଙ୍କ ସହ କେନ୍ଦ୍ରୀୟ ଚୁକ୍ତି କରିଥିଲା।

ଆସନ୍ତା ବର୍ଷ ଖେଳାଳିଙ୍କ ଚୁକ୍ତିକୁ ନବୀକରଣ କିମ୍ବା ନୂଆ ଖେଳାଳିଙ୍କ ସହ ବସିସିଆଇ ଚୁକ୍ତି କରିବ। ହେଲେ ଏହାପୂର୍ବରୁ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ବାର୍ଷିକ ଦରମା ହ୍ରାସ ପାଇବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। 

Advertisment

ବିସିସିଆଇର କେନ୍ଦ୍ରୀୟ ଚୁକ୍ତି 

ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ୪ଟି ଭାଗରେ ବିଭକ୍ତ। ଏ+, ଏ, ବି ଓ ସି ବର୍ଗରେ ଖେଳାଳି ରୁହନ୍ତି। ବିଭିନ୍ନ ବର୍ଗରେ ରହୁଥିବା ଖେଳାଳିଙ୍କୁ ସେହି ଅନୁସାରେ ବାର୍ଷିକ ଦରମା ଦେଇଥାଏ ବିସିସିଆଇ। ଏହା ମ୍ୟାଚ୍‌ ଫି’ ଟଙ୍କା ଠାରୁ ଅଲଗା। ମ୍ୟାଚ୍‌ ଫି’ ବ୍ୟତୀତ ଖେଳାଳିଙ୍କୁ ବାର୍ଷିକ ଗ୍ରେଡ ଅନୁସାରେ ଟଙ୍କା ଦିଆଯାଏ। 

ଏ+ ଚୁକ୍ତିରେ ରହୁଥିବା ଖେଳାଳି ବାର୍ଷିକ ୭ କୋଟି, ଏ ଗ୍ରୁପରେ ଥିବା ଖେଳାଳିଙ୍କୁ ୫ କୋଟି, ବି ଗ୍ରୁପରେ ଥିବା ଖେଳାଳିଙ୍କୁ ୩ କୋଟି ଓ ଗ୍ରୁପ ସି’ରେ ଥିବା ଖେଳାଳିଙ୍କୁ ବିସିସିଆଇ ୧ କୋଟି ଲେଖାଏ ଟଙ୍କା ଦେଇଥାଏ। କେଉଁ ଖେଳାଳି କେଉଁ ଗ୍ରୁପରେ ରହିବେ, ସେକଥା ବସିସିଆଇ ଜାତୀୟ ଚୟନ କମିଟି ସହ ମିଶି ନେଇଥାଏ।

ଏ+ ଓ ଏ ଗ୍ରୁପରେ ରହୁଥିବା ଖେଳାଳିମାନେ ସବୁ ଫର୍ମାଟର ସକ୍ରିୟ ସଦସ୍ୟ ଥିବେ କିମ୍ବା ଟେଷ୍ଟ ସହ ସୀମିତ ଓଭରର ଗୋଟିଏ ଫର୍ମାଟରେ ନିୟମିତ ଖେଳୁଥିବେ। ଗ୍ରୁପ ବି’ରେ ସ୍ଥାନ ପାଉଥିବା ଖେଳାଳି ଅତିକମରେ ୨ଟି ଫର୍ମାଟ ଖେଳୁଥିବା ଦରକାର। ସେହିପରି ଗ୍ରୁପ ସି’ର ଖେଳାଳି ସାଧାଣତଃ ଗୋଟିଏ ଫର୍ମାଟରେ ଖେଳି ଥାଆନ୍ତି।

ବିରାଟ କୋହଲି(Virat Kohili) ଓ ରୋହିତ ଶର୍ମା(Rohit Sharma) ଏ+ ବର୍ଗରେ ରହି ଆସୁଥିଲେ। ଏଥିପାଇଁ ସେମାନଙ୍କୁ ବିସିସିଆଇ ବାର୍ଷିକ ୭ କୋଟି ଟଙ୍କା ଦେଉଥିଲା। କିନ୍ତୁ ଉଭୟ ଟେଷ୍ଟ ଓ ଟି-୨୦ରୁ ଅବସର ନେଇ ସାରିଛନ୍ତି। ଯଦି ଉଭୟ ଏ ବର୍ଗରୁ ବାଦ ପଡ଼ିବେ, ତା’ହେଲେ ସେମାନଙ୍କୁ ବରିଷ୍ଠତା ଦୃଷ୍ଟିରୁ ଏ ବର୍ଗରେ ରଖାଯିବ। ଅର୍ଥାତ ଉଭୟ ୭ କୋଟି ଟଙ୍କା ବଦଳରେ ୫ କୋଟି ଟଙ୍କା ଲେଖାଏ ପାଇବେ। 

ତେବେ ରବୀନ୍ଦ୍ର ଜାଡେଜାଙ୍କୁ ପୂର୍ବଭଳି ଏ+ ବର୍ଗରେ ରଖିବ ବିସିସିଆଇ। ସେ ଟି-୨୦ ଫର୍ମାଟରୁ ଅବସର ନେଇଥିଲେ ହେଁ ଏବେ ବି ଦେଶ ପାଇଁ ଟେଷ୍ଟ କ୍ରିକେଟ ଖେଳୁଛନ୍ତି। ତେଣୁ ସେ ଏ + ବର୍ଗରେ ରହିବା ସହ ବାର୍ଷିକ ୭ କୋଟି ପାଇବେ ବୋଲି ଜଣାପଡ଼ିଛି। 

Rohit Sharma Virat Kohili