Advertisment

ଭାରତ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପୂର୍ବରୁ ବିସିସିଆଇକୁ ନୋଟିସ୍ ପଠାଇଲା କୋଲକାତା ପୁଲିସ

ମଙ୍ଗଳବାର ଥାନାରେ ସମସ୍ତ କାଗଜପତ୍ର ଜମା କରିବାକୁ ବିସିସିଆଇକୁ କହିଛି କୋଲକାତା ପୁଲିସ।

Rahul Dravid and Rohit Sharma

Rahul Dravid and Rohit Sharma

Advertisment

ବିଶ୍ୱକପ୍ କ୍ରିକେଟରେ ଆଜି କୋଲକାତାର ଇଡେନ୍ ଗାର୍ଡେନରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା। ହେଲେ ତା’ ପୂର୍ବରୁ ବିସିସିଆଇକୁ ନୋଟିସ୍ ପଠାଇଛି କୋଲକାତା ପୁଲିସ୍। ଟିକେଟ କଳାବଜାରୀ ନେଇ ବିସିସିଆଇ ସଭାପତି ରୋଜର ବିନ୍ନୀଙ୍କୁ ନୋଟିସ୍ ପଠାଯାଇଛି।

Advertisment

ଗତକାଲି ସନ୍ଧ୍ୟାରେ ଏହି ନୋଟିସ୍ ପଠାଯାଇଛି। ଆଜିର ମ୍ୟାଚ୍‌ ପାଇଁ ହୋଇଥିବା ଟିକେଟ ବିକ୍ରି ସମ୍ପର୍କିତ ସମସ୍ତ ତଥ୍ୟ ମଙ୍ଗଳବାର ମୈଦାନ ଥାନାରେ ଦାଖଲ କରିବାକୁ ବିସିସିଆଇ ସଭାପତିଙ୍କୁ କୁହାଯାଇଛି। ଆଜିର ମ୍ୟାଚ୍ ପାଇଁ ବ୍ୟାପକ ମାତ୍ରାରେ ଟିକେଟ୍ କଳାବଜାରୀ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ମୈଦାନ ଥାନା ପୁଲିସ୍ ତଦନ୍ତ କରୁଛି।

ବ୍ଲାକ୍ ଟିକେଟ ମାମଲାରେ ଆଜି ସୁଦ୍ଧା କୋଲକାତା ପୁଲିସ୍ ୧୯ ଜଣ ଲୋକଙ୍କୁ ଗିରଫ କରିସାରିଲାଣି। ସେମାନଙ୍କଠାରୁ ୧୦୮ଟି ଟିକେଟ୍ ମିଳିଛି। ଏହା ସହିତ ପୁଲିସ୍ ଟିକେଟର କଳାବଜାରୀ ନେଇ ୭ଟି ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Advertisment

ବିଶ୍ୱକପ୍ କ୍ରିକେଟରେ ଭାରତ ଓ ଦକ୍ଷିଣ ଆଫ୍ରିକା ୭ଟି ଲେଖାଏଁ ମ୍ୟାଚ୍ ଖେଳି ସାରିଲେଣି। ଭାରତ ୭ଟି ଯାକ ମ୍ୟାଚ୍ ଜିତି ୧୪ ପଏଣ୍ଟ ହାସଲ କରି ଟେବୁଲର ଶୀର୍ଷରେ ରହିଛି। ଦକ୍ଷିଣ ଆଫ୍ରିକା ୭ଟିରୁ ୬ଟି ମ୍ୟାଚ୍ ଜିତି ୧୨ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି।

Bcci ICC Men’s Cricket World Cup 2023 ICC World Cup 2023 Kolkata Police INDvsSA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe