Advertisment

ଟି-୨୦ ବିଶ୍ୱକପ ପାଇଁ ବିସିସିଆଇର ପ୍ଲାନ ବି, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ: ଚଳିତ ବର୍ଷ ଟି-୨୦ ବିଶ୍ୱକପ ଆୟୋଜନର ଅଧିକାର ଭାରତକୁ ମିଳିଛି। ଗତବର୍ଷ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ହେବାର ଥିଲା। କିନ୍ତୁ କରୋନା କହର ଯୋଗୁ ଏହା ବାତିଲ ହୋଇଥିଲା। ଏହାପରେ ଭାରତ ଚଳିତ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ ଆୟୋଜନ କରିବାକୁ ଅଧିକାର ପାଇଛି। ତେବେ ଭାରତରେ କରୋନା ସଂକ୍ରମଣ ବଢ଼ୁଥିବାରୁ ବିଶ୍ୱକପ ଆୟୋଜନ ଉପରେ କଳାବାଦଲ ଘୋଟାଇ ଯାଇଛି। କିନ୍ତୁ ଯେମିତି ହେଲେ ବିଶ୍ୱକପ ଆୟୋଜନ କରିବାକୁ ବିସିସିଆଇ ପ୍ଲାନ ବି’ ପ୍ରସ୍ତୁତ […]

ଟି-୨୦ ବିଶ୍ୱକପ ପାଇଁ ବିସିସିଆଇର ପ୍ଲାନ ବି, ଜାଣନ୍ତୁ କ’ଣ

BCCI

Advertisment

ନୂଆଦିଲ୍ଲୀ: ଚଳିତ ବର୍ଷ ଟି-୨୦ ବିଶ୍ୱକପ ଆୟୋଜନର ଅଧିକାର ଭାରତକୁ ମିଳିଛି। ଗତବର୍ଷ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ହେବାର ଥିଲା। କିନ୍ତୁ କରୋନା କହର ଯୋଗୁ ଏହା ବାତିଲ ହୋଇଥିଲା। ଏହାପରେ ଭାରତ ଚଳିତ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ ଆୟୋଜନ କରିବାକୁ ଅଧିକାର ପାଇଛି।

Advertisment

ତେବେ ଭାରତରେ କରୋନା ସଂକ୍ରମଣ ବଢ଼ୁଥିବାରୁ ବିଶ୍ୱକପ ଆୟୋଜନ ଉପରେ କଳାବାଦଲ ଘୋଟାଇ ଯାଇଛି। କିନ୍ତୁ ଯେମିତି ହେଲେ ବିଶ୍ୱକପ ଆୟୋଜନ କରିବାକୁ ବିସିସିଆଇ ପ୍ଲାନ ବି’ ପ୍ରସ୍ତୁତ କରିଛି। ଯଦି ଭାରତରେ ବିଶ୍ୱକପ୍‌ ଟି-୨୦ ଆୟୋଜନ ହୋଇପାରିବ ନାହିଁ, ତା’ହେଲେ ବିସିସିଆଇ ଏହାକୁ ୟୁଏଇରେ କରିବାକୁ ଲକ୍ଷ୍ୟ ରଖିଛି।

ଗତବର୍ଷ ଆଇପିଏଲ ଯେଉଁଭଳି ଭାବେ କରୋନା ସଂକ୍ରମଣ ଯୋଗୁ ଭାରତ ବଦଳରେ ୟୁଏଇରେ ହୋଇଥିଲା, ଠିକ୍‌ ସେହିପରି ଟି-୨୦ ବିଶ୍ୱକପ ଆୟୋଜନ କରିବାକୁ ବିସିସିଆଇ ଯୋଜନା କରୁଥିବା ଜଣାପଡ଼ିଛି।

Advertisment

ବିସିସିଆଇର ଜେନେରାଲ ମ୍ୟାନେଜର ଅଫ ଗେମ ଡେଭଲପମେଣ୍ଟ ଧୀରଜ ମାଲହୋତ୍ରା କହିଛନ୍ତି, ଭାରତୀୟ କ୍ରିକେଟ ବୋର୍ଟ ବର୍ତ୍ତମାନ ୟୁଏଇରେ ଟି-୨୦ ବିଶ୍ୱକପ୍‌ ଆୟୋଜନ କରିବା ବିକଳ୍ପ ଉପରେ ଚିନ୍ତା କରୁଛି। ଯଦି ଭାରତରେ କରୋନା ସ୍ଥିତି ନ ସୁଧୁରିବ, ତା’ହେଲେ ୟୁଏଇକୁ ବିକଳ୍ପ ଭାବେ ବିବେଚନା କରାଯିବ।

ତଥାପି ଭାରତରେ ଟି-୨୦ ବିଶ୍ୱକପ ଆୟୋଜନ କରିବାକୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଉଛି। ଆଇସିସି ସହ ମଧ୍ୟ ଏସବୁ ବିଷୟରେ କଥାବାର୍ତ୍ତା ଚାଲିଛି। ବିସିସିଆଇ ସ୍ଥିତିକୁ ଦେଖି ପରବର୍ତ୍ତୀ ଅବସ୍ଥାରେ ଏହାର ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।

ଚଳିତ ବର୍ଷ ଶେଷ ଭାଗ ଆଡ଼କୁ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe