Advertisment

ଦଲିପ ଟ୍ରଫି ସ୍କ୍ୱାଡରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ: ରିଙ୍କୁ ସିଂହଙ୍କୁ ମିଳିଲା ସୁଯୋଗ

ଦଲିପ ଟ୍ରଫିର ଇଣ୍ଡିଆ ଏ ସ୍କ୍ୱାଡରୁ ବିସିସିଆଇ ଅଧିନାୟକ ଶୁବମନ ଗିଲ, କେଏଲ ରାହୁଲ, ଧ୍ରୁବ ଜୁରେଲ, କୁଲଦୀପ ଯାଦବ ଓ ଆକାଶ ଦୀପଙ୍କୁ ରିଲିଜ କରିଛି।

Rinku Singh

Rinku Singh

Advertisment

ଦଲିପ ଟ୍ରଫି ୨୦୨୪ର ଦ୍ୱିତୀୟ ରାଉଣ୍ଡ ପାଇଁ ବିସିସିଆଇ ସ୍କ୍ୱାଡରେ ବଡ଼ ପରିବର୍ତ୍ତନ କରିଛି। ଏକାଧିକ ଖେଳାଳି ଜାତୀୟ ଟିମ ପାଇଁ ଚୟନ ହେବାରୁ ବିସିସିଆଇକୁ ସ୍କ୍ୱାଡରେ ପରବିର୍ତ୍ତନ କରିବାକୁ ପଡ଼ିଛି।

Advertisment

ଏହିକ୍ରମରେ ଅଲରାଉଣ୍ଡର ରିଙ୍କୁ ସିଂହଙ୍କୁ ଦଲିପ ଟ୍ରଫି ପାଇଁ ଡାକରା ମିଳିଛି। ସେ ଇଣ୍ଡିଆ ବିରେ ବଦଳ ଖେଳାଳି ଭାବେ ସାମିଲ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଇଣ୍ଡିଆ ବି’ରୁ ଋଷଭ ପନ୍ତ ଓ ଯଶସ୍ୱୀ ଜୈସୱାଲଙ୍କ ଚୟନ ହୋଇଛି। ତେଣୁ ଉଭୟ ଦଲିପ ଟ୍ରଫିରୁ ଓହରି ଯାଇଛନ୍ତି।

ଦଲିପ ଟ୍ରଫିର ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ ୧୨ ସେପ୍ଟେମ୍ବରରୁ ଆରମ୍ଭ ହେବ। ୧୯ ସେପ୍ଟେମ୍ବରରୁ ବାଂଲାଦେଶ ବିପକ୍ଷରେ ଭାରତ ଟେଷ୍ଟ ସିରିଜ ଅଭିଯାନ ଆରମ୍ଭ କରିବ। ଏଥିପାଇଁ ଦଲିପ ଟ୍ରଫିର ଇଣ୍ଡିଆ ଏ ସ୍କ୍ୱାଡରୁ ବିସିସିଆଇ ଅଧିନାୟକ ଶୁବମନ ଗିଲ, କେଏଲ ରାହୁଲ, ଧ୍ରୁବ ଜୁରେଲ, କୁଲଦୀପ ଯାଦବ ଓ ଆକାଶ ଦୀପଙ୍କୁ ରିଲିଜ କରିଛି। ଏମାନେ ଜାତୀୟ ଟିମ ପାଇଁ ଘୋଷଣା ହୋଇଥିବା ସ୍କ୍ୱାଡରେ ରହିଛନ୍ତି।

Advertisment

ଏମାନଙ୍କ ବଦଳରେ ପ୍ରଥମ ସିଂହ(ରେଳବାଇ), ଅକ୍ଷୟ ୱାଦକର( ବିର୍ଦ୍ଦଭା), ଶେଖ ରଶିଦ(ଆନ୍ଧ୍ର), ଶାମ୍ସ ମୁଲାନି ଓ ଅକବି ଖାନ(ଉତ୍ତର ପ୍ରଦେଶ)ଙ୍କୁ ଇଣ୍ଡିଆ ଏରେ ସାମିଲ କରାଯାଇଛି। ଗିଲ ନଥିବାରୁ ମୟଙ୍କ ଅଗ୍ରୱାଲଙ୍କ କ୍ୟାପ୍ଟେନ୍ସିରେ ଇଣ୍ଡିଆ ଏ ଦଲିପ ଟ୍ରଫି ଖେଳିବ।

ସଂଶୋଧିତ ଇଣ୍ଡିଆ ଏ ସ୍କ୍ୱାଡ: ମୟଙ୍କ ଅଗ୍ରୱାଲ(ଅଧିନାୟକ), ରିୟାନ ପରାଗ, ତିଲକ ବର୍ମା, ଶିବମ ଦୁବେ, ତନୁଶ କୋଟିୟାନ, ପ୍ରସିଦ୍ଧ କ୍ରିଷ୍ଣା, ଖଲୀଲ ଅହମଦ, ଆବେଶ ଖାନ, କୁମାର କୁଶାଗ୍ରା, ଶାସ୍ୱତ ରାୱତ, ପ୍ରଥମ ସିଂହ, ଅକ୍ଷୟ ୱାଦକର, ଶେଖ ରଶିଦ, ଶାମ୍ସ ମୁଲାନି ଓ ଅକିବ ଖାନ।

ଇଣ୍ଡିଆ ବି’ରୁ ଜୈସୱାଲ ଓ ପନ୍ତ ଜାତୀୟ ଟିମ ପାଇଁ ଚୟନ ହୋଇଛନ୍ତି। ତେଣୁ ଏହି ଦୁଇ ଖେଳାଳିଙ୍କ ବଦଳରେ ସୁୟାଶ ପ୍ରଭୁଦେଶାଇ ଓ ରିଙ୍କୁ ସିଂହଙ୍କୁ ସ୍କ୍ୱାଡରେ ସାମିଲ କରାଯାଇଛି। ଦ୍ରୁତ ବୋଲର ୟାଶ ଦୟାଲ ପ୍ରଥମ ଥର ପାଇଁ ଜାତୀୟ ଟେଷ୍ଟ ଟିମରେ ସୁଯୋଗ ପାଇଛନ୍ତି। ସେହିପରି ସର୍ଫରାଜ ଖାନ ମଧ୍ୟ ବାଂଲାଦେଶ ବିପକ୍ଷ ୧୬ ଜଣିଆ ସ୍କ୍ୱାଡରେ ରହିଛନ୍ତି। ତେବେ ଉଭୟ ଦଲିପ ଟ୍ରଫିର ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ରେ ନଜର ଆସିବେ। ତଥାପି ହିମାଂଶୁ ମନ୍ତ୍ରୀ(ମଧ୍ୟପ୍ରଦେଶ)ଙ୍କୁ ସ୍କ୍ୱାଡରେ ସାମିଲ କରାଯାଇଛି।

ସଂଶୋଧିତ ଇଣ୍ଡିଆ ବି ସ୍କ୍ୱାଡ: ଅଭିମନ୍ୟୁ ଈଶ୍ୱରନ(ଅଧିନାୟକ), ସର୍ଫରାଜ ଖାନ, ମୁଶୀର ଖାନ, ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, ନବଦୀପ ସୈନି, ମୁକେଶ କୁମାର, ରାହୁଲ ଚହର, ଆର ସାଇ କିଶୋର, ମୋହିତ ଅବସ୍ତୀ, ଏନ ଜଗଦୀଶନ(ୱିକେଟ କିପର), ସୁୟାଶ ପ୍ରଭୁଦେଶାଇ, ରିଙ୍କୁ ସିଂହ ଓ ହିମାଂଶୁ ମନ୍ତ୍ରୀ।

ଇଣ୍ଡିଆ ଡିରୁ ଅକ୍ଷର ପଟେଲ ଜାତୀୟ ଟିମକୁ ଯିବାରୁ ତାଙ୍କ ବଦଳରେ ନିଶାନ୍ତ ସାନ୍ଧୁ(ହରିୟାଣା)ଙ୍କୁ ସୁଯୋଗ ମିଳିଛି। ସେହିପରି ଦ୍ରୁତ ବୋଲର ତୁଷାର ଦେଶପାଣ୍ଡେ ଆହତ ହେବାରୁ ସ୍କ୍ୱାଡରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ଇଣ୍ଡିଆ ଏ’ର ବିଦୱାତ କାଭେରାପ୍ପା ଡି ସ୍କ୍ୱାଡକୁ ଅଣାଯାଇଛି।

ସଂଶୋଧିତ ଇଣ୍ଡିଆ ଡି’ ସ୍କ୍ୱାଡ:ଶ୍ରେୟସ ଆୟର, ଅଥର୍ବ ତାଇଦେ, ୟାଶ ଦୁବେଶ, ଦେବଦତ୍ତ ପାଡିକ୍କଲ, ରିକି ଭୁଇ, ସାଂରାସ ଜୈନ, ଅର୍ଶଦୀପ ସିଂହ, ଆଦିତ୍ୟ ଠାକରେ, ହର୍ଷିତ ରାଣା, ଆକାଶ ସେନଗୁପ୍ତା, କେଏସ ଭରତ, ସୌରଭ କୁମାର, ସଞ୍ଜୁ ସାମସନ, ନିଶାନ୍ତ ଦୁବେ ଓ ବିଦୱାତ କାଭେରାପ୍ପା।

ଦଲିପ ଟ୍ରଫି ପାଇଁ ଇଣ୍ଡିଆ ସି ସ୍କ୍ୱାଡରେ କୌଣସି ପ୍ରକାରର ପରିବର୍ତ୍ତନ ହୋଇନାହିଁ।

Indian Cricket Team Cricket Rinku Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe