Advertisment

ମାଲାମାଲ ହେବ ବିସିସିଆଇ! ୫ ବର୍ଷରେ ଆଇପିଏଲରୁ ମିଳିବ ୩୬ହଜାର କୋଟି

ନୂଆଦିଲ୍ଲୀ: ମାଲାମାଲ ହେବ ବିସିସିଆଇ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଗାମୀ ପାଞ୍ଚ ବର୍ଷ (୨୦୨୨ରୁ ୨୦୨୭) ଭିତରେ ଆଇପିଏଲ୍ ପ୍ରସାରଣରୁ ୫ ବିଲିୟନ୍ ଡଲାର ଟଙ୍କା ଆୟ କରିପାରେ। ଏହାବ୍ୟତୀତ ଆଇପିଏଲରେ ଦୁଇ ନୂଆ ଟିମର ଆଗମନ ଦ୍ୱାରା ନିଲାମ ପ୍ରକ୍ରିୟାରେ କିଛି ବଡ଼ ନାଁ ଦୌଡ଼ରେ ସାମିଲ ହୋଇଛନ୍ତି। ଆଇପିଏଲର ପ୍ରସାରଣ ଅଧିକାର ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ଷ୍ଟାର୍ ଇଣ୍ଡିଆ ପାଖରେ ରହିଛି। ସେହି ସମୟରେ ଏହାର ଭାଲ୍ୟୁଏସନ୍ ୨.୫ ବିଲିୟନ୍ ଡଲାର […]

ମାଲାମାଲ ହେବ ବିସିସିଆଇ! ୫ ବର୍ଷରେ ଆଇପିଏଲରୁ ମିଳିବ ୩୬ହଜାର କୋଟି

bcci

Advertisment

ନୂଆଦିଲ୍ଲୀ: ମାଲାମାଲ ହେବ ବିସିସିଆଇ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଗାମୀ ପାଞ୍ଚ ବର୍ଷ (୨୦୨୨ରୁ ୨୦୨୭) ଭିତରେ ଆଇପିଏଲ୍ ପ୍ରସାରଣରୁ ୫ ବିଲିୟନ୍ ଡଲାର ଟଙ୍କା ଆୟ କରିପାରେ। ଏହାବ୍ୟତୀତ ଆଇପିଏଲରେ ଦୁଇ ନୂଆ ଟିମର ଆଗମନ ଦ୍ୱାରା ନିଲାମ ପ୍ରକ୍ରିୟାରେ କିଛି ବଡ଼ ନାଁ ଦୌଡ଼ରେ ସାମିଲ ହୋଇଛନ୍ତି।

Advertisment

ଆଇପିଏଲର ପ୍ରସାରଣ ଅଧିକାର ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ଷ୍ଟାର୍ ଇଣ୍ଡିଆ ପାଖରେ ରହିଛି। ସେହି ସମୟରେ ଏହାର ଭାଲ୍ୟୁଏସନ୍ ୨.୫ ବିଲିୟନ୍ ଡଲାର ଥିଲା, କିନ୍ତୁ ପରବର୍ତ୍ତୀ ପାଞ୍ଚବର୍ଷରେ ଏହି ଆୟ ଦୁଇଗୁଣା (ପାଖାପାଖି ୩୬ହଜାର କୋଟି) ହେବାର ସମ୍ଭାବନା ରହିଛି।

ବୋର୍ଡର ଜଣେ ସିନିୟର ଅଧିକାରୀ କହିଛନ୍ତି, ଆମେରିକାର ଏକ କମ୍ପାନୀ କିଛି ସମୟ ତଳେ ଆଇପିଏଲ୍ ମିଡିଆ ରାଇଟ୍ସ ପାଇଁ ନିଲାମ ଡାକିବାରେ ଆଗ୍ରହ ଦେଖାଇଥିଲେ। ୨୦୨୨ରୁ ଆଇପିଏଲରେ ୧୦ ଟିମ୍ ରହିବେ ଏବଂ ମୋଟ ୭୪ ମ୍ୟାଚ୍ ଖେଳାଯିବ। ଯାହାର ଅର୍ଥ ଭାଲ୍ୟୁଏସନ୍ ମଧ୍ୟ ବଢ଼ିବ। ଅଧିକାର ଜଣକ କହିଛନ୍ତି, ଦୁଇ ନୂଆ ଟିମ୍ ଆସିବା ଦ୍ୱାରା ୭ହଜାରରୁ ୧୦ହଜାର କୋଟି ଟଙ୍କା ଆସିବ ଏବଂ ପ୍ରସାରଣ ଅଧିକାର ମଧ୍ୟ ବଢ଼ିବ। ଆଗାମୀ ଚକ୍ରରେ ଆଇପିଏଲର ପ୍ରସାରଣ ଅଧିକାର ୪ରୁ ୫ ଗୁଣା ବିଲିୟନ୍ ଡଲାର ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି।

Advertisment

କୌଣସି ବିଦେଶୀ କମ୍ପାନୀର ଯଦି ଭାରତୀୟ ବ୍ରାଞ୍ଚ ଥିବ, ତାହେଲେ ସେହି କମ୍ପାନୀକୁ ହିଁ ଆଇପିଏଲର ମିଡିଆ ପ୍ରସାରଣ ଅଧିକାର ମିଳିବ। ଗତଥର ସୋନିକୁ ହରାଇ ଷ୍ଟାର୍ ଇଣ୍ଡିଆ ଟିଭି ଓ ଡିଜିଟାଲ ମିଡିଆ ଅଧିକାର କିଣିଥିଲା। ସାଧାରଣତଃ ବିସିସିଆଇ ଟିଭି, ଡିଜିଟାଲୋ (ଷ୍ଟ୍ରିମିଙ୍ଗ), ରେଡିଓ ଓ ସୋଶାଲ ମିଡିଆକୁ ବର୍ଗୀକରଣ କରିଥାଏ, କିନ୍ତୁ ଶେଷଥର ଜଣଙ୍କୁ ସବୁ ଅଧିକାର ପ୍ରଦାନ କରିଥିଲା।

ବିସିସିଆଇ ଅକ୍ଟୋବର ୨୫ ତାରିଖରେ ଦୁବାଇରେ ଟେଣ୍ଡର ଆମନ୍ତ୍ରଣ କରିବାକୁ ଘୋଷଣା କରିବ। ଏହିଦିନ ନୂଆ ଆଇପିଏଲ୍ ଟିମର ଘୋଷଣା କରାଯିବ। ମାଞ୍ଚେଷ୍ଟର ୟୁନାଇଟେଡର ମାଲିକ ଗ୍ଲେଜର ଫ୍ୟାମିଲୀ ମଧ୍ୟ ଆଇପିଏଲ୍ ଟିମ୍ ନିଲାମ ଡକ୍ୟୁମେଣ୍ଟ ନେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe