Advertisment

ୱେଷ୍ଟଇଣ୍ଡିଜ ଟି-୨୦ ସିରିଜରେ ପାଣ୍ଡ୍ୟା କ୍ୟାପ୍ଟେନ, ତିଲକ ବର୍ମା ନୂଆ ମୁହଁ

ହାର୍ଦ୍ଦିକ ପାଣ୍ଡ୍ୟା ଏହି ସିରିଜ୍‌ରେ ଭାରତୀୟ ଦଳର କମାଣ ସମ୍ଭାଳିବେ। ସୂର୍ଯ୍ୟ କୁମାର ଯାଦବ ତାଙ୍କ ଡେପୁଟି ଭାବେ କାମ କରିବେ। ଦଳରେ ନୂଆ ମୁହଁ ଭାବେ ତିଲକ ବର୍ମା ଓ ଯଶସ୍ୱୀ ଜୈସୱାଲ ସୁଯୋଗ ପାଇଛନ୍ତି।

ଅଦ୍ୟତନ ହୋଇଛି
tilak varma

tilak varma

Advertisment

ୱେଷ୍ଟଇଣ୍ଡିଜ ବିପକ୍ଷ ୫ ଟିକିଆ ଟି-୨୦ ସିରିଜ ପାଇଁ ଆଜି ବିସିସିଆଇ ଭାରତୀୟ ସ୍କ୍ୱାଡ ଘୋଷଣା କରିଛି। ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜାଙ୍କ ଭଳି ବରିଷ୍ଠ ଖେଳାଳିଙ୍କୁ ଏହି ଟି-୨୦ ସିରଜରେ ସାମିଲ କରାଯାଇ ନାହିଁ। ବରିଷ୍ଠ ଖେଳାଳିଙ୍କୁ ବାଦ ଦେଇ ବିସିସିଆଇର ଚୟନ କମିଟି କିଛି ଯୁବକ ତାରକାଙ୍କୁ ସୁଯୋଗ ଦେଇଛି।

Advertisment

ହାର୍ଦ୍ଦିକ ପାଣ୍ଡ୍ୟା ଏହି ସିରିଜ୍‌ରେ ଭାରତୀୟ ଦଳର କମାଣ ସମ୍ଭାଳିବେ। ସୂର୍ଯ୍ୟ କୁମାର ଯାଦବ ତାଙ୍କ ଡେପୁଟି ଭାବେ କାମ କରିବେ। ଦଳରେ ନୂଆ ମୁହଁ ଭାବେ ତିଲକ ବର୍ମା ଓ ଯଶସ୍ୱୀ ଜୈସୱାଲ ସୁଯୋଗ ପାଇଛନ୍ତି।

ତିଲକ ବର୍ମା ଆଇପିଏଲ ୨୦୨୩ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବା ସହ ନିଜର ଯାଦୁ ଦେଖାଇଥିଲେ। ସେହିପରି ଜୈସୱାଲ ରାଜସ୍ଥାନ ରୟାଲ୍ସ ପାଇଁ ଖେଳି ନିଜର ଦକ୍ଷତା ଦେଖାଇଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସ୍କ୍ୱାଡରେ ମଧ୍ୟ ପୂର୍ବରୁ ଜୈସୱାଲଙ୍କୁ ସୁଯୋଗ ମିଳିଥିଲା। ଏବେ ଟି-୨୦ରେ ମଧ୍ୟ ତାଙ୍କୁ ସ୍କ୍ୱାଡରେ ରଖାଯାଇଛି।

Advertisment

ଭାରତର ଦ୍ରୁତ ବୋଲିଂର କମାଣ ମଧ୍ୟ ଉମ୍ରାନ ମଲିକ, ଆଭେଶ ଖାନ, ମୁକେଶ କୁମାର ଓ ଅର୍ଶଦୀପ ସିଂହଙ୍କ ଭଳି ଯୁବକ ବୋଲରଙ୍କ ଉପରେ ରହିବ। ସ୍ପିନ ବାହିନୀରେ ରବୀନ୍ଦ୍ର ଜାଡେଜା ନାହାନ୍ତି। ଦଳର ସ୍ପିନ ବାହିନୀ ୟୁଜବେନ୍ଦର ଚହଲ, ରବି ବିଷ୍ଣୋଇ ଓ କୁଲଦୀପ ଯାଦବ ରହିଛନ୍ତି। ଅଲରାଉଣ୍ଡର ଭାବେ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିଛି।

ଚୟନ କମିଟି ସ୍କ୍ୱାଡରେ ଦୁଇ ଜଣ ୱିକେଟ କିପର ସଞ୍ଜୁ ସାମସନ ଓ ଈଶାନ କିଶନଙ୍କୁ ସାମିଲ କରିଛି। ଏମାନଙ୍କ ବ୍ୟତୀତ ଶୁବମନ ଗିଲ୍‌ ମଧ୍ୟ ଦଳରେ ରହିଛନ୍ତି।

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜ ଅଗଷ୍ଟ ୩ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ଯାଏ ଚାଲିବ। ବ୍ରାଏନ ଲାରା ଷ୍ଟାଡିୟମରେ ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ଗୁଏନାରେ ଥିବା ପ୍ରୋଭିଡେନ୍ସ ଷ୍ଟାଡିୟମରେ ଦ୍ୱିତୀୟ ଓ ତୃତୀୟ ଟି-୨୦ ଖେଳାଯିବ। ଏହାପରେ ଶେଷ ଦୁଇଟି ମ୍ୟାଚ୍‌ ଆମେରିକାରେ ଅନୁଷ୍ଠିତ ହେବ।

ଭାରତର ଟି-୨୦ ସ୍କ୍ୱାଡ: ଈଶାନ କିଶନ, ଶୁବମନ ଗିଲ, ଯଶସ୍ୱୀ ଜୈସୱାଲ, ତିଲକ ବର୍ମା, ସୂର୍ଯ୍ୟ କୁମାର ଯାଦବ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୟୁଜି ଚହଲ, କୁଲଦୀପ ଯାଦବ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ଉମ୍ରାନ ମଲିକ, ଆଭେଶ ଖାନ ଓ ମୁକେଶ କୁମାର।

Bcci Indian Cricket Team Cricket Team India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe