Advertisment

ଟି-୨୦ ବିଶ୍ୱକପ୍ ପରେ ବଡ଼ ଘୋଷଣା କରିବ ବିସିସିଆଇ

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱକପ୍ ପରେ ବିରାଟ୍ କୋହଲି ଟି-୨୦ କ୍ୟାପଟେନ୍ ପଦ ଛାଡ଼ି ଦେବେ। ତେବେ ଭାରତର ପରବର୍ତ୍ତୀ କ୍ୟାପଟେନ୍ କିଏ ହେବେ, ସେ ନେଇ ବିସିସିଆଇ ଏଯାଏ ଘୋଷଣା କରିନାହିଁ। କିନ୍ତୁ ମିଡିଆ ରିପୋର୍ଟ ମୁତାବକ, ଜାତୀୟ ସୀମିତ ଓଭର କ୍ରିକେଟ୍ ଦଳର ବର୍ତ୍ତମାନ ଭାଇସ୍ କ୍ୟାପଟେନ୍ ଥିବା ରୋହିତ ଶର୍ମାଙ୍କୁ ଟି-୨୦ ବିଶ୍ୱକପ୍ ପରେ ପରବର୍ତ୍ତୀ ଟି-୨୦ କ୍ୟାପଟେନ୍ କରାଯିବ। ଗତ ମାସରେ କୋହଲି ଘୋଷଣା କରିଥିଲେ ଯେ ଆଗାମୀ ଟି-୨୦ ବିଶ୍ୱକପ୍ […]

ଟି-୨୦ ବିଶ୍ୱକପ୍ ପରେ ବଡ଼ ଘୋଷଣା କରିବ ବିସିସିଆଇ

rohit-sharma

Advertisment

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱକପ୍ ପରେ ବିରାଟ୍ କୋହଲି ଟି-୨୦ କ୍ୟାପଟେନ୍ ପଦ ଛାଡ଼ି ଦେବେ। ତେବେ ଭାରତର ପରବର୍ତ୍ତୀ କ୍ୟାପଟେନ୍ କିଏ ହେବେ, ସେ ନେଇ ବିସିସିଆଇ ଏଯାଏ ଘୋଷଣା କରିନାହିଁ। କିନ୍ତୁ ମିଡିଆ ରିପୋର୍ଟ ମୁତାବକ, ଜାତୀୟ ସୀମିତ ଓଭର କ୍ରିକେଟ୍ ଦଳର ବର୍ତ୍ତମାନ ଭାଇସ୍ କ୍ୟାପଟେନ୍ ଥିବା ରୋହିତ ଶର୍ମାଙ୍କୁ ଟି-୨୦ ବିଶ୍ୱକପ୍ ପରେ ପରବର୍ତ୍ତୀ ଟି-୨୦ କ୍ୟାପଟେନ୍ କରାଯିବ। ଗତ ମାସରେ କୋହଲି ଘୋଷଣା କରିଥିଲେ ଯେ ଆଗାମୀ ଟି-୨୦ ବିଶ୍ୱକପ୍ ପରେ ସେ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟର କ୍ୟାପଟେନ୍ ପଦରୁ ହଟିଯିବ। ଏହା ପରେ ରୋହିତ୍ ଶର୍ମା ଟିମର ପରବର୍ତ୍ତୀ କ୍ୟାପଟେନ୍ ହେବେ ବୋଲି ଲଗାତର ଚର୍ଚ୍ଚା ହେଉଛି।

Advertisment

ଇନସାଇଡ୍ ସ୍ପୋର୍ଟ୍ସର ରିପୋର୍ଟ ମୁତାବକ ବିସିସିଆଇ ସୂତ୍ର ସ୍ପଷ୍ଟ କରିଛି ଯେ ରୋହିତ୍ ଶର୍ମା ଭାରତର ପରବର୍ତ୍ତୀ ଟି-୨୦ କ୍ୟାପଟେନ୍ ହେବେ। ବିସିସିଆଇ ସୂତ୍ର କହିଛି, କିଏ ଏହି ପଦବୀ ସମ୍ଭାଳିବେ, ତାକୁ ନେଇ ବେଶୀ ରହସ୍ୟ କରାଯିବା ଉଚିତ୍ ନୁହେଁ। ରୋହିତ ହିଁ ବିରାଟ କୋହଲିଙ୍କ ସ୍ଥାନ ନେବେ।

ବିରାଟ୍ କହିଥିଲେ ଯେ ସେ ଅତ୍ୟଧିକ କାର୍ଯ୍ୟଭାର ଯୋଗୁ ଟି-୨୦ ବିଶ୍ୱକପ୍ ପରେ ଭାରତର ଟି-୨୦ ଅନ୍ତର୍ଜାତୀୟ କ୍ୟାପଟେନ୍ ପଦ ଛାଡ଼ି ଦେବେ। ଏହାସହ ଭାରତ ପ୍ରଥମଥର ଅଲଗା ଅଲଗା ଫର୍ମାଟରେ କ୍ୟାପଟେନ୍ ନିଯୁକ୍ତ କରିବ। କାରଣ ୨୦୧୪ରେ ମହେନ୍ଦ୍ର ସିଂ ଧୋନି ଟେଷ୍ଟ ଟିମର କ୍ୟାପଟେନ୍ ପଦ ଛାଡ଼ି ଦେଇଥିଲେ ଏବଂ କୋହଲିଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଏହା ପରେ ୨୦୧୭ରେ କୋହଲି ଟି-୨୦ ଅନ୍ତର୍ଜାତୀୟ କ୍ୟାପଟେନ୍ ପଦ ସମ୍ଭାଳିଥିଲେ। ସେବେଠାରୁ କୋହଲି ୪୫ ଟି-୨୦ ମ୍ୟାଚରେ ଭାରତର ନେତୃତ୍ୱ ନେଇଛନ୍ତି। ତାଙ୍କ ନେତୃତ୍ୱୀ ଭାରତ ୬୫.୧୧ ପ୍ରତିଶତ ବିଜୟ ସହ ୨୭ ମ୍ୟାଚ୍ ଜିତିଛନ୍ତି।

Advertisment

ଯଦି ରୋହିତ ଭାରତର ପରବର୍ତ୍ତୀ ଟି-୨୦ କ୍ୟାପଟେନ୍ ହେବେ, ତାହେଲେ ସେ ଭାରତର ତୃତୀୟ ପୂର୍ଣ୍ଣକାଳୀନ କ୍ୟାପଟେନ ହେବେ। ସୁରେଶ ରାଇନା ଓ ବୀରେନ୍ଦ୍ର ସେହ୍ୱାଗ ମଧ୍ୟ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଭାରତର ନେତୃତ୍ୱ ନେଇଥିଲେ। ରୋହିତ୍ ଶର୍ମା ୫୯.୬୮ ପ୍ରତିଶତ ବିଜୟ ସହ ୫ ଟାଇଟଲ୍ ଜିତି ଆଇପିଏଲର ସବୁଠାରୁ ସଫଳ କ୍ୟାପଟେନ୍ ହୋଇଛନ୍ତି। ସେ ଭାରତ ପକ୍ଷରୁ ୧୯ ଟି-୨୦ ମ୍ୟାଚରେ ନେତୃତ୍ୱ ନେଇଛନ୍ତି। ଏଥିରେ ୭୮.୯୪ ବିଜୟ ପ୍ରତିଶତ ସହ ସେ ୧୫ଥର ବିଜୟୀ ହୋଇଛନ୍ତି। ସେ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷ ଦ୍ୱିପାକ୍ଷିକ ସିରିଜରେ ଭାରତର ନେତୃତ୍ୱ ନେଇଥିଲେ ଏବଂସ ତିନୋଟି ମ୍ୟାଚରେ ବିଜୟୀ ହୋଇଥିଲେ। ହେଲେ କ୍ୟାପଟେନ୍ ଭାବେ ତାଙ୍କର ବଡ଼ ଟେଷ୍ଟ ୨୦୧୮ରେ ନିଦାହାସ ଟ୍ରଫିରେ ହୋଇଥିଲେ।

ଏହାବ୍ୟତୀତ ରୋହିତ୍ ନା କେବଳ କ୍ୟାପଟେନ୍ ଭାବେ ସଫଳ ହୋଇଛନ୍ତି ବରଂ ନେତୃତ୍ୱ କାଳରେ ଜଣେ ବ୍ୟାଟ୍ସମ୍ୟାନ ଭାବେ ବଡ଼ ସ୍କୋର ମଧ୍ୟ କରିଛନ୍ତି। ସେ ୧୯ ମ୍ୟାଚରେ ୪୧.୮୮ ହାରରେ ୭୧୨ ରନ୍ କରିଛନ୍ତି, ଯେଉଁଥିରେ ୨ଟି ଶଥକ ଓ ୫ଟି ଅର୍ଦ୍ଧଶତକ ସାମିଲ୍ ଅଛି। ରୋହିତଙ୍କ ନିଯୁକ୍ତି ପରେ ବିସିସିଆଇ ରାହୁଲ ଡ୍ରାଭିଡଙ୍କୁ ଭାରତର ପରବର୍ତ୍ତୀ କୋଚ୍ ଭାବେ ନିଯୁକ୍ତି ଦେବ। ହେଲେ ତାଙ୍କୁ ସିଏସି ପାଇଁ ପ୍ରେଜେଣ୍ଟେସନ୍ ଦେବା ସହ ପୂରା ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିବ। ବିସିସିଆଇ ମୁଖ୍ୟ କୋଚ୍, ବ୍ୟାଟିଂ କୋଚ୍, ବୋଲିଂ କୋଚ୍ ଏବଂ ଫିଲ୍ଡିଂ କୋଚ୍ ପାଇଁ ବିଜ୍ଞପ୍ତି ଜାରି କରିଛି। ଯେଉଁଥିରେ ମୁଖ୍ୟ କୋଚ୍ ପାଇଁ ଆବେଦନ ଦାଖଲ କରିବାର ଶେଷ ତାରିଖ ଅକ୍ଟୋବର ୨୬ ଧାର୍ଯ୍ୟ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe