ଡ୍ରାଭିଡ୍ ହେବେ କୋଚ୍! ବିସିସିଆଇ ଆରମ୍ଭ କଲା ପ୍ରକ୍ରିୟା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ନୂଆ କୋଚ୍ ସନ୍ଧାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ରବିବାର ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ସମେତ ୫ ପଦବୀ ପାଇଁ ଆବେଦନ କରିଛି। ଗତ କିଛି ଦିନ ଧରି ନୂଆ କୋଚଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି, ଯେଉଁଥିରେ ପୂର୍ବତନ କ୍ରିକେଟର୍ ରାହୁଲ୍ ଡ୍ରାଭିଡଙ୍କ ନାଁ ସବୁଠାରୁ ଆଗରେ ରହିଛି। କୁହାଯାଉଛି ଯେ ବର୍ତ୍ତମାନ ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ର ମୁଖ୍ୟ ଥିବା […]

dravid-and-ganguly

dravid-and-ganguly

Ranjit Kumar Jena
  • Published: Sunday, 17 October 2021
  • Updated: 17 October 2021, 05:34 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ନୂଆ କୋଚ୍ ସନ୍ଧାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ରବିବାର ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ସମେତ ୫ ପଦବୀ ପାଇଁ ଆବେଦନ କରିଛି। ଗତ କିଛି ଦିନ ଧରି ନୂଆ କୋଚଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି, ଯେଉଁଥିରେ ପୂର୍ବତନ କ୍ରିକେଟର୍ ରାହୁଲ୍ ଡ୍ରାଭିଡଙ୍କ ନାଁ ସବୁଠାରୁ ଆଗରେ ରହିଛି। କୁହାଯାଉଛି ଯେ ବର୍ତ୍ତମାନ ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ର ମୁଖ୍ୟ ଥିବା ଡ୍ରାଭିଡଙ୍କୁ ଟିମ୍ ଇଣ୍ଡିଆର ହେଡ୍ କୋଚ୍ କରିବାର ଆନୁଷ୍ଠାନିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ଆଇପିଏଲ୍- ୨୦୨୧ ଫାଇନାଲ ବେଳେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ସମ୍ପାଦକ ଜୟ ଶାହ ଓ ରାହୁଲ୍ ଡ୍ରାଭିଡଙ୍କ ମଧ୍ୟରେ ବୈଠକ ହୋଇଥିଲା, ଯେଉଁଥିରେ ଦି ୱାଲ ନାମରେ ପରିଚିତ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଭାରତର କୋଚ୍ ହେବା ପାଇଁ ରାଜି ହୋଇଥିଲେ। ତେବେ କେବଳ ଡ୍ରାଭିଡ୍ ନୁହନ୍ତି, ଯିଏ ବି ମୁଖ୍ୟ କୋଚ୍ ହେବା ପାଇଁ ଆଗ୍ରହ ଥିବେ, ସେମାନେ ଏଥିପାଇଁ ଆବେଦନ କରିପାରିବେ। ବିସିସିଆଇ ହେଡ୍ କୋଚ୍ ବ୍ୟତୀତ ବ୍ୟାଟିଂ କୋଚ୍, ବୋଲିଂ କୋଚ୍ ଓ ଜାତୀୟ କ୍ରିକେଟ୍ ଏକାଡେମୀ ପାଇଁ ହେଡ୍ ସ୍ପୋର୍ଟ୍ସ ସାଇନ୍ସ କିମ୍ବା ମେଡିସିନ୍ ପାଇଁ ଆବେଦନ ମାଗିଛି। ମୁଖ୍ୟ କୋଚ୍ ଆବେଦନ ପାଇଁ ଶେଷ ତାରିଖ ଅକ୍ଟୋବର ୨୬ ତାରିଖ ସନ୍ଧ୍ୟା ୫ଟା ଯାଏ ଧାର୍ଯ୍ୟ ରଖାଯାଇଛି। ସେହିପରି ବାକି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୩ ତାରିଖ ରଖାଯାଇଛି।

https://twitter.com/BCCI/status/1449667429890592768?s=20

ମୁଖ୍ୟ କୋଚ୍ ଆବେଦନ ପାଇଁ ଜଣେ ଖେଳାଳିଙ୍କ ପାଖରେ ଅତିକମରେ ୩୦ ଟେଷ୍ଟ ଓ ୫୦ ଦିନିକିଆ ଖେଳିବାର ଅଭିଜ୍ଞତା ଥିବା ଜରୁରୀ। ଏହାସହ ସେ କୌଣସି ଜାତୀୟ ଟିମକୁ ଅତି କମରେ ୨ ବର୍ଷ କୋଚିଂ ଦେଇଥିବେ। କୌଣସି ଆଇପିଏଲ୍ ଟିମ୍, ପ୍ରଥମଶ୍ରେଣୀ ଟିମ୍, ନ୍ୟାଶନାଲ୍-ଏ ଟିମର ମଧ୍ୟ ତିନି ବର୍ଷ କୋଚ୍ ରହିଥିବେ। ବିସିସିଆଇ ଲେଭଲ୍-୩ର ମଧ୍ୟ ସାର୍ଟିଫିକେଟ୍ ରହିଥିବା ଜରୁରୀ। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ତାଙ୍କର ବୟସ ୬୦ରୁ କମ୍ ହୋଇଥିବା ଦରକାର।

ଟି-୨୦ ବିଶ୍ୱକପ୍ ପରେ ରବି ଶାସ୍ତ୍ରୀଙ୍କ ଯୁଗ ଶେଷ ହୋଇଯିବ ଏବଂ ଡ୍ରାଭିଡ୍ ତାଙ୍କୁ ରିପ୍ଲେସ୍ କରିବେ। ଡ୍ରାଭିଡ୍ ୨୦୨୩ ଯାଏ ଟିମର କୋଚ୍ ରହିବେ। ଅନ୍ୟପକ୍ଷରେ ପାରସ ମହାମ୍ବ୍ରେଙ୍କୁ ବୋଲିଂ କୋଚ୍ କରାଯାଇଛି। ବୋଲିଯ ଭାବେ ଭାବେ ଡ୍ରାଭିଡଙ୍କ ଭରସାଯୋଗ୍ୟ କୁହାଯାଉଥିବା ମହାମ୍ବ୍ରେଙ୍କୁ ବୋଲିଂ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ସେ ଭରତ ଅରୁଣଙ୍କ ସ୍ଥାନ ନେବେ।

ସେହିପରି ଫିଲ୍ଡିଂ କୋଚ୍ ଆର ଶ୍ରୀଧରଙ୍କ ସ୍ଥାନ କିଏ ନେବ, ତାହା ନିଷ୍ପତ୍ତି ନିଆଯାଇନାହିଁ। ବିକ୍ରମ ରାଠୋର ଟିମର ବ୍ୟାଟିଂ କୋଚ୍ ଭାବେ ସ୍ଥାନ ବଜାୟ ରଖିବେ। ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ, ବୋଲିଂ କୋଚ୍ ଭରତ ଅରୁଣ ଓ ଫିଲ୍ଡିଂ କୋଚ୍ ଆର୍ ଶ୍ରୀଧରଙ୍କ କାର୍ଯ୍ୟକାଳ ଟି-୨୦ ବିଶ୍ୱକପ୍ ପରେ ଶେଷ ହୋଇଯିବ। ଭାରତୀୟ ଟିମର ଟ୍ରେନର୍ ନିକ୍ ୱେବ୍ ମଧ୍ୟ ଟି-୨୦ ବିଶ୍ୱକପ୍ ଭାବେ କାର୍ଯ୍ୟମୁକ୍ତ ହେବେ।

ସୂଚନାଯୋଗ୍ୟ, ରାହୁଲ୍ ଡ୍ରାଭିଡ୍ ଭାରତ ପକ୍ଷରୁ ୧୬୪ ଟେଷ୍ଟ ଖେଳି ୩୬ ଶତକ ଓ ୬୩ ଅର୍ଦ୍ଧଶତକ ସହାୟତାରେ ୧୩୨୮୮ ରନ୍ କରିଛନ୍ତି। ଟେଷ୍ଟ କ୍ରିକେଟରେ ତାଙ୍କର ସର୍ବୋଚ୍ଚ ସ୍କୋର ୨୭୦ ରନ୍ ରହିଛି। ସେ ୩୪୪ ଦିନିକିଆ ଖେଳି ୧୨ ଶତକ ଓ ୮୩ ଅର୍ଦ୍ଧଶତକ ସହ ୧୦୮୮୯ ରନ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story