Advertisment

ଆଖି ଲାଖି ଗଲା ଭଳି ଆୟ କଲା ବିସିସିଆଇ, ସବୁଠାରୁ ଅଧିକ ଟଙ୍କା ଦେଲା ଆଇପିଏଲ୍‌

ବିସିସିଆଇ ୫,୭୬୧ କୋଟି ଟଙ୍କା ଆଇପିଏଲରୁ ପାଇଥିବା ବେଳେ ଅଣ ଆଇପିଏଲ ମିଡିଆ ଅଧିକାରରୁ ଅତିରିକ୍ତ ଭାବେ ଆଉ ୩୬୧ କୋଟି ଟଙ୍କା ଆୟ କରିଛି।

BCCI

BCCI

Advertisment

ଆର୍ଥିକ ବର୍ଷ ୨୦୨୩-୨୪ରେ ବିଶ୍ୱର ସବୁଠାରୀ ଧନୀ କ୍ରିକେଟ ବୋର୍ଡ ବିସିସିଆଇ କେତେ ଟଙ୍କାର ରାଜସ୍ୱ ପାଇଛି, ତା’ର ତଥ୍ୟ ସାମ୍ନାକୁ ଆସିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ବିସିସିଆଇ ରେକର୍ଡ ୯,୭୪୧.୭ କୋଟି ଟଙ୍କା ଆୟ କରିଛି। ଏହି ଆୟରେ ସବୁଠାରୁ ବଡ଼ ଯୋଗଦାନ ଆଇପିଏଲର ରହିଛି।

Advertisment

ମୋଟ ଆୟର ୫୯% ଆଇପିଏଲରୁ ଆସିଛି। ବିସିସିଆଇ ୫,୭୬୧ କୋଟି ଟଙ୍କା ଆଇପିଏଲରୁ ପାଇଥିବା ବେଳେ ଅଣ ଆଇପିଏଲ ମିଡିଆ ଅଧିକାରରୁ ଅତିରିକ୍ତ ଭାବେ ଆଉ ୩୬୧ କୋଟି ଟଙ୍କା ଆୟ କରିଛି। ବିସିସିଆଇର ଏପରି ଆଖି ଲାଖି ଗଲା ଭଳି ଆୟ ସମ୍ପର୍କରେ Rediffusion ରିପୋର୍ଟ ପ୍ରକାଶ କରିଛି।

୨୦୦୭ରୁ ଆଇପିଏଲ ଆରମ୍ଭ ହେବା ଦିନ ଠାରୁ ବିସିସିଆଇ ଆୟର ଏହା ପ୍ରମୁଖ ମାଧ୍ୟମ ସାଜିଛି। ବର୍ଷ ପରେ ବର୍ଷ ବିତି ଚାଲିଥିବା ବେଳେ ଆଇପିଏଲ ଯୋଗୁ ବିସିସିଆଇର ଆୟ ମଧ୍ୟ ବଢ଼ୁଛି। ଆଇପିଏଲ ଯୋଗୁ ଭଲ ଭଲ ଖେଳାଳି ସାମ୍ନାକୁ ଆସୁଥିବା ବେଳେ ରଣଜୀ ଟ୍ରଫି ସମେତ ବିଭିନ୍ନ ସ୍ତରରେ ନିଜର ଦକ୍ଷତା ଦେଖାଇଥିବା ଯୁବ ଖେଳାଳି ଅଧିକ ସୁଯୋଗ ପାଉଛନ୍ତି।

Advertisment

୨୦୦୭ରେ ଆରମ୍ଭ ହୋଇଥିବା ଆଇପିଏଲ ଏବେ ବିଶ୍ୱର ସବୁଠାରୁ ଲୋକପ୍ରିୟ ଓ ବ୍ୟୟବହୁଳ କ୍ରିକେଟ ଲିଗରେ ପରିଣତ ହୋଇଛି। ୧୦ଟିମ ବିଶିଷ୍ଟ ଆଇପିଏଲରେ ଦୁନିଆର ଶ୍ରେଷ୍ଠ କ୍ରିକେଟରମାନେ ଭାଗ ନେଉଛନ୍ତି। ଏଥିଯୋଗୁ ସମୟ ବିତିବା ସହ ମିଡିଆ ଅଧିକାର ଓ ପ୍ରାୟୋଜିକ ଡିଲର ମୂଲ୍ୟ କ୍ରମାଗତ ବଢ଼ି ଚାଲିଛି।

କୁହାଯାଉଛି ଯେ ଏବେ ବିସିସିଆଇ ପାଖରେ ଏବେ ୩୦ ହଜାର କୋଟି ଟଙ୍କାର ସଂରକ୍ଷଣ ପାଣ୍ଠି ରହିଛି। ଏହି ସଂରକ୍ଷିତ ପାଣ୍ଠି ଯୋଗୁ ବିସିସିଆଇକୁ ପ୍ରତିବର୍ଷ ଅତିରିକ୍ତ ଭାବେ ୧ ହଜାର କୋଟି ଟଙ୍କାର ସୁଧ ବି ମିଳୁଛି।

ବିସିସିଆଇ ଆଇପିଏଲରୁ ୫ ହଜାର କୋଟିରୁ ଅଧିକ ଆୟ କରିଥିବା ବେଳେ ଅଣ ଆଇପିଏଲ ମ୍ୟାଚ୍‌ରୁ ୩୬୧ କୋଟି ଟଙ୍କା ପାଇଛି। ଏହା ମଧ୍ୟ ଅନ୍ତର୍ଜାତୀୟ ମ୍ୟାଚ୍‌ର ମିଡିଆ ଅଧିକାର ଫି’ ବି ରହିଛି।

ବିଶେଷଜ୍ଞଙ୍କ କହିବା କଥା ଯେ ଯଦି ବିସିସିଆଇ ରଣଜୀ ଟ୍ରଫି, ଦୁଲୀପ ଟ୍ରଫି ଓ ଅନ୍ୟ ଘରୋଇ ଟୁର୍ଣ୍ଣାମେଣ୍ଟର ବ୍ୟବସାୟିକରଣ କରିବ, ତା’ହେଲେ ବୋର୍ଡର ଅଣ ଆଇପିଏଲ ଆୟରେ ଆଶାତୀତ ଅଭିବୃଦ୍ଧି ହେବ।

Bcci IPL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe