Advertisment

ଲାହୋରରେ ବଡ଼ କଥା କହିଲେ ବିସିସିଆଇ ସଭାପତି

ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ବଡ଼ କଥା କହିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Binny

Binny

ବିସିସିଆଇ ସଭାପତି ରୋଜର ବିନ୍ନି ଓ ଉପ ସଭାପତି ରାଜୀବ ଶୁକ୍ଳା ପାକସ୍ତାନ କ୍ରିକେଟ ବୋର୍ଡ(ପିସିବି) ପକ୍ଷରୁ ଆୟୋଜନ ଗାଲା ଡିନରରେ ଯୋଗ ଦେଇଛନ୍ତି। ପିସିବିର ନିମନ୍ତ୍ରଣକ୍ରମେ ଉଭୟ କଡ଼ା ସୁରକ୍ଷାବଳୟ ମଧ୍ୟରେ ପାକିସ୍ତାନର ଲାହୋର ଗସ୍ତ କରିଥିଲେ।

Advertisment

ଏହି ସମୟରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ବଡ଼ କଥା କହିଛନ୍ତି। ଯେତେବେଳେ ଭାରତ ସହିତ ପାକିସ୍ତାନ ମୁକାବିଲା ହୁଏ ସେତେବେଳେ ସବୁ କିଛି ବନ୍ଦ ହୋଇଯାଏ ବୋଲି ସେ ମତ ରଖିଛନ୍ତି। 

ସେ କହିଛନ୍ତି, “ବିସିସିଆଇ ପକ୍ଷରୁ ନିମନ୍ତ୍ରଣ ପାଇଁ ମୁଁ ପାକିସ୍ତାନ କ୍ରିକେଟ ବୋର୍ଡକୁ ଧନ୍ୟବାଦ ଜଣାଉଛି। ମୁଁ ବିସିସିଆଇ ଓ ଭାରତର କ୍ରିକେଟ ପ୍ରେମୀଙ୍କ ଶୁଭେଚ୍ଛା ନେଇ ଆସିଛି। ଭାରତ-ପାକିସ୍ତାନ ହେଉଛି ଖେଳାଯାଇଥିବା ବା ଯାଉଥିବା ସବୁଠାରୁ ବଡ଼ ମ୍ୟାଚ୍‌।

Advertisment

ତା’ର ଅନୁଭବ ମୁଁ ଶବ୍ଦରେ କହିପାରିବି ନାହିଁ। ଯେତେବେଳେ ଭାରତ ପ୍ରତିପକ୍ଷ ପାକିସ୍ତାନ ସହ ଖେଳେ ସେତେବେଳେ ସବୁକିଛି ସ୍ଥିର ବା ଗୋଟିଏ ସ୍ଥାନରେ ଅଟକି ଯାଏ। ଲୋକମାନେ କାମ କରନ୍ତି ନାହିଁ। ରାସ୍ତାଘାଟ ଶୂନଶାନ ହୋଇଯାଏ। ସମସ୍ତ ଟିଭି ଆଗରେ ବସି କ୍ରିକେଟ ଖେଳ ଦେଖନ୍ତି।”

ବିସିସିଆଇ ମୁଖ୍ୟ ନିକଟରେ ଶେଷ ହୋଇଥିବା ଭାରତ ଓ ପାକିସ୍ତାନ ମ୍ୟାଚ୍‌ ସମ୍ପର୍କରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ରୋଜର ବିନ୍ନି କହିଛନ୍ତି, “କ୍ୟାଣ୍ଡୀରେ ଗୋଟିଏ ଗୋଟିଏ ଭଲ ମ୍ୟାଚ୍‌ ଥିଲା। ଯଦି ବର୍ଷା ହୋଇ ନଥାଆନ୍ତା, ତା’ହେଲେ ମ୍ୟାଚ୍‌ ଆହୁରି ଚମତ୍କାର ହୋଇଥାଆନ୍ତା। ବର୍ଷା ଯୋଗୁ ଆମେ ମ୍ୟାଚ୍‌ର ରେଜଲ୍ଟ ଜାଣି ପାରିଲୁ ନାହିଁ। ଆମେ ସୀମା ପାର କରିବା ପରେ ଆମକୁ ମିଳିଥିବା ଆତିଥ୍ୟ ପାଇଁ ମୁଁ ପାକିସ୍ତାନ କ୍ରିକେଟ ବୋର୍ଡକୁ ଧନ୍ୟବାଦ ଜଣାଇବି। ଏହା ଏକ ଚମତ୍କାର ଅଭିଜ୍ଞତା।”

Bcci Asia Cup Cricket PCB Asia Cup 2023