କାହିଁକି ହଟିଲେ କୋହଲି? ଖୁଲାସା କଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନରେ ପରିବର୍ତ୍ତନ ହୋଇସାରିଛି। ଟି-୨୦ ପରେ ଦିନିକିଆରେ ମଧ୍ୟ ବିରାଟ୍ କୋହଲିଙ୍କ ସ୍ଥାନରେ ରୋହିତ୍ ଶର୍ମାଙ୍କୁ ଟିମ୍ ଇଣ୍ଡିଆର କ୍ୟାପଟେନ୍ ପଦ ଦିଆଯାଇଛି। ଟି-୨୦ କ୍ୟାପଟେନ୍ ପଦ ଛାଡ଼ିବା ପରେ କୋହଲିଙ୍କୁ ବିସିସିଆଇ ଦିନିକିଆ କ୍ୟାପଟେନରୁ ମଧ୍ୟ ହଟାଇଥିଲା। ଯାହା ପରେ ରୋହିତଙ୍କୁ ନୂଆ କ୍ୟାପଟେନ୍ ଭାବେ ନିଯୁକ୍ତ କରାଯାଇଛି। ତେବେ କୋହଲିଙ୍କୁ କ୍ୟାପଟେନ୍ ପଦରୁ କାହିଁକି ହଟାଗଲା, ସେ ନେଇ ବିସିସିଆଇ ପକ୍ଷରୁ ଜାରି ପ୍ରେସ ବିବୃତ୍ତିରେ କୌଣସି ସୂଚନା […]

ganguly-and-kohli

Ranjit Kumar Jena
  • Published: Thursday, 09 December 2021
  • , Updated: 09 December 2021, 10:05 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନରେ ପରିବର୍ତ୍ତନ ହୋଇସାରିଛି। ଟି-୨୦ ପରେ ଦିନିକିଆରେ ମଧ୍ୟ ବିରାଟ୍ କୋହଲିଙ୍କ ସ୍ଥାନରେ ରୋହିତ୍ ଶର୍ମାଙ୍କୁ ଟିମ୍ ଇଣ୍ଡିଆର କ୍ୟାପଟେନ୍ ପଦ ଦିଆଯାଇଛି। ଟି-୨୦ କ୍ୟାପଟେନ୍ ପଦ ଛାଡ଼ିବା ପରେ କୋହଲିଙ୍କୁ ବିସିସିଆଇ ଦିନିକିଆ କ୍ୟାପଟେନରୁ ମଧ୍ୟ ହଟାଇଥିଲା। ଯାହା ପରେ ରୋହିତଙ୍କୁ ନୂଆ କ୍ୟାପଟେନ୍ ଭାବେ ନିଯୁକ୍ତ କରାଯାଇଛି। ତେବେ କୋହଲିଙ୍କୁ କ୍ୟାପଟେନ୍ ପଦରୁ କାହିଁକି ହଟାଗଲା, ସେ ନେଇ ବିସିସିଆଇ ପକ୍ଷରୁ ଜାରି ପ୍ରେସ ବିବୃତ୍ତିରେ କୌଣସି ସୂଚନା ଦିଆଯାଇନଥିଲା। କିନ୍ତୁ ଏବେ ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏକ ସାକ୍ଷାତକାରରେ କୋହଲିଙ୍କୁ କ୍ୟାପଟେନ୍ ପଦରୁ ହଟାଇବାର କାରଣ କହିଛନ୍ତି।

ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ଗାଙ୍ଗୁଲି କହିଛନ୍ତି ଯେ ବୋର୍ଡ ଓ ଚୟନକର୍ତ୍ତା ମିଳିତ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି। ବୋର୍ଡ କୋହଲିଙ୍କୁ ଟି-୨୦ କ୍ୟାପଟେନ୍ ପଦ ନଛାଡ଼ିବାକୁ ଅନୁରୋଧ କରିଥିଲା, କିନ୍ତୁ ସେ ମାନିନଥିଲେ। ପରେ ଚୟନକର୍ତ୍ତା ଧଳା ବଲ୍ କ୍ରିକେଟ୍ ପାଇଁ ଦୁଇ ଅଲଗା ଅଲଗା କ୍ୟାପଟେନ୍ ରଖିବାକୁ ଉଚିତ୍ ମଣିନଥିଲା। ତେଣୁ ପରେ ନିଷ୍ପତ୍ତି ନିଆଗଲା ଯେ କୋହଲି ଟେଷ୍ଟ ଟିମର କ୍ୟାପଟେନ୍ ରହିବେ ଏବଂ ରୋହିତ୍ ଶର୍ମା ସୀମିତ ଓଭର ଫର୍ମାଟରେ କ୍ୟାପଟେନ୍ ହେବେ। ବିସିସିଆଇ ଅଧ୍ୟକ୍ଷ ଭାବେ ମୁଁ ମଧ୍ୟ କୋହଲିଙ୍କ ସହ କଥା ହୋଇଥିଲି। ଏପରିକି ଚୟନକର୍ତ୍ତା ମଧ୍ୟ କୋହଲିଙ୍କ ସହ ଆଲୋଚନା କରିଥିଲେ।

ଗାଙ୍ଗୁଲି ଆହୁରି କହିଛନ୍ତି, ଆମକୁ ରୋହିତଙ୍କ କ୍ୟାପଟେନ୍ସି ଉପରେ ପୂରା ଭରସା ରହିଛି। ବିରାଟ୍ କୋହଲି ଟେଷ୍ଟ କ୍ୟାପଟେନ୍ ରହିବେ। ବିସିସିଆଇ ନିଶ୍ଚିନ୍ତ ଯେ ଭାରତୀୟ କ୍ରିକେଟ୍ ସଠିକ୍ ଦିଶାରେ ଯାଉଛି। ସୀମିତ ଓଭର କ୍ରିକେଟରେ କ୍ୟାପଟେନ୍ ଭାବେ କୋହଲିଙ୍କ ଯୋଗଦାନ ପାଇଁ ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ।

ରୋହିତଙ୍କୁ ଟେଷ୍ଟ ଟିମର ମଧ୍ୟ ଭାଇସ୍-କ୍ୟାପଟେନ୍ କରାଯାଇଛି। ସିନିୟର ଚୟନ କମିଟି ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ୧୮ ଜଣିଆ ଦଳ ଘୋଷଣା କରିଛି। ଏହା ପରେ ଦିନିକିଆ ସିରିଜ୍ ପାଇଁ ଦଳ ଚୟନ କରାଯିବ। ଦିନିକିଆ ସିରିଜରୁ ରୋହିତ୍ ନେତୃତ୍ୱ ଭାର ସମ୍ଭାଳିବେ।

Related story