Advertisment

BCCI: ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରୁ କାହିଁକି ବାଦ ପଡ଼ିଲେ ମହମ୍ମଦ ଶାମି ଓ ସର୍ଫରାଜ ଖାନ?

ଭାରତୀୟ କ୍ରିକେଟର ଦୁଇ ଷ୍ଟାର ବିରାଟ କୋହଲି ଓ ରୋହିତ ଶର୍ମାଙ୍କ କେନ୍ଦ୍ରୀୟ ଚୁକ୍ତିରେ ଅବନତି ହୋଇଛି। ଅର୍ଥାତ ଦୁଇ ଖେଳାଳି ଏ ଗ୍ରେଡରୁ ବି ଗ୍ରେଡକୁ ଖସିଛନ୍ତି। ରୋହିତ ଓ ବିରାଟ ଟେଷ୍ଟ ଏବଂ ଟି-୨୦ ଖେଳୁ ନଥିବାରୁ ସେମାନଙ୍କୁ ବି ଗ୍ରେଡରେ ରଖାଯାଇଛି।

author-image
Hemant Lenka
Shami

ଶାମି ଓ ସର୍ଫରାଜ

୨୦୨୫-୨୬ ପାଇଁ ବିସିସିଆଇ(Bcci) ପକ୍ଷରୁ କେନ୍ଦ୍ରୀୟ ଚୁକ୍ତିରେ ଥିବା ଖେଳାଳିଙ୍କ ନାଁ ଘୋଷଣା କରାଯାଇଛି। ଭାରତୀୟ କ୍ରିକେଟର ଦୁଇ ଷ୍ଟାର ବିରାଟ କୋହଲି ଓ ରୋହିତ ଶର୍ମାଙ୍କ କେନ୍ଦ୍ରୀୟ ଚୁକ୍ତିରେ ଅବନତି ହୋଇଛି। ଅର୍ଥାତ ଦୁଇ ଖେଳାଳି ଏ ଗ୍ରେଡରୁ ବି ଗ୍ରେଡକୁ ଖସିଛନ୍ତି। ରୋହିତ ଓ ବିରାଟ ଟେଷ୍ଟ ଏବଂ ଟି-୨୦ ଖେଳୁ ନଥିବାରୁ ସେମାନଙ୍କୁ ବି ଗ୍ରେଡରେ ରଖାଯାଇଛି। 

Advertisment

ତେବେ ଏମିତି କିଛି ଷ୍ଟାର ଖେଳାଳି ରହିଛନ୍ତି ଯେଉଁମାନେ ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରୁ ସଂପୂର୍ଣ୍ଣ ଭାବେ ବାଦ ପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ମହମ୍ମଦ ଶାମି, ଈଶାନ କିଶନ ଓ ସର୍ଫରାଜ ଖାନ। ମହମ୍ମଦ ଶାମି ଓ ସର୍ଫରାଜ ଖାନ ଦୀର୍ଘ ସମୟ ହେଲା ଭାରତ ପାଇଁ କୌଣସି ଫର୍ମାଟରେ ନଜର ଆସି ନାହାନ୍ତି। କିନ୍ତୁ ଈଶାନ କିଶନ ଏବେ ଟି-୨୦ ବିଶ୍ୱକପ ଖେଳୁଛନ୍ତି। ତଥାପି ତାଙ୍କୁ ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରେ ନ ରଖିବା ସମସ୍ତଙ୍କୁ ଚକିତ କରିଛି। 

ତେବେ କାହିଁକି ଏହି ୩ ଷ୍ଟାର ଖେଳାଳି ବିସିସିଆଇର କେନ୍ଦ୍ରୀୟ ଚୁକ୍ତିରୁ ବାଦ ପଡ଼ିଲେ ଆସନ୍ତୁ ଜାଣିବା। 

Advertisment

ଗତ ବର୍ଷ ମୋଟ ୩୪ ଜଣ ଖେଳାଳିଙ୍କୁ କେନ୍ଦ୍ରୀୟ ଚୁକ୍ତିରେ ରଖାଯାଇଥିଲା। କିନ୍ତୁ ୨୦୨୫-୨୬ ବର୍ଷରେ ବିସିସିଆଇ ୩୦ ଜଣ ଖେଳାଳିଙ୍କୁ କେନ୍ଦ୍ରୀୟ ଚୁକ୍ତିରେ ରଖିଛି। ତାଲିକାରେ ପୂର୍ବରୁ ଥିବା ଭେଟରାନ ଦ୍ରୁତ ବୋଲର ମହମ୍ମଦ ଶାମି, କିପର-ବ୍ୟାଟର ଈଶାନ କିଶନ, ଦ୍ରୁତ ବୋଲର ମୁକେଶ କୁମାର ଓ ମୁମ୍ବାଇ ବ୍ୟାଟର ସର୍ଫରାଜ ଖାନ ଏଥର ବାଦ ପଡ଼ିଛନ୍ତି। 

ବାଦ ପଡ଼ିବାର ପ୍ରମୁଖ କାରଣ ହେଲା ଯେ ଏମାନେ ଗତ ସେସନରେ ଭାରତ ପାଇଁ କୌଣସି ଗୋଟିଏ ଫର୍ମାଟରେ ମ୍ୟାଚ୍‌ ଖେଳି ନଥିଲେ। ଏଥିପାଇଁ ଏହି ୪ ଜଣଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବିସିସିଆଇ ବାଦ ଦେଇଛି। 

ଶାମି ଚୁକ୍ତିରୁ ବାଦ ପଡ଼ିବାର ଅର୍ଥ ଏବେ ଚୟନକର୍ତ୍ତା ତାଙ୍କୁ ଆଉ କୌଣସି ଫର୍ମାଟରେ ସାମିଲ କରିବା ମୁଡରେ ନାହାନ୍ତି। କିଶନ ନିକଟରେ ଟି-୨୦ ଅନ୍ତର୍ଜାତୀୟକୁ ଫେରିଛନ୍ତି। କିନ୍ତୁ ଏହା ନୂଆ ବର୍ଷ ଆରମ୍ଭ ହେବା ପରେ ଘଟିଛି। ମୁକେଶ ରାଡାରରେ ନଥିବା ବେଳେ ଶେଷ ସେସନରେ ଗୋଟିଏ ବି ଅନ୍ତର୍ଜାତୀୟ ମ୍ୟାଚ ଖେଳି ନାହାନ୍ତି।

ସାମାନ କଥା ସର୍ଫରାଜଙ୍କ ସହ ଘଟିଛି। ସେ ଅଷ୍ଟ୍ରେଲିଆ ବିପକ୍ଷ ସ୍କ୍ୱାଡରେ ଗତବର୍ଷ ରହିଥିଲେ। କିନ୍ତୁ ଗୋଟିଏ ହେଲେ ମ୍ୟାଚ ଖେଳି ନଥିଲେ। କଣ୍ଟ୍ରାକ୍ଟରେ ରହିବା ପାଇଁ ସେ କୌଣସି ମ୍ୟାଚ୍‌ ପ୍ରଦର୍ଶନ କରିପାରି ନାହାନ୍ତି। ତେଣୁ ତାଙ୍କୁ ୨୦୨୫-୨୬ ସେସନ୍ସରୁ ବାଦ ଦିଆଯାଇଛି। 

କେନ୍ଦ୍ରୀୟ ଚୁକ୍ତିରେ ମୋଟ ୩୦ ଜଣ ଖେଳାଳି ଥିବା ବେଳେ ସେମାନଙ୍କ ମଧ୍ୟରୁ କେବଳ ୩ ଜଣ ଗ୍ରେଡ ଏରେ ରହିଛନ୍ତି। ବି ଗ୍ରେଡରେ ୧୧ ଜଣ ଓ ୧୬ ଜଣ ଖେଳାଳି ଗ୍ରେଡ ସିରେ ସ୍ଥାନ ପାଇଛନ୍ତି।

ସବୁଠାରୁ କୌତୁହଳର ବିଷୟ ହେଲା, ଅକ୍ଷର ପଟେଲ ନିୟମିତ ଭାରତ ପାଇଁ ଦିନିକିଆ ଓ ଟି-୨୦ ଖେଳୁଥିବା ବେଳେ ଟେଷ୍ଟ ସ୍କ୍ୱାଡରେ ମଧ୍ୟ ରହୁଛନ୍ତି। କିନ୍ତୁ ତାଙ୍କୁ ସି ଗ୍ରେଡରେ ରଖାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। 

ବିସିସିଆଇ କେନ୍ଦ୍ରୀୟ ଚୁକ୍ତି ୨୦୨୫୦-୨୬ 

ଗ୍ରେଡ ଏ – ଶୁବମନ ଗିଲ, ଯଶପ୍ରୀତ ବୁମ୍ରା ଓ ରବୀନ୍ଦ୍ର ଜାଡେଜା 

ଗ୍ରେଡ ବି - ୱାଶିଂଟନ ସୁନ୍ଦର, ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲ, ମହମ୍ମଦ ସିରାଜ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ, କୁଲଦୀପ ଯାଦବ, ଯଶସ୍ୱୀ ଜୈସୱାଲ, ସୂର୍ଯ୍ୟ କୁମାର ଯାଦବ ଓ ଶ୍ରେୟସ ଆୟର। 

ଗ୍ରେଡ ସି – ଅକ୍ଷର ପଟେଲ, ତିଳକ ବର୍ମା, ରିଙ୍କୁ ସିଂହ, ଶିବମ ଦୁବେ, ସଞ୍ଜୁ ସାମସନ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା, ଅକାଶ ଦୀପ, ଧ୍ରୁବ ଜୁରେଲ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ, ନୀତୀଶ କୁମାର ରେଡ୍ଡୀ, ଅଭିଷେକ ଶର୍ମା, ସାଇ ସୁଦର୍ଶନ, ରବି ବିଷ୍ଣୋଇ ଓ ଋତୁରାଜ ଗାଏକ୍ୱାଡ। 

Bcci