Advertisment

ଆଇପିଏଲ ଖେଳାଳିଙ୍କ ପାଇଁ ବିସିସିଆଇର ଐତିହାସିକ ଘୋଷଣା, ମିଳିବ ଅତିରିକ୍ତ ଟଙ୍କା

ଜଣେ ଖେଳାଳି ପ୍ରତି ମ୍ୟାଚ୍‌ ପିଛା ଅତିରିକ୍ତ ୭.୫ ଲକ୍ଷ ଟଙ୍କା ଫି’ ଆକାରରେ ପାଇବେ। ଏହାର ଅର୍ଥ ଯଦି ଜଣେ ଖେଳାଳି ଆଇପିଏଲର ସମସ୍ତ ଲିଗ ମ୍ୟାଚ୍‌ ଖେଳନ୍ତି, ତା’ହେଲେ ତାଙ୍କୁ ଚୁକ୍ତି ବ୍ୟତୀତ ଆଉ ୧.୦୫ କୋଟି ଟଙ୍କା ମିଳିବ।

BCCI

BCCI

Advertisment

ଆଇପିଏଲର ୨୦୨୫ ମେଗା ଅକ୍ସନ ପୂର୍ବରୁ ଐତିହାସିକ ନିଷ୍ପତ୍ତି ନେଇଛି ବିସିସିଆଇ। ପ୍ରଥମଥର ପାଇଁ ଆଇପିଏଲ ଖେଳୁଥିବା କ୍ରିକେଟରଙ୍କୁ ମିଳିବ ମ୍ୟାଚ୍‌ ଫି’। କ୍ରିକେଟରମାନେ ଫ୍ରାଞ୍ଚାଇଜଙ୍କ ଠାରୁ ପାଇବାକୁ ଥିବା ଚୁକ୍ତି ଅର୍ଥ ବ୍ୟତୀତ ସେମାନଙ୍କୁ ମ୍ୟାଚ୍‌ ଫି’ ବାବଦରେ ମଧ୍ୟ ଅତିରିକ୍ତ ଟଙ୍କା ମିଳିବ।

Advertisment

ଜଣେ ଖେଳାଳି ପ୍ରତି ମ୍ୟାଚ୍‌ ପିଛା ଅତିରିକ୍ତ ୭.୫ ଲକ୍ଷ ଟଙ୍କା ଫି’ ଆକାରରେ ପାଇବେ। ଏହାର ଅର୍ଥ ଯଦି ଜଣେ ଖେଳାଳି ଆଇପିଏଲର ସମସ୍ତ ଲିଗ ମ୍ୟାଚ୍‌ ଖେଳନ୍ତି, ତା’ହେଲେ ତାଙ୍କୁ ଚୁକ୍ତି ବ୍ୟତୀତ ଆଉ ୧.୦୫ କୋଟି ଟଙ୍କା ମିଳିବ।

ଏହି ଐତିହାସିକ ନିଷ୍ପତ୍ତି ସମ୍ପର୍କରେ ବିସିସିଆଇର ସମ୍ପାଦକ ଜୟ ଶାହ ସୂଚନା ଦେଇଛନ୍ତି। ସେ ଏକ୍ସରେ ଗୋଟିଏ ପୋଷ୍ଟ କରି କହିଛନ୍ତି ଯେ “ଆଇପିଏଲରେ ନିରନ୍ତର ଓ ଚମତ୍କାର ପ୍ରଦର୍ଶନର ଉତ୍ସବ ପାଳନ କରିବା ପାଇଁ ଆମେ ଏକ ଐତିହାସିକ ପଦକ୍ଷେପ ନେଇଛୁ।

Advertisment

ଆମେ ଆମ କ୍ରିକେଟରଙ୍କ ପାଇଁ ପ୍ରତି ମ୍ୟାଚ୍‌ ପିଛା ୭.୫ ଲକ୍ଷ ଟଙ୍କାର ଫି’ ଦେବାକୁ ଘୋଷଣା କରି ଅତ୍ୟନ୍ତ ଆତ୍ମସନ୍ତୋଷ ଲାଭ କରୁଛୁ। ଏହାର ଅର୍ଥ ଗୋଟିଏ ସିଜିନରେ ସମସ୍ତ ଲିଗ ମ୍ୟାଚ୍‌ ଖେଳୁଥିବା ଖେଳାଳି(ଭାରତୀୟ)ଙ୍କୁ ତାଙ୍କର ଚୁକ୍ତି ଅର୍ଥ ବ୍ୟତୀତ ଆଉ ୧.୦୫ କୋଟି ଟଙ୍କା ମିଳିବ। ଏହା ଆଇପିଏଲରେ ଖେଳାଳିଙ୍କ ପାଇଁ ଗୋଟିଏ ନୂଆ ଯୁଗ ହେବ। ଏଥିପାଇଁ ସବୁ ପ୍ରାଞ୍ଚାଇଜକୁ ସିଜିନ ପାଇଁ ୧୨.୬୦ କୋଟି ଟଙ୍କା ଦିଆଯିବ।”

ବର୍ତ୍ତମାନ ବିସିସିଆଇ ଭାରତୀୟ ଖେଳାଳିଙ୍କୁ ଟେଷ୍ଟ ମ୍ୟାଚ୍‌ ପିଛା ୧୫ ଲକ୍ଷ, ଦିନିକିଆ ପାଇଁ ୬ ଲକ୍ଷ ଓ ଟି-୨୦ ପାଇଁ ୩ ଲକ୍ଷ ଟଙ୍କା ଲେଖାଏ ଦେଉଛି। କିନ୍ତୁ ଆଇପିଏଲର ପ୍ରତିଟି ମ୍ୟାଚ୍‌ ଭାରତୀୟ ଖେଳାଳି ଦିନିକିଆ ଠାରୁ ମଧ୍ୟ ଅଧିକ ଟଙ୍କା ପାଇବେ।

ଅନ୍ୟପକ୍ଷରେ ୧୦ ଆଇପିଏଲ ପ୍ରାଞ୍ଚାଇଜ ମେଗା ଅକ୍ସନ ପୂର୍ବରୁ ନିଜ ସହ ସର୍ବାଧିକ ୫ ଜଣ ଖେଳାଳିଙ୍କୁ ରଖି ପାରିବେ। ସେମାନଙ୍କ ପାଖରେ ଗୋଟିଏ ରାଇଟ ଟୁ ମ୍ୟାଚ୍‌ କାର୍ଡ ବିକଳ୍ପ ମଧ୍ୟ ରହିବ।

Bcci IPL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe