Advertisment

ଟେଷ୍ଟ କ୍ରିକେଟ ପାଇଁ ବିସିସିଆଇର ନୂଆ ଯୋଜନା: ବଢ଼ିବ ମ୍ୟାଚ୍‌ ଫି’, ମିଳିବ ବୋନସ!

ବର୍ତ୍ତମାନ ବିସିସିଆଇ ଟେଷ୍ଟ ମ୍ୟାଚ୍‌ ପାଇଁ ଫି’ ବାବଦରେ ଜଣେ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା, ଦିନିକିଆ ପାଇଁ ୬ ଲକ୍ଷ ଓ ଟି-୨୦ ମ୍ୟାଚ୍‌ ପାଇଁ ୩ ଲକ୍ଷ ଟଙ୍କା ଲେଖାଏ ଦେଉଛି।

Test Match

Test Match

Advertisment

ଭାରତର ଟେଷ୍ଟ କ୍ରିକେଟରମାନେ ଖୁବଶୀଘ୍ର ମ୍ୟାଚ୍‌ ଫି’ ବାବଦରେ ଅଧିକ ଟଙ୍କା ପାଇ ପାରନ୍ତି। ନାଲି ବଲ ପ୍ରତି ଯୁବ ଖେଳାଳିଙ୍କ ଆଗ୍ରହ କମୁ ଥିବାରୁ ବିସିସିଆଇ ଫି’ ବଢ଼ାଇ ସେମାନଙ୍କୁ ଏଥିପ୍ରତି ଆକୃଷ୍ଟ କରିବାକୁ ଯୋଜନା କରୁଛି।

Advertisment

ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ବିସିସିଆଇ ଟେଷ୍ଟ କ୍ରିକେଟରଙ୍କ ପାଇଁ ଦେଉଥିବା ମ୍ୟାଚ୍‌ ଫି’କୁ ବୃଦ୍ଧି କରିବାକୁ ଯୋଜନା କରୁଛି। ଈଶାନ କିଶନ ଓ ଶ୍ରେୟସ ଆୟରଙ୍କ ଭଳି କ୍ରିକେଟର ନିର୍ଦ୍ଦେଶ ସତ୍ତ୍ୱେ ରଣଜୀ ଟ୍ରଫି ପ୍ରତି ଆଗ୍ରହ ଦେଖାଇ ନଥିଲେ। ତେଣୁ ବିସିସିଆଇ ଏବେ ଦରମା ଢାଞ୍ଚାରେ ପରିବର୍ତ୍ତନ କରିବାକୁ ଚାହୁଁଛି।

୨୫ ବର୍ଷୀୟ ଈଶାନ କିଶନ ନିଜ ରାଜ୍ୟ ଝାରଖଣ୍ଡ ପାଇଁ ରଣଜୀ ଟ୍ରଫି ମ୍ୟାଚ୍‌ ଖେଳି ନଥିଲେ। କିନ୍ତୁ ତାଙ୍କୁ ପରବର୍ତ୍ତୀ ଅବସ୍ଥାରେ ବରୋଦାରେ ଆଇପିଏଲ ପାଇଁ ପ୍ରସ୍ତୁତି କରୁଥିବାର ଦେଖିବାକୁ ମିଳିଥିଲା। ଏହାକୁ ନେଇ ବିସିସିଆଇ ‌ଖପ୍ପା ହୋଇଛି।

Advertisment

ଏବେ ରିପୋର୍ଟ ପ୍ରକାଶ ପାଇଛି ଯେ ନାଲି ବଲର ମ୍ୟାଚ୍‌ ଫି’ ଓ ଅନ୍ୟ ଆର୍ଥିକ ପ୍ରୋତ୍ସାହନ ସମ୍ପର୍କରେ ବିସିସିଆଇ ଚଳିତ ବର୍ଷ ଆଇପିଏଲ ପରେ ନିଷ୍ପତ୍ତି ନେବ। ଯଦି ସବୁ ପକ୍ଷ ଅନୁମତି ଦେବେ, ତା’ହେଲେ ଆଇପିଏଲ ପରେ ହିଁ ନୂଆ ଦରମା ଷ୍ଟ୍ରକଚର କାର୍ଯ୍ୟକାରୀ ହେବ।

ଦରମା ବୃଦ୍ଧି ସହ ବିସିସିଆଇ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସମସ୍ତ ଟେଷ୍ଟ ସିରିଜ ଖେଳୁଥିବା ଖେଳାଳିଙ୍କ ପାଇଁ ଅତିରିକ୍ତ ବୋନସ ବ୍ୟବସ୍ଥା ମଧ୍ୟ କରିବ। ଉଦାହରଣ ସ୍ୱରୂପ, ଯଦି ଜଣେ ଖେଳାଳି ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସବୁ ଟେଷ୍ଟ ସିରିଜ ଖେଳନ୍ତି, ତା’ହେଲେ ତାଙ୍କୁ ଅତିରିକ୍ତ ଆର୍ଥିକ ପୁରସ୍କାର ମିଳିବ।

ତାଙ୍କର ବାର୍ଷିକ ଚୁକ୍ତି ମଧ୍ୟ କାଏମ ରହିବ। ଏହାଦ୍ୱାରା ଖେଳାଳିମାନେ ଅଧିକ ମାତ୍ରାରେ ରେଡ ବଲ କ୍ରିକେଟ ଉପରେ ଫୋକସ କରିବେ। ଟେଷ୍ଟ କ୍ରିକେଟର ଚାହିଦା ମଧ୍ୟ ବୃଦ୍ଧି ପାଇବ ବୋଲି ବିସିସିଆଇ ଆଶା ରଖିଛି।

ବର୍ତ୍ତମାନ ବିସିସିଆଇ ଟେଷ୍ଟ ମ୍ୟାଚ୍‌ ପାଇଁ ଫି’ ବାବଦରେ ଜଣେ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା, ଦିନିକିଆ ପାଇଁ ୬ ଲକ୍ଷ ଓ ଟି-୨୦ ମ୍ୟାଚ୍‌ ପାଇଁ ୩ ଲକ୍ଷ ଟଙ୍କା ଲେଖାଏ ଦେଉଛି।

ଅନ୍ୟପକ୍ଷରେ ସୋମବାର ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ଜାତୀୟ ଟେଷ୍ଟ ଟିମରେ ଖେଳିବାକୁ ଚାହୁଁଥିବା ସବୁ ଖେଳାଳିଙ୍କୁ କଡ଼ା ବାର୍ତ୍ତା ଦେଇଥିଲେ। ସେ କହିଥିଲେ ଯେ “ଯେଉଁମାନଙ୍କର ଖେଳିବାକୁ ଭୋକ ଅଛି, ସେମାନଙ୍କୁ ସୁଯୋଗ ମିଳିବ। ଯଦି ଭୋକ ନାହିଁ, ତା’ହେଲେ ସେମାନଙ୍କୁ ଖେଳିବାର କୌଣସି କାରଣ ନାହିଁ।

ଟେଷ୍ଟ କ୍ରିକେଟ ଗୋଟିଏ ଚ୍ୟାଲେଞ୍ଜିଂ ଫର୍ମାଟ। ଯଦି ଆପଣ ଏହି ଫର୍ମାଟ ଖେଳିବାକୁ ଓ ସଫଳତା ହାସଲ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣଙ୍କ ଭିତରେ ଏଥିପାଇଁ ଭୋକ ରହିବା ଦରକାର।”

Bcci India Cricket Team Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe