Advertisment

ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ପୂରା ଚୟନ କମିଟିକୁ ବହିଷ୍କାର କଲା ବିସିସିଆଇ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ସେମି ଫାଇନାଲରୁ ଟିମ୍‌ ଇଣ୍ଡିଆ ଲଜ୍ଜାଜନକ ଭାବେ ବିଦାୟ ନେବାର ସାଂଘାତିକ ପ୍ରଭାବ ଦେଖିବାକୁ ମିଳିଛି। ପରାଜୟ ପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବିସିସିଆଇ। ଆଜି ଏଥିପାଇଁ ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ୪ ଜଣିଆ ଜାତୀୟ ଚୟନ କମିଟିକୁ ବିସିସିଆଇ ଭାଙ୍ଗି ଦେଇଛି। ଏହାର ଅର୍ଥ କମିଟିର ସବୁ ସଦସ୍ୟଙ୍କୁ ବିଦା କରାଯାଇଛି। ଏହି କମିଟିର ନେତୃତ୍ୱ ଚେତନ ଶର୍ମା ନେଉଥିବା ବେଳେ କମିଟିରେ ସେଣ୍ଟ୍ରାଲ ଜୋନରୁ ହରବିନ୍ଦର ସିଂହ, ଦକ୍ଷିଣ […]

author-image
Hemant Lenka
ଅଦ୍ୟତନ ହୋଇଛି
ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ପୂରା ଚୟନ କମିଟିକୁ ବହିଷ୍କାର କଲା ବିସିସିଆଇ

cetan-sharma

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ସେମି ଫାଇନାଲରୁ ଟିମ୍‌ ଇଣ୍ଡିଆ ଲଜ୍ଜାଜନକ ଭାବେ ବିଦାୟ ନେବାର ସାଂଘାତିକ ପ୍ରଭାବ ଦେଖିବାକୁ ମିଳିଛି। ପରାଜୟ ପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବିସିସିଆଇ। ଆଜି ଏଥିପାଇଁ ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ୪ ଜଣିଆ ଜାତୀୟ ଚୟନ କମିଟିକୁ ବିସିସିଆଇ ଭାଙ୍ଗି ଦେଇଛି।

Advertisment

ଏହାର ଅର୍ଥ କମିଟିର ସବୁ ସଦସ୍ୟଙ୍କୁ ବିଦା କରାଯାଇଛି। ଏହି କମିଟିର ନେତୃତ୍ୱ ଚେତନ ଶର୍ମା ନେଉଥିବା ବେଳେ କମିଟିରେ ସେଣ୍ଟ୍ରାଲ ଜୋନରୁ ହରବିନ୍ଦର ସିଂହ, ଦକ୍ଷିଣ ଜୋନରୁ ସୁନୀଲ ଯୋଶୀ ଓ ଇଷ୍ଟ ଜୋନରୁ ଓଡ଼ିଶାର ଦେବାଶିଷ ମହାନ୍ତି ରହିଥିଲେ। ଏବେ ସମସ୍ତଙ୍କୁ ବିସିସିଆଇ ବହିଷ୍କାର କରିଛି।

ଏମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ୨୦୨୦ ଓ କିଛି ଜଣଙ୍କୁ ବିସିସିଆଇ ୨୦୨୧ରେ କମିଟି ସଦସ୍ୟ ଭାବେ ନିଯୁକ୍ତି ଦେଇଥିଲା। ସାଧାରଣତଃ ଜାତୀୟ ଚୟନ କମିଟିର କାର୍ଯ୍ୟକାଳ ୪ ବର୍ଷ ରହିଥାଏ। ପରିବର୍ତ୍ତୀ ଅବସ୍ଥାରେ ଏହାକୁ ବୃଦ୍ଧି କରିବାର ପ୍ରାବଧାନ ରହିଛି। ହେଲେ କାର୍ଯ୍ୟକାଳ ପୂରିବା ଆଗରୁ ଚେତନ ଶର୍ମା ଆଣ୍ଡ କୋଙ୍କୁ ବିସିସିଆଇ ବାହାରର ରାସ୍ତା ଦେଖାଇ ଦେଇଉଛି।

Advertisment

ଚୟନ କମିଟି ଭାଙ୍ଗିବା ସହ ବିସିସିଆଇ ନୂଆ ସଦସ୍ୟଙ୍କୁ ଚୟନ କରିବାକୁ ଦରଖାସ୍ତ ଆହ୍ୱାନ କରିଛି। ଜାତୀୟ ଚୟନ କମିଟିର ସଦସ୍ୟ ହେବାକୁ ଚାହୁଁଥିବା ଆଶାୟୀମାନେ ଆସନ୍ତା ୨୮ ତାରିଖ ସୁଦ୍ଧା ଆବେଦନ କରିପାରିବେ ବୋଲି ବିସିସିଆଇ କହିଛି। ଚୟନ କମିଟିର ୫ ସ୍ଥାନ ପାଇଁ ଆବେଦନ କରିବାକୁ କୁହାଯାଇଛି। କାରଣ ଚେତନ ଶର୍ମାଙ୍କ ଚୟନ କମିଟିରେ ପଶ୍ଚିମ ଜୋନରୁ କୌଣସି ସଦସ୍ୟ ନଥିଲେ। ଏବେ କିନ୍ତୁ ଉକ୍ତ ଜୋନ ପାଇଁ ମଧ୍ୟ ଆଶାୟୀମାନେ ଆବେଦନ କରିପାରିବେ।