Advertisment

ବୁମ୍ରାଙ୍କ କ୍ୟାପ୍ଟେନ୍ସିରେ ଭାରତ ଜିତିବା ପରେ ରୋହିତଙ୍କୁ ନେଇ ଏମିତି କଲା ବିସିସିଆଇ

ଭାରତ ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡରୁ ୦-୩ରେ ହାରି ଅଷ୍ଟ୍ରେଲିଆ ଗସ୍ତ କରିଥିଲା। ପର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଦଳ ମାତ୍ର ୧୫୦ ରନରେ ଅଲଆଉଟ ହୋଇଥିଲେ ହେଁ ମ୍ୟାଚ୍‌କୁ କମବ୍ୟାକ କରି ୨୯୫ ରନରେ ବିଜୟୀ ହୋଇଥିଲା।

Rohit

Rohit

Advertisment

ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଟିମ ପର୍ଥରେ ଦମଦାର ପ୍ରଦର୍ଶନ କରିବା ସହ ଅଷ୍ଟ୍ରେଲିଆକୁ ୨୯୫ ରନରେ ହରାଇ ଦେଇଛି। ନିୟମିତ ଅଧିନାୟକ ରୋହିତ ଶର୍ମା ପ୍ରଥମ ମ୍ୟାଚ ପାଇଁ ଉପଲବ୍ଧ ନଥିବାରୁ ଯଶପ୍ରୀତ ବୁମ୍ରା କମାଣ ସମ୍ଭାଳିଥିଲେ। ସେ ନିଜେ ପ୍ରଥମ ଟେଷ୍ଟରେ ଏକାକୀ ୮ ୱିକେଟ ନେଇଛନ୍ତି। ଏଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି।

Advertisment

ଭାରତ ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡରୁ ୦-୩ରେ ହାରି ଅଷ୍ଟ୍ରେଲିଆ ଗସ୍ତ କରିଥିଲା। ପର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଦଳ ମାତ୍ର ୧୫୦ ରନରେ ଅଲଆଉଟ ହୋଇଥିଲେ ହେଁ ମ୍ୟାଚ୍‌କୁ କମବ୍ୟାକ କରି ୨୯୫ ରନରେ ବିଜୟୀ ହୋଇଥିଲା।

ଭାରତର ଏପରି ଐତିହାସିକ ବିଜୟ ପାଇଁ ବିସିସିଆଇ ଉପ ସଭାପତି ରାଜୀବ ଶୁକ୍ଳା ଦଳକୁ ଶୁଭେଚ୍ଛା ଜଣାଇବା ସହ ପ୍ରଶଂସା କରିଛନ୍ତି। ଏଥିସହ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି।

Advertisment

ସେ କହିଛନ୍ତି ଯେ ଅଷ୍ଟ୍ରେଲିଆ ବିପକ୍ଷରେ ପର୍ଥରେ ଜିତିବା ବେଶ ଚମତ୍କାର ଓ ଏହାର ମହତ୍ତ୍ୱ ରହିଛି। ଭାରତୀୟ ବ୍ୟାଟର ଓ ବୋଲରମାନେ ଉକ୍ତ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଛନ୍ତି। ଏହାବାଦ ବୁମ୍ରାଙ୍କ କ୍ୟାପ୍ଟେନ୍ସିରେ ଭାରତ ମ୍ୟାଚ ଜିତିଥିଲେ ହେଁ ଦ୍ୱିତୀୟ ଟେଷ୍ଟରେ ରୋହିତ ଶର୍ମା ଦଳର କମାଣ ସମ୍ଭାଳିବେ ବୋଲି ସେ ସ୍ପଷ୍ଟ କରିଛନ୍ତି। 

ରାଜୀବ କହିଛନ୍ତି, “ପର୍ଥରେ ବିଜୟ ବେଶ ମହତ୍ତ୍ୱପୂର୍ଣ୍ଣ। ଆମର ବୋଲର ଓ ବ୍ୟାଟରମାନେ ଭଲ ଖେଳ ଖେଳିଛନ୍ତି। ରୋହିତ ଶର୍ମା ଅଧିନାୟକ ଭାବେ ଆଡିଲେଡରେ ଦ୍ୱିତୀୟ ଟେଷ୍ଟ ଖେଳିବେ।”

ନିକଟରେ ବାପା ହୋଇଥିବା ରୋହିତ ରବିବାର ପର୍ଥରେ ପହଞ୍ଚିବା ମାତ୍ରେ ସ୍କ୍ୱାଡରେ ସାମିଲ ହୋଇଥିଲେ। ଏହାପରେ ସେ ନେଟ୍ସରେ ମଧ୍ୟ ବେଶ କିଛି ସମୟ ଝାଲ ବୁହାଇଛନ୍ତି। ଆସନ୍ତା ୬ ତାରିଖରୁ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ। ଏଥିପାଇଁ ରୋହିତ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି।

Bcci Rohit Sharma Jasprit Bumrah Border-Gavaskar Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe