Advertisment

ଭାରତୀୟ ଟେଷ୍ଟ କ୍ୟାପଟେନ୍ ଚୟନ ପୂର୍ବରୁ ପଦ ଛାଡ଼ିଲେ ସିଲେକ୍ଟର

ମୁମ୍ବାଇ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ ସିରିଜ୍ ଜାରି ରହିଛି। ଏହା ପରେ ଦୁଇ ଦେଶ ମଧ୍ୟରେ ଟି-୨୦ ସିରିଜ୍ ଏବଂ ପରେ ଶ୍ରୀଲଙ୍କା ଟିମ୍ ଭାରତ ଗସ୍ତରେ ଆସିବ। ଏହାରି ଭିତରେ ଭାରତୀୟ ଚୟନ କମିଟିର ସଦସ୍ୟ ଆବେ କୁରୁଭିଲ୍ଲା ନିଜ ପଦ ଛାଡ଼ି ଦେଇଛନ୍ତି। କୁରୁଭିଲ୍ଲା ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଚୟନ କମିଟିର ସଦସ୍ୟ ଥିଲେ। କୁରୁଭିଲ୍ଲା ୱେଷ୍ଟ ଜୋନରୁ ଚୟନ କମିଟି ସଦସ୍ୟ ଥିଲେ। ଆସନ୍ତା ମାସରେ ଭାରତ ଶ୍ରୀଲଙ୍କା […]

ଭାରତୀୟ ଟେଷ୍ଟ କ୍ୟାପଟେନ୍ ଚୟନ ପୂର୍ବରୁ ପଦ ଛାଡ଼ିଲେ ସିଲେକ୍ଟର

abey-kuruvilla

Advertisment

ମୁମ୍ବାଇ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ ସିରିଜ୍ ଜାରି ରହିଛି। ଏହା ପରେ ଦୁଇ ଦେଶ ମଧ୍ୟରେ ଟି-୨୦ ସିରିଜ୍ ଏବଂ ପରେ ଶ୍ରୀଲଙ୍କା ଟିମ୍ ଭାରତ ଗସ୍ତରେ ଆସିବ। ଏହାରି ଭିତରେ ଭାରତୀୟ ଚୟନ କମିଟିର ସଦସ୍ୟ ଆବେ କୁରୁଭିଲ୍ଲା ନିଜ ପଦ ଛାଡ଼ି ଦେଇଛନ୍ତି। କୁରୁଭିଲ୍ଲା ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଚୟନ କମିଟିର ସଦସ୍ୟ ଥିଲେ। କୁରୁଭିଲ୍ଲା ୱେଷ୍ଟ ଜୋନରୁ ଚୟନ କମିଟି ସଦସ୍ୟ ଥିଲେ। ଆସନ୍ତା ମାସରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଏହି ସିରିଜ୍ ପାଇଁ ଭାରତର ନୂଆ ଟେଷ୍ଟ କ୍ୟାପଟେନ୍ ନିଯୁକ୍ତ କରାଯିବ। କିନ୍ତୁ ଏହା ପୂର୍ବରୁ କୁରୁଭିଲ୍ଲାଙ୍କ ପଦ ଛାଡ଼ିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Advertisment

କୁରୁଭିଲ୍ଲା ଅଚାନକ ପଦ ଛାଡ଼ିବାର କାରଣ ହେଉଛି ବିସିସିଆଇର ନୂଆ ନିୟମ। ବିସିସିଆଇର ନୂଆ ନିୟମ ଆଧାରରେ ଚୟନକର୍ତ୍ତା ୫ ବର୍ଷରୁ ଅଧିକ ସମୟ ଧରି ଚୟନ କମିଟିର ସଦସ୍ୟ ରହିପାରିବେ ନାହିଁ। କୁରୁଭିଲ୍ଲା ଡିସେମ୍ବର, ୨୦୨୦ରେ ଚୟନ କମିଟି ସଦସ୍ୟ ହୋଇଥିଲେ। କିନ୍ତୁ ତାଙ୍କ ପୂର୍ବରୁ ସେ ଚାରିବର୍ଷ ଜୁନିୟର ଚୟନ କମିଟିର ସଦସ୍ୟ ରହିସାରିଥିଲେ। ଯେଉଁ କାରଣରୁ ସେ ନିଜ ପଦ ଛାଡ଼ିଛନ୍ତି।

ରିପୋର୍ଟ ମୁତାବକ, କୌଣସି ଅଧିକାରୀଙ୍କୁ ଏହି ନୂଆ ବିଷୟରେ ସୂଚନା ନଥିଲା, କିନ୍ତୁ ମଧ୍ୟ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (ଏମସିଏ)ର ପୂର୍ବତନ ସଦସ୍ୟ ସଞ୍ଜୀବ ଗୁପ୍ତା ଜାନୁଆରୀରେ ଯେତେବେଳେ ଏହି ନିୟମ ବିଷୟରେ ଜାଣିବାକୁ ପାଇଲେ, ସେ ଏହାକୁ ନେଇ ଅଭିଯୋଗ କରିଥିଲେ। କୁରୁଭିଲ୍ଲାଙ୍କ ପଦ ଛାଡ଼ିବା ପରେ ସିନିୟର ସିଲେକ୍ସନ୍ କମିଟିରେ ୪ ସଦସ୍ୟ ରହିଛନ୍ତି। ଯେଉଁଥିରେ ଚେତନ ଶର୍ମା, ସୁନୀଲ ଯୋଶି, ହରବିନ୍ଦର ସିଂହ ଏବଂ ଦେବାଶିଷ ମହାନ୍ତି ସାମିଲ୍ ଅଛନ୍ତି।

Advertisment

୫୩ ବର୍ଷୀୟ କୁରୁଭିଲ୍ଲାଙ୍କ ସ୍ଥାନ ନେବା ପାଇଁ ବିସିସିଆଇ ଏବେ ଆବେଦନ ପ୍ରକ୍ରିୟା ଆରମ୍ଭ କରିବ। ଅନ୍ୟପକ୍ଷରେ ବୋର୍ଡ କୁରୁଭିଲ୍ଲାଙ୍କୁ ଗେମ୍ ଡେଭଲପମେଣ୍ଟ ମ୍ୟାନେଜର ପଦ ଦେଇପାରେ। ୯୦ ଦଶକରେ କୁରୁଭିଲ୍ଲା ଭାରତ ପକ୍ଷରୁ ୧୦ ଟେଷ୍ଟ ଏବଂ ୨୫ ଅନ୍ତର୍ଜାତୀୟ ଦିନିକିଆ ଖେଳିଥିଲେ। ତାଙ୍କ ନାଁରେ ଟେଷ୍ଟ ଓ ଦିନିକିଆରେ ୨୫ଟି ଲେଖାଏ ୱିକେଟ୍ ନେଇଛନ୍ତି। ସେ ନିଜର ସବୁ ଅନ୍ତର୍ଜାତୀୟ ମ୍ୟାଚ୍ ୧୯୯୭ରେ ଖେଳିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe