Advertisment

ବିସିସିଆଇକୁ ପ୍ରଦୂଷଣ ଚିନ୍ତା! ବଦଳିଲା ଟେଷ୍ଟ ମ୍ୟାଚ୍‌ର ଭେନ୍ୟୁ

ନଭେମ୍ବର ୧୪ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୋଟିଏ ଟେଷ୍ଟ ମ୍ୟାଚ୍‌ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଉକ୍ତ ମ୍ୟାଚ୍‌ ଏବେ କୋଲକାତାର ଇଡେନ ଗାର୍ଡେନ୍ସକୁ ସ୍ଥାନାନ୍ତର ହୋଇ ଯାଇଛି।

author-image
Hemant Lenka
Delhi

Delhi

ଭାରତରେ ଅନୁଷ୍ଠିତ ହେବାକୁ ଥିବା କିଛି ଅନ୍ତର୍ଜାତୀୟ ମ୍ୟାଚ୍‌ର ଭେନ୍ୟୁ ବା ସ୍ଥାନକୁ ବଦଳାଇଛି ବିସିସିଆଇ। ୨୦୨୫-୨୬ ସିଜିନର ଉଭୟ ପୁରୁଷ ଓ ମହିଳା କ୍ରିକେଟ ଟିମର ମ୍ୟାଚ୍‌ ଭେନ୍ୟୁରେ ସଂଶୋଧନ ହୋଇଛି। ଏହା ମଧ୍ୟରେ ଏମିତି ଏକ ଟେଷ୍ଟ ମ୍ୟାଚ୍‌ ରହିଛି, ଯାହାର ଭେନ୍ୟୁକୁ ନୂଆ ଦିଲ୍ଲୀରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ନଭେମ୍ବର ମାସରେ ଦିଲ୍ଲୀରେ ସାଂଘାତିକ ପ୍ରଦୂଷଣର ଆଶଙ୍କା ଥିବାରୁ ବିସିସିଆଇ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି।

Advertisment

ନଭେମ୍ବର ୧୪ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୋଟିଏ ଟେଷ୍ଟ ମ୍ୟାଚ୍‌ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଉକ୍ତ ମ୍ୟାଚ୍‌ ଏବେ କୋଲକାତାର ଇଡେନ ଗାର୍ଡେନ୍ସକୁ ସ୍ଥାନାନ୍ତର ହୋଇ ଯାଇଛି। ଏହାବଦଳରେ ଅକ୍ଟୋବର ମାସରେ ଦିଲ୍ଲୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟର ଆୟୋଜନ ହେବ। ପୂର୍ବରୁ ଏହି ଟେଷ୍ଟ ମ୍ୟାଚ୍‌ କୋଲକାତାରେ ହେବାର ଥିଲା।

ଏପ୍ରିଲ ମାସରେ ଯେତେବେଳେ ବିସିସିଆଇ ଘରୋଇ ସିଜିନର ଭେନ୍ୟୁ ଘୋଷଣା କରିଥିଲା ସେତେବେଳେ ନଭେମ୍ବର ମାସରେ ଦିଲ୍ଲୀରେ କେମିତି ନଭେମ୍ବର ମାସରେ ମ୍ୟାଚ୍‌ ହେବ ବୋଲି ଚିନ୍ତା ପ୍ରକାଶ ପାଇଥିଲା। କାରଣ ନଭେମ୍ବର ମାସରେ ଦିଲ୍ଲୀ ସାଂଘାତିକ ପ୍ରଦୂଷଣର ସାମ୍ନା କରିଥାଏ। ସେତେବେଳେ ବିସିସିଆଇ ଏହାକୁ ଗୁରୁତ୍ୱ ଦେଇ ନଥିଲା।

Advertisment

କିନ୍ତୁ ଜୁନ ୯ ତାରିଖ ଅର୍ଥାତ ଜୁନ ୯ରେ ବିସିସିଆଇ ବିଧିବଦ୍ଧ ଭାବେ ନଭେମ୍ବର ମାସରେ ଦିଲ୍ଲୀରେ ହେବାକୁ ଥିବା ଟେଷ୍ଟ ମ୍ୟାଚ୍‌ର ସ୍ଥାନ ବଦଳାଇ ଦେଇଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଶେଷ ଥର ପାଇଁ ୨୦୨୩ ଫେବୃଆରୀ ମାସରେ ଭାରତୀ କୌଣସି ଟେଷ୍ଟ ମ୍ୟାଚ୍‌ ଖେଳିଥିଲା।

ଏହି ମ୍ୟାଚ୍‌ରେ ଦଳ ୬ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇଥିଲା। ଏହାପୂର୍ବରୁ ୨୦୧୭ ଡିସେମ୍ବର ମାସରେ ଭାରତ ଓ ଶ୍ରୀଲଙ୍କା ଏଠାରେ ଟେଷ୍ଟ ମ୍ୟାଚ୍‌ ଖେଳୁ ଥିବା ବେଳେ ବିବାଦ ହୋଇଥିଲା। ଶ୍ରୀଲଙ୍କାର ଖେଳାଳିମାନେ ପ୍ରଦୂଷଣ ଯୋଗୁ ସାଂଘାତିକ ସ୍ଥିତିର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଥିଲେ।

ଭାରତୀୟ ପୁରୁଷ ଟିମର ଘରୋଇ ସିଜିନ

ୱେଷ୍ଟଇଣ୍ଡିଜର ଭାରତ ଗସ୍ତ

ପ୍ରଥମ ଟେଷ୍ଟ- ଅକ୍ଟୋବର ୨ରୁ ଅକ୍ଟୋବର ୬- ଅହମଦାବାଦ

ଦ୍ୱିତୀୟ ଟେଷ୍ଟ- ଅକ୍ଟୋବର ୧୦ରୁ ଅକ୍ଟୋବର ୧୪ – ଦିଲ୍ଲୀ

ଦକ୍ଷିଣ ଆଫ୍ରିକାର ଭାରତ ଗସ୍ତ

ପ୍ରଥମ ଟେଷ୍ଟ- ନଭେମ୍ବର ୧୪ରୁ ନଭେମ୍ବର ୧୮ – କୋଲକାତା

ଦ୍ୱିତୀୟ ଟେଷ୍ଟ- ନଭେମ୍ବର ୨୨ରୁ ନଭେମ୍ବର ୨୬- ଗୁହାଟୀ

ପ୍ରଥମ ଦିନିକିଆ – ନଭେମ୍ବର ୩୦- ରାଞ୍ଚି

ଦ୍ୱିତୀୟ ଦିନିକିଆ- ଡିସେମ୍ବର ୩ – ରାୟପୁର

ତୃତୀୟ ଦିନିକିଆ- ଡିସେମ୍ବର ୬- ବିଶାଖାପଟନମ

ପ୍ରଥମ ଟି-୨୦ – ଡିସେମ୍ବର ୯- କଟକ

ଦ୍ୱିତୀୟ ଟି-୨୦ – ଡିସେମ୍ବର ୧୧ – ନ୍ୟୁ ଚଣ୍ଡିଗଡ଼

ତୃତୀୟ ଟି-୨୦ – ଡିସେମ୍ବର ୧୪- ଧର୍ମଶାଲା

୪ର୍ଥ ଟି-୨୦- ଲକ୍ଷ୍ନୌ

୫ମ ଟି-୨୦ – ଡିସେମ୍ବର ୧୯- ଅହମଦାବାଦ

ଅତିରିକ୍ତ ଭାବେ ବିସିସିଆଇ ଆଜି ମହିଳା କ୍ରିକେଟ ଟିମର ୩ ମ୍ୟାଚ୍ ବିଶିଷ୍ଟ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ମ୍ୟାଚ୍‌ର ଭେନ୍ୟୁ ମଧ୍ୟ ବଦଳାଇଛି। ଏହି ସିରିଜ ସେପ୍ଟେମ୍ବର ୧୪ରୁ ୨୦ ଯାଏ ଚାଲିବ। ଚେନ୍ନାଇର ଚିଦାମ୍ବରମ ଷ୍ଟାଡିୟମର ଆଉଟ ଫିଲ୍ଡ ଓ ପିଚ୍‌ଗୁଡ଼ିକର ନବୀକରଣ କରାଯିବାରୁ ମହିଳା ଦିନିକିଆ ସିରିଜ୍‌ ଏଠାରୁ ସ୍ଥାନାନ୍ତର କରାଯାଇଛି।

ଏହି ସିରିଜର ପ୍ରଥମ ଦୁଇଟି ମ୍ୟାଚ୍‌ ଚେନ୍ନାଇ ବଦଳରେ ନ୍ୟୁ ଚଣ୍ଡିଗଡ଼ର ନୂଆ ପିସିଏ ଷ୍ଟାଡିୟମରେ ଖେଳାଯିବ। ସେହିପରି ତୃତୀୟ ତଥା ଶେଷ ଦିନିକିଆ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ।

Bcci Delhi Test Match