Advertisment

T20 World Cup: ଟି-୨୦ ବିଶ୍ୱକପ ପାଇଁ ୫ ସହରକୁ ବାଛିଲା ବିସିସିଆଇ, ଅହମଦାବାଦରେ ହୋଇପାରେ ଫାଇନାଲ୍‌

ଭାରତ, ଶ୍ରୀଲଙ୍କା, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଆମେରିକା, ୱେଷ୍ଟଇଣ୍ଡିଜ, ଆୟର୍ଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ, କାନାଡା, ଇଟାଲୀ, ନେଦରଲ୍ୟାଣ୍ଡ୍ସ, ନାମ୍ବିଆ, ଜିମ୍ବାୱେ, ନେପାଳ, ଓମାନ ଓ ୟୁଏଇକୁ ନେଇ ୨୦୨୬ ଟି-୨୦ ବିଶ୍ୱକପ ଖେଳାଯିବ।

ICC

ନରେନ୍ଦ୍ର ମୋଦି ଷ୍ଟାଡିୟମ

Advertisment

ଶ୍ରୀଲଙ୍କା ସହ ମିଶି ୨୦୨୬ ଟି-୨୦ ପୁରୁଷ ବିଶ୍ୱକପ ଆୟୋଜନ କରିବ ଭାରତ। ୨୦୨୫ ମହିଳା ଦିନିକିଆ ବିଶ୍ୱକପ ଭଳି ପାକିସ୍ତାନ ଟି-୨୦ ୱାର୍ଲ୍ଡ କପ ଖେଳିବାକୁ ଭାରତ ଆସିବ ନାହିଁ। ପାକିସ୍ତାନ ତା’ର ମ୍ୟାଚ୍‌ ଗୁଡ଼ିକ ଶ୍ରୀଲଙ୍କାରେ ଖେଳିବ। ଟି-୨୦ ବିଶ୍ୱକପ ସମ୍ଭବତଃ ଆସନ୍ତା ବର୍ଷ ମାର୍ଚ୍ଚ ଓ ଏପ୍ରିଲ ମାସରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ବିସିସିଆଇ(Bcci) ପକ୍ଷରୁ ସମ୍ଭାବ୍ୟ ଭେନ୍ୟୁ ପ୍ରସ୍ତାବ ଆଇସିସିକୁ ପଠାଯାଇଛି।

Advertisment

ଟି-୨୦ ବିଶ୍ୱକପ(T20 World Cup) ଆୟୋଜନ କରିବାକୁ ବିସିସିଆଇ ପକ୍ଷରୁ ଭାରତ ୫ ସହରରେ ଥିବା ପ୍ରମୁଖ ଷ୍ଟାଡିୟମକୁ ଚୟନ କରାଯାଇଛି। ସେହିପରି ଫାଇନାଲ ମ୍ୟାଚ୍‌ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇ ପାରେ।

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହାପୂର୍ବରୁ ଆଇପିଏଲର ଏକାଧିକ ଫାଇନାଲ ଓ ୨୦୨୩ ପୁରୁଷ ଦିନିକିଆ ବିଶ୍ୱକପ ଫାଇନାଲ ଖେଳାଯାଇଥିଲା। ପାକିସ୍ତାନ କଥା ବିଚାରକୁ ନେଲେ ଆଇସିସି ଶ୍ରୀଲଙ୍କାରେ ଦଳର ସମସ୍ତ ମ୍ୟାଚ୍‌ ଆୟୋଜନ କରିବାକୁ ବ୍ୟବସ୍ଥା ଗ୍ରହଣ କରିଛି। 

Advertisment

ମିଳିଥିବା ସୂଚନା ଅନୁସାରେ, ବିସିସିଆଇ ଟି-୨୦ ବିଶ୍ୱକପର ମ୍ୟାଚ୍‌ ଗୁଡ଼ିକ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ, ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ, ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମ, କୋଲକାତାର ଇଡେନ ଗାର୍ଡେନ୍ସ ଓ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜନ କରିବାକୁ ଯୋଜନା କରିଛି। ଫାଇନାଲ ଅହମଦାବାଦରେ ଓ ପାକିସ୍ତାନ ତା’ର ସମସ୍ତ ମ୍ୟାଚ୍‌ ଶ୍ରୀଲଙ୍କାର କଲୋମ୍ବୋରେ ଖେଳିବ। 

ତେବେ ବେଙ୍ଗାଲୁରୁ ଓ ଲକ୍ଷ୍ନୌରେ ଟି-୨୦ର କୌଣସି ମ୍ୟାଚ୍‌ ଖେଳା ଯିବ ନାହିଁ। ଏ ସମ୍ପର୍କରେ ଆଇସିସି ପକ୍ଷରୁ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ଜଣାପଡ଼ିଛି। ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମକୁ ରାଜ୍ୟ ସରକାରଙ୍କ ଗୋଟିଏ କମିଟି ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ଅନଫିଟ୍‌ ଘୋଷଣା କରିଛି। ୨୦୨୫ ଆଇପିଏଲ ଫାଇନାଲ ଜିତିବା ପରେ ଆରସିବି ଏଠାରେ ବିଜୟ ଶୋଭାଯାତ୍ରା କରିଥିଲା। ଏହି ସମୟରେ ଭୟଙ୍କର ଦଳାଚକଟା ହୋଇଥିଲା। ଏଥିଯୋଗୁ ଚିନ୍ନାସ୍ୱାମୀ ବଡ଼ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିବାରେ ଲାଗିଛି।

ଭାରତ, ଶ୍ରୀଲଙ୍କା, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଆମେରିକା, ୱେଷ୍ଟଇଣ୍ଡିଜ, ଆୟର୍ଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ, କାନାଡା, ଇଟାଲୀ, ନେଦରଲ୍ୟାଣ୍ଡ୍ସ, ନାମ୍ବିଆ, ଜିମ୍ବାୱେ, ନେପାଳ, ଓମାନ ଓ ୟୁଏଇକୁ ନେଇ ୨୦୨୬ ଟି-୨୦ ବିଶ୍ୱକପ(ICC Mens T20 World Cup) ଖେଳାଯିବ।  

Bcci T20 World Cup ICC Mens T20 World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe