Advertisment

ଚରମସୀମାରେ ବିବାଦ: IPLକୁ ଅଧାରେ ବନ୍ଦ କଲା ବିସିସିଆଇ

ଗୁରୁବାର ଜମ୍ମୁ-କଶ୍ମୀର ଓ ପଠାନକୋଟରେ ପାକିସ୍ତାନ ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯାଇଥିବା ବେଳେ ଧର୍ମଶାଳାରେ ପଞ୍ଜାବ କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍‌ ଖେଳୁଥିଲେ। କିନ୍ତୁ ସୁରକ୍ଷା ଦୃଷ୍ଟିରୁ ମ୍ୟାଚ୍‌କୁ ଅଧାରୁ ବାତିଲ କରି ଦିଆଯାଇଥିଲା।

IPL

IPL

Advertisment

ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚରମସୀମାରେ ପହଞ୍ଚିଥିବା ବେଳେ ଏହାର ପ୍ରଭାବ ଆଇପିଏଲ ଉପରେ ପଡ଼ିଛି। ଆଇପିଏଲର ୧୮ତମ ସଂସ୍କରଣକୁ ବିସିସିଆଇ ଆଜି ସୁରକ୍ଷା ଦୃଷ୍ଟିରୁ ଅଧାରୁ ବନ୍ଦ କରିଦେଇଛି। ପହଲଗାମ ନରସଂହାର ପରେ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିବା ବେଳେ ଏହା ଭୟଙ୍କର ରୂପ ନେଇଛି। ତେଣୁ ବିସିସିଆଇ ଖେଳାଳି ଓ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଆଇପିଏଲ ୨୦୨୫କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରିଛି।

Advertisment

ଗୁରୁବାର ଜମ୍ମୁ-କଶ୍ମୀର ଓ ପଠାନକୋଟରେ ପାକିସ୍ତାନ ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯାଇଥିବା ବେଳେ ଧର୍ମଶାଳାରେ ପଞ୍ଜାବ କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍‌ ଖେଳୁଥିଲେ। କିନ୍ତୁ ସୁରକ୍ଷା ଦୃଷ୍ଟିରୁ ମ୍ୟାଚ୍‌କୁ ଅଧାରୁ ବାତିଲ କରି ଦିଆଯାଇଥିଲା। ଆକ୍ରମଣ ଭୟରେ ଷ୍ଟାଡିୟମ ଲାଇଟକୁ ବନ୍ଦ କରି ଲୋକଙ୍କୁ ତୁରନ୍ତ ଚାଲିଯିବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ। ଏହାର ଦିନକ ପରେ ଅର୍ଥାତ ଆଜି ବିସିସିଆଇ ବିଧିବଦ୍ଧ ଭାବେ ଆଇପିଏଲକୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବନ୍ଦ କରାଯାଉଥିବା ଘୋଷଣା କରିଛି। 

ଶୁକ୍ରବାର ବିସିସିଆଇ ପକ୍ଷରୁ ଟୁର୍ଣ୍ଣାମେଣ୍ଟର ଅଧିକାରୀଙ୍କ ସହ ଜରୁରୀ ବୈଠକ କରାଯାଇଥିଲା। ଏହି ସମୟରେ ଖେଳାଳି, ସପୋର୍ଟ ଷ୍ଟାଫ ଓ କ୍ରିକେଟ ପ୍ରେମୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଆଇପିଏଲକୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। 

Advertisment

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, “ଦେଶ ଯୁଦ୍ଧ ମୁହଁରେ ଥିବା ବେଳେ କ୍ରିକେଟ ମ୍ୟାଚ୍‌ ଖେଳା ଯିବା ଆଦୌ ଠିକ ନୁହେଁ।” ଚଳିତ ଆଇପିଏଲରେ ଆଉ ୧୬ଟି ମ୍ୟାଚ୍‌ ବାକି ଥିଲା। ଏହାର ଫାଇନାଲ ମେ’ ୨୫ରେ ଖେଳା ଯାଇଥାଆନ୍ତା। କିନ୍ତୁ ଏବେ ଆଇପିଏଲର ୧୮ତମ ସଂସ୍କରଣର ଭାଗ୍ୟ ଅନିଶ୍ଚିତତା ମଧ୍ୟକୁ ଚାଲି ଯାଇଛି।

ଗୁରୁବାର ସନ୍ଧ୍ୟା ୮.୩୦ରେ ପାକିସ୍ତାନ ପକ୍ଷରୁ ଜମ୍ମୁ-କଶ୍ମୀର, ରାଜସ୍ଥାନ, ପଞ୍ଜାବ ଓ ଗୁଜରାଟ ଭଳି ସୀମାନ୍ତ ଅଞ୍ଚଳରେ ଘନଘନ ମିସାଇଲ ଓ ଡ୍ରୋନ ମାଡ଼ କରିଥିଲା। ସାଧାରଣ ଲୋକ ଓ ସାମରିକ ପ୍ରତିଷ୍ଠାନଗୁଡ଼ିକ ପାକିସ୍ତାନର ଟାର୍ଗେଟରେ ରହିଥିଲା। ଏୟାର ଟୁ ଗ୍ରାଉଣ୍ଡ ମିସାଇଲ ଓ ଆତ୍ମଘାତୀ ଡ୍ରୋନ ଦ୍ୱାରା ପାକିସ୍ତାନ ହମଲା କରିଥିଲା। କିନ୍ତୁ ଭାରତ ସବୁ ମିସାଇଲ ଓ ଡ୍ରୋନକୁ ଆକାଶ ପଥରେ ହିଁ ନଷ୍ଟ କରିଦେଇଛି।

Operation Sindoor Jammu Kashmir News Terror Attack Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe