Advertisment

T20 World Cup: ପାକିସ୍ତାନର ବୟକଟ ନିଷ୍ପତ୍ତି ସତ୍ତ୍ୱେ ମ୍ୟାଚ୍‌ ପାଇଁ ଶ୍ରୀଲଙ୍କା ଯିବ ଟିମ ଇଣ୍ଡିଆ

ପୂର୍ବ ଯୋଜନା ଅନୁସାରେ ଟିମ ଇଣ୍ଡିଆ ଶ୍ରୀଲଙ୍କା ଗ୍ରସ୍ତ କରିବ। ଆଇସିସିର ସମସ୍ତ ପ୍ରୋଟକଲକୁ ପାଳନ କରିବ ଓ ମ୍ୟାଚ୍‌ ରେଫରୀ ମ୍ୟାଚ୍‌ ବାତିଲ ସମ୍ପର୍କରେ ଘୋଷଣା କରିଯାଏ ସୂର୍ଯ୍ୟ କୁମାର ଯାଦବଙ୍କ ଦଳ ଶ୍ରୀଲଙ୍କାରେ ରହିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

author-image
Hemant Lenka
India

ଭାରତ-ପାକିସ୍ତାନ

ଆସନ୍ତା ଟି-୨୦ ବିଶ୍ୱକପ(T20 World Cup)ରେ ପାକିସ୍ତାନ ଫେବୃଆରୀ ୧୫ ଭାରତ ବିପକ୍ଷ ମ୍ୟାଚ୍‌କୁ ବୟକଟ କରିବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନ ଟି-୨୦ ବିଶ୍ୱକପରେ ଅଂଶଗ୍ରହଣ କରିବ, କିନ୍ତୁ ଭାରତ ବିପକ୍ଷରେ ମ୍ୟାଚ୍‌ ଖେଳିବ ନାହିଁ ବୋଲି କହିଛି। ନଭେମ୍ବର ମାସରେ ଆଇସିସି ଜାରି କରିଥିବା ମ୍ୟାଚ୍‌ ସୂଚୀ ଅନସାରେ ଭାରତ ଓ ପାକିସ୍ତାନ ଫେବୃଆରୀ ୧୫ରେ ଶ୍ରୀଲଙ୍କାର କଲୋମ୍ବୋରେ ମ୍ୟାଚ୍‌ ଖେଳିବାକୁ ଧାର୍ଯ୍ୟ ହୋଇଥିଲା।

Advertisment

ଏବେ ପାକିସ୍ତାନ ମ୍ୟାଚ୍‌ ଖେଳିବାକୁ ମନା କରିଥିଲେ ହେଁ ପୂର୍ବ ଯୋଜନା ଅନୁସାରେ ଟିମ ଇଣ୍ଡିଆ ଶ୍ରୀଲଙ୍କା ଗ୍ରସ୍ତ କରିବ। ଆଇସିସିର ସମସ୍ତ ପ୍ରୋଟକଲକୁ ପାଳନ କରିବ ଓ ମ୍ୟାଚ୍‌ ରେଫରୀ ମ୍ୟାଚ୍‌ ବାତିଲ ସମ୍ପର୍କରେ ଘୋଷଣା କରିଯାଏ ସୂର୍ଯ୍ୟ କୁମାର ଯାଦବଙ୍କ ଦଳ ଶ୍ରୀଲଙ୍କାରେ ରହିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

ବିସିସିଆଇ ସୂତ୍ରରେ କୁହାଯାଇଛି ଯେ ପୂର୍ବ ସୂଚୀ ଅନୁସାରେ ଭାରତୀୟ ଟିମ ଆଇସିସିର ଆବଶ୍ୟକ ପ୍ରୋଟକଲ ପାଳନ କରିବ। ଧାର୍ଯ୍ୟ ସମୟରେ ଦଳ ଅଭ୍ୟାସ କରିବ, ସାମ୍ବାଦିକ ସମ୍ମିଳନୀରେ ଭାଗ ନେବ ଓ ମ୍ୟାଚ୍‌ ପାଇଁ କଲୋମ୍ବୋର ଏସଏସସି କ୍ରିକେଟ ଗ୍ରାଉଣ୍ଡରେ ମଧ୍ୟ ପହଞ୍ଚିବ। ମ୍ୟାଚ୍‌ ବାତିଲ ସମ୍ପର୍କରେ ମ୍ୟାଚ୍‌ ରେଫରୀ ଘୋଷଣା ନ କରିବା ଯାଏ ଭାରତୀୟ ଟିମ ଷ୍ଟାଡିୟମରେ ଉପସ୍ଥିତ ରହିବ। 

Advertisment

ରବିବାର ପାକିସ୍ତାନ ସରକାର ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ “ଆମ ଦଳ ଟି-୨୦ ବିଶ୍ୱକପରେ ଭାଗ ନେବ। କିନ୍ତୁ ଭାରତ ବିପକ୍ଷ ମ୍ୟାଚ୍‌ରେ ପାକିସ୍ତାନ ଖେଳାଳି ପଡ଼ିଆକୁ ଓହ୍ଲାଇବେ ନାହିଁ।”

ପାକିସ୍ତାନ ଏପରି ଭାରତ ବିପକ୍ଷ ମ୍ୟାଚ୍‌ରୁ କାହିଁକି ପଛ ଘୁଞ୍ଚା ଦେଉଛି, ତା’ର କୌଣସି କାରଣ କହି ନାହାନ୍ତି। ଭାରତୀୟ ଟିମ ଏବେ ଚମତ୍କାର ଫର୍ମରେ ରହିଛି। ବିଶ୍ୱକପ ପୂର୍ବରୁ ଦଳ ୪-୧ରେ ନ୍ୟୁଜିଲ୍ୟାଣ୍ତକୁ ହରାଇଛି।

ଆଇସିସି ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ମଧ୍ୟ ଭାରତର ରେକର୍ଡ ସମସ୍ତଙ୍କୁ ଜଣା। ଦୁଇ ଦଳ ଟି-୨୦ ବିଶ୍ୱକପରେ ୮ଥର ମୁହାଁମୁହିଁ ହୋଇଛନ୍ତି। ଭାରତ ୭ ଥର ଜିତିଥିବା ବେଳେ ପାକିସ୍ତାନ କେବଳ ଗୋଟିଏ ଥର ବାଜିମାତ କରିବାକୁ ସକ୍ଷମ ହୋଇଛି। 

T20 World Cup