BCCI
ପଞ୍ଜାବ କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ରେ ଡିଆରଏସ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିସିସିଆଇ। ମୁମ୍ବାଇର ବ୍ୟାଟର ଟିମ ଡାଭିଡ ଓ ବ୍ୟାଟିଂ କୋଚ୍ କାଏରନ ପୋଲାର୍ଡ ଆଇପିଏଲ କୋଡ ଅଫ କଣ୍ଡକ୍ଟ ଉଲ୍ଲଙ୍ଘନ କରିଛନ୍ତି। ତେଣୁ ସେମାନଙ୍କ ମ୍ୟାଚ୍ରୁ ୨୦% ଲେଖାଏ କାଟ କରି ଦେଇଛି ବିସିସିଆଇ।
ଏପ୍ରିଏ ୧୮ରେ ମୁଲ୍ଲାନପୁର ଠାରେ ଖେଳା ଯାଇଥିବା ମ୍ୟାଚ୍ରେ ଡିଆରଏସ୍ ବିବାଦ ସୃଷ୍ଟି ହୋଇଥିଲା। ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଥିଲା ଯେ ଡଗଆଉଟରେ ବସି ମୁମ୍ବାଇ ଇଣ୍ଡିଆନ୍ସର କିଛି ଖେଳାଳି ଓ ସପୋର୍ଟ ଷ୍ଟାଫ କ୍ରିଜ୍ରେ ଥିବା ସୂର୍ଯ୍ୟ କୁମାର ଯାଦବଙ୍କୁ ଗୋଟିଏ ୱାଇଡ ପାଇଁ ରିଭ୍ୟୁ ନେବାକୁ ଇଙ୍ଗିତ କରିଥିଲେ। ପୋଲାର୍ଡ ଓ ଡାଭିଡ୍ ଭିଡିଓ ରେଫରାଲ ପାଇଁ ରିପ୍ଲେ ଦେଖି ସୂର୍ଯ୍ୟ କୁମାରଙ୍କୁ ନିର୍ଦ୍ଦେଶ ଦେଉଥିବା ଭିଡିଓ ସାମ୍ନାକୁ ଆସିଥିଲା।
ଏପରି କରି ଡାଭିଡ ଓ ପୋଲାର୍ଡ ଆଇପିଏଲ ଆଚରଣ ବିଧିର ଧାରା ୨.୨୦ରେ ଥିବା ଲେଭଲ ୧ ଅପରାଧ କରିଛନ୍ତି। ତେଣୁ ସେମାନଙ୍କ ଉପରେ ଫାଇନ ଲଗାଯାଇଛି। ଉଭୟଙ୍କ ମ୍ୟାଚ୍ ଫି’ ୨୦% ଲେଖାଏ କଟିବ। ମ୍ୟାଚ୍ ରେଫରୀଙ୍କ ଏପରି କାର୍ଯ୍ୟାନୁଷ୍ଠାନକୁ ଉଭୟ ଗ୍ରହଣ କରି ନେଇଛନ୍ତି। ତେଣୁ ଏହାର ବିଧିବଦ୍ଧ ଶୁଣାଣି ହେବ ନାହିଁ ବୋଲି ବିସିସିଆଇ କହିଛି।
ମୁମ୍ବାଇ ଇନିଂସର ୧୫ତମ ଓଭରରେ ଅର୍ଶଦୀପ ସିଂହ ସାମ୍ନାରେ ଥିବା ସୂର୍ଯ୍ୟ କୁମାର ଯାଦବଙ୍କୁ ଆଉଟ ସାଇଡ ଅଫ ଷ୍ଟମ୍ପରେ ଗୋଟିଏ ଫୁଲ୍ ବଲ ପକାଇଥିଲେ। ଏହା ୱାଇଡ ଲାଇନ ପାଖରେ ଯାଇଥିଲା। ୪୭ ବଲରେ ୬୭ ରନ କରି ବ୍ୟାଟିଂ କରୁଥିବା ସୂର୍ଯ୍ୟ କୁମାର ଏହା ମାରିବାକୁ ଚେଷ୍ଟା କରିଥିଲେ ହେଁ ଫେଲ ମାରିଥିଲେ। ଅନଫିଲ୍ଡ ଅମ୍ପାୟାର ମଧ୍ୟ ଏହାକୁ ୱାଇଡ୍ ଦେଇ ନଥିଲେ।
କିନ୍ତୁ ଟିଭି କ୍ୟାମେରାରେ ଦେଖିବାକୁ ମିଳିଥିଲା ଯେ ମୁମ୍ବାଇର ମୁଖ୍ୟ କୋଚ୍ ମାର୍କ ବାଉଚର ଏହା ୱାଇଡ ବୋଲି ସିଗ୍ନାଲ ଦେଇଥିଲେ। ଏହାପରେ ଡାଭିଡ ଓ ପୋଲାର୍ଡ ବାରମ୍ବାର ସୂର୍ଯ୍ୟ କୁମାର ଯାଦବଙ୍କୁ ରିଭ୍ୟୁ ନେବାକୁ ସିଗ୍ନାଲ ଦେଇଥିଲେ। କିନ୍ତୁ ଏହା ନିୟମର ଉଲ୍ଲଙ୍ଘନ ଥିଲା। ଏହାକୁ ଦେଖି ସେଦିନ ପଞ୍ଜାବର କ୍ୟାପ୍ଟେନ୍ସି କରୁଥିବା ସାମ କରାନ ମଧ୍ୟ ଅମ୍ପାୟାରକୁ ଏ ସମ୍ପର୍କରେ କହିଥିଲେ।
ମ୍ୟାଚ୍ କଥାକୁ ଦେଖିଲେ, ମୁମ୍ବାଇ ୮ ରନରେ ପଞ୍ଜାବକୁ ହରାଇ ଦେଇଥିଲା। ୧୯୩ ରନର ପିଛା କରୁଥିବା ପଞ୍ଜାବ ପାଇଁ ଆଶୁତୋଷ ୨୮ ବଲରେ ୬୧ ରନ କରିଥିଲେ। କିନ୍ତୁ ପଞ୍ଜାବ ୧୮୩ ରନରେ ଅଲଆଉଟ ହୋଇଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/BCCI__1713611609.jpg)