Advertisment

ଈଶାନ ଓ ଶ୍ରେୟସଙ୍କ ବିରୋଧରେ ବିସିସିଆଇର ବଡ଼ କାର୍ଯ୍ୟାନୁଷ୍ଠାନ, ରାହୁଲ ଓ ଗିଲଙ୍କୁ ପ୍ରମୋସନ

୨୦୨୩-୨୪ ସିଜିନ ପାଇଁ ଆଜି ବିସିସିଆଇ ପକ୍ଷରୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ଥିବା ଖେଳାଳିଙ୍କ ନାଁ ଜାରି କରାଯାଇଛି।

BCCI

BCCI

Advertisment

ଦୁଇ ଯୁବକ କ୍ରିକେଟର ଈଶାନ କିଶନ ଓ ଶ୍ରେୟସ ଆୟରଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିସିସିଆଇ। ନିର୍ଦ୍ଦେଶକୁ ଅବମାନନା କରି ପ୍ରଥମ ଶ୍ରେଣୀ କ୍ରିକେଟରୁ ନିଜକୁ ଦୂରେଇ ରଖିବା ଏହି ଦୁଇ ଖେଳାଳିଙ୍କୁ ମହଙ୍ଗା ପଡ଼ିଛି।

Advertisment

ରଣଜୀ ଟ୍ରଫି ନ ଖେଳିବା କାରଣରୁ ଈଶାନ କିଶନ ଓ ଶ୍ରେୟସ ଆୟରଙ୍କୁ ବିସିସିଆଇ ତା’ର ବାର୍ଷିକ କେନ୍ଦ୍ରୀୟ ଚୁକ୍ତିରୁ ବାଦ ଦେଇଛି। ଏହାର ଅର୍ଥ ଏହି ଦୁଇ ଖେଳାଳି ବିସିସିଆଇ ଠାରୁ ବାର୍ଷିକ ଫି’ ପାଇବେ ନାହିଁ। ସେହିପରି ଜାତୀୟ ଦଳକୁ ଫେରିବା ପାଇଁ ସେମାନଙ୍କୁ ପୁଣି ସଂଘର୍ଷ କରିବାକୁ ପଡ଼ିବ।

୨୦୨୩-୨୪ ସିଜିନ ପାଇଁ ଆଜି ବିସିସିଆଇ ପକ୍ଷରୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ଥିବା ଖେଳାଳିଙ୍କ ନାଁ ଜାରି କରାଯାଇଛି। ୩୦ ଜଣ ଖେଳାଳିଙ୍କ ନାଁ ରହିଥିବା ବେଳେ ଈଶାନ ଓ ଶ୍ରେୟସ ଆୟର ବାଦ ପଡ଼ିଛନ୍ତି।

Advertisment

ଈଶାନ ଓ ଶ୍ରେୟସ ଯଥାକ୍ରମେ ବିସିସିଆଇ ଚୁକ୍ତିର ଗ୍ରେହ ସି’ ଓ ଗ୍ରେଡ ବିରେ ରହିଥିଲେ। ସେହିପରି କେଏଲ ରାହୁଲ ଓ ଶୁବମନ ଗିଲଙ୍କୁ ବିସିସିଆଇ ପ୍ରମୋସନ ଦେଇଛି। ଉଭୟ ବି ଗ୍ରେଡରେ ଥିଲେ। ଏବେ ସେମାନଙ୍କୁ ଏ ଗ୍ରେଡରେ ରଖାଯାଇଛି।

ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମ୍ରା ଓ ରବୀନ୍ଦ୍ର ଜାଡେଜା ଏ+ କ୍ୟାଟାଗୋରୀରେ ରହିଛନ୍ତି। ଏମାନଙ୍କୁ ବାର୍ଷିକ ୭ କୋଟି ଟଙ୍କା ମିଳିବ।

ହାର୍ଦ୍ଦିକ ପାଣ୍ଡ୍ୟା ପୂର୍ବଭଳି ଗ୍ରେଡ ଏରେ ରହିଛନ୍ତି। ଟେଷ୍ଟ କ୍ରିକେଟ ପାଇଁ ପାଣ୍ଡ୍ୟା ଉପଲବ୍ଧ ହେଉ ନଥିଲେ ହେଁ ତାଙ୍କୁ ଗ୍ରେଡ ଏ ବର୍ଗରେ ରଖାଯାଇଛି। ୨୦୨୩ରେ ସେ ୧୧ଟି ଟି-୨୦ ମ୍ୟାଚ୍‌ରେ ଭାରତର ନେତୃତ୍ୱ ନେଇଥିଲେ।

କୁହାଯାଉଥିଲା ଯେ ପାଣ୍ଡ୍ୟା ହିଁ ରୋହିତ ଶର୍ମାଙ୍କ ସ୍ଥାନରେ ଭାରତର ନେତୃତ୍ୱ ନେବେ। କିନ୍ତୁ ଦିନିକିଆ ବିଶ୍ୱକପରେ ଆହତ ହେବାରୁ ପାଣ୍ଡ୍ୟା ଏବେ ଜାତୀୟ ଦଳକୁ ଫେରିବା ପାଇଁ ସଂଘର୍ଷ କରୁଛନ୍ତି। ୨୦୨୩-୨୪ରେ ୮ ଟି-୨୦ରେ ଭାରତର କମାଣ ସମ୍ଭାଳିଥିବା ସୂର୍ଯ୍ୟ କୁମାର ଯାଦବ ପୂର୍ବଭଳି ଗ୍ରେଡ ବିରେ ରହିଛନ୍ତି।

ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଦମଦାର ବ୍ୟାଟିଂ କରିଥିବା ଯଶସ୍ୱୀ ଜୈସୱାଲଙ୍କୁ ବିସିସିଆଇ ସିଧା ଗ୍ରେଡ ବି’ରେ ସିଧାସଳଖ ସାମିଲ କରିଛନ୍ତି।

କିଏ କେଉଁ କ୍ୟାଟାଗୋରୀରେ ରହିଛନ୍ତି

ଗ୍ରେଡ ଏ+(୪ ଖେଳାଳି) : ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମ୍ରା ଓ ରବୀନ୍ଦ୍ର ଜାଡେଜା

ଗ୍ରେଡ ଏ(୬ ଖେଳାଳି) : ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ଶାମି, ମହମ୍ମଦ ସିରାଜ, କେଏଲ ରାହୁଲ, ଶୁବମନ ଗିଲ ଓ ହାର୍ଦ୍ଦିକ ପାଣ୍ଡ୍ୟା

ଗ୍ରେଡ୍‌ ବି (୫ ଖେଳାଳି) : ସୂର୍ଯ୍ୟ କୁମାର ଯାଦବ, ଋଷଭ ପନ୍ତ, କୁଲଦୀପ ଯାଦବ, ଅକ୍ଷର ପଟେଲ ଓ ଯଶସ୍ୱୀ ଜୈସୱାଲ

ଗ୍ରେଡ ସି (୧୫ ଖେଳାଳି) : ରିଙ୍କୁ ସିଂହ, ତିଲକ ବର୍ମା, ଋତୁରାଜ ଗାଏକ୍ୱାଡ, ଶାର୍ଦ୍ଦୁଲ ଠାକୁର, ଶିବମ ଦୁବେ, ରବି ବିଷ୍ଣୋଇ, ଜିତେଶ ଶର୍ମା, ୱାଶିଂଟନ ସୁନ୍ଦର, ମୁକେଶ କୁମାର, ସଞ୍ଜୁ ସାମସନ, ଅର୍ଶଦୀପ ସିଂହ, କେଏଲ ଭରତ, ପ୍ରସିଦ୍ଧ କୃଷ୍ଣ, ଆବେଶ ଖାନ ଓ ରଜତ ପାଟିଦାର।

ଗ୍ରେଡ ଏ+ କ୍ୟାଟାଗୋରୀରେ ରହୁଥିବା ଖେଳାଳି ବାର୍ଷିକ ୭ କୋଟି, ଗ୍ରେଡ ଏରେ ରହୁଥିବା ଖେଳାଳି ୫ କୋଟି, ଗ୍ରେଡ ବିରେ ଥିବା ଖେଳାଳି ୩ କୋଟି ଓ ସି ଗ୍ରେଡରେ ରହୁଥିବା ଖେଳାଳିଙ୍କୁ ୧ କୋଟି ଲେଖାଏ ମିଳିଥାଏ।

Bcci Shreyas Iyer Ishan Kishan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe